ଭେଟେରାନ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ ରଣପୁର ବିଧାୟକ ଏକାଦଶ ଚାମ୍ପିୟନ

ନୟାଗଡ଼ ଅଫିସ,୧।୧୨- ୭୮୬ ୟୁଥ୍‌ କ୍ଲବ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଆସନ୍ତା ୨ ତାରିଖରେ ନୟାଗଡ଼ ଖେଳପଡ଼ିଆଠାରେ ସର୍ବଭାରତୀୟ ନୟାଗଡ଼ ଫୁଟବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଶନିବାର ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀର ବିଧାୟକଙ୍କ ଦଳକୁ ନେଇ ଏକ ଭେଟେରାନ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଣପୁର ବିଧାୟକ ଏକାଦଶ ଦଳ ଚାମ୍ପିୟନ ହୋଇଛି। ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସେମାନଙ୍କ ୧୧ ଜଣିଆ ଟିମ୍‌କୁ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମେ ଦଶପଲ୍ଲା ବିଧାୟକ ଟିମ୍‌ ସହିତ ନୟାଗଡ଼ ବିଧାୟକ ଟିମ୍‌ଙ୍କ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ୩-୧ ଗୋଲ୍‌ରେ ନୟାଗଡ଼ ଟିମ୍‌ ବିଜୟୀ ହୋଇଥିଲା। ଏହା ପରେ ରଣପୁର ବିଧାୟକ ଟିମ୍‌ ସହିତ ଖଣ୍ଡପଡ଼ା ବିଧାୟକ ଟିମ୍‌ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ କୌଣସି ଦଳ କାହାରିକୁ ଗୋଲ୍‌ ଦେଇପାରି ନ ଥିଲା। ପରେ ଟାଇବ୍ରେକର ସହାୟତାରେ ୪-୨ ଗୋଲ୍‌ରେ ରଣପୁର ଟିମ୍‌ ବିଜୟୀ ହୋଇଥିଲା। ଏହା ପରେ ନୟାଗଡ଼ ଓ ରଣପୁର ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ କୌଣସି ଦଳ କାହାରିକୁ ଗୋଲ୍‌ ସ୍କୋର ଦେଇ ପାରି ନ ଥିଲା। ଫଳରେ ଖେଳ ଅମୀମାଂସିତ ହୋଇଥିଲା। ପରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ସାହୁ ରଣପୁର ଟିମ୍‌କୁ ବିଜୟୀ ଘୋଷଣା କରିବା ସହ ଚାମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ। ନୟାଗଡ଼ ଟିମ୍‌ର ପ୍ରଶାନ୍ତ ବରାଡ଼ ବେଷ୍ଟ ସ୍କୋରର୍‌ ଏବଂ ରଣପୁର ଗୋଲ୍‌କିପରଙ୍କୁ ବେଷ୍ଟ ଗୋଲ୍‌କିପର ଭାବେ ପୁରସ୍କୃତ କରାଯାଇଥିଲା। ରାମକୃଷ୍ଣ ରଥ ଓ ଆଶୁତୋଷ ମିଶ୍ର ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

ଓଡ଼ଗାଁ ହତ୍ୟା: ସିନ୍‌ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…

ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥରସନ୍ଧିରେ ମୁଣ୍ଡ ପଶି…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଛନ୍ତି। ପଥରସନ୍ଧିରେ…

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…

ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ ନ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri