ଭେଟେରାନ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ ରଣପୁର ବିଧାୟକ ଏକାଦଶ ଚାମ୍ପିୟନ

ନୟାଗଡ଼ ଅଫିସ,୧।୧୨- ୭୮୬ ୟୁଥ୍‌ କ୍ଲବ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଆସନ୍ତା ୨ ତାରିଖରେ ନୟାଗଡ଼ ଖେଳପଡ଼ିଆଠାରେ ସର୍ବଭାରତୀୟ ନୟାଗଡ଼ ଫୁଟବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଶନିବାର ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀର ବିଧାୟକଙ୍କ ଦଳକୁ ନେଇ ଏକ ଭେଟେରାନ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଣପୁର ବିଧାୟକ ଏକାଦଶ ଦଳ ଚାମ୍ପିୟନ ହୋଇଛି। ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସେମାନଙ୍କ ୧୧ ଜଣିଆ ଟିମ୍‌କୁ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମେ ଦଶପଲ୍ଲା ବିଧାୟକ ଟିମ୍‌ ସହିତ ନୟାଗଡ଼ ବିଧାୟକ ଟିମ୍‌ଙ୍କ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ୩-୧ ଗୋଲ୍‌ରେ ନୟାଗଡ଼ ଟିମ୍‌ ବିଜୟୀ ହୋଇଥିଲା। ଏହା ପରେ ରଣପୁର ବିଧାୟକ ଟିମ୍‌ ସହିତ ଖଣ୍ଡପଡ଼ା ବିଧାୟକ ଟିମ୍‌ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ କୌଣସି ଦଳ କାହାରିକୁ ଗୋଲ୍‌ ଦେଇପାରି ନ ଥିଲା। ପରେ ଟାଇବ୍ରେକର ସହାୟତାରେ ୪-୨ ଗୋଲ୍‌ରେ ରଣପୁର ଟିମ୍‌ ବିଜୟୀ ହୋଇଥିଲା। ଏହା ପରେ ନୟାଗଡ଼ ଓ ରଣପୁର ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ କୌଣସି ଦଳ କାହାରିକୁ ଗୋଲ୍‌ ସ୍କୋର ଦେଇ ପାରି ନ ଥିଲା। ଫଳରେ ଖେଳ ଅମୀମାଂସିତ ହୋଇଥିଲା। ପରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ସାହୁ ରଣପୁର ଟିମ୍‌କୁ ବିଜୟୀ ଘୋଷଣା କରିବା ସହ ଚାମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ। ନୟାଗଡ଼ ଟିମ୍‌ର ପ୍ରଶାନ୍ତ ବରାଡ଼ ବେଷ୍ଟ ସ୍କୋରର୍‌ ଏବଂ ରଣପୁର ଗୋଲ୍‌କିପରଙ୍କୁ ବେଷ୍ଟ ଗୋଲ୍‌କିପର ଭାବେ ପୁରସ୍କୃତ କରାଯାଇଥିଲା। ରାମକୃଷ୍ଣ ରଥ ଓ ଆଶୁତୋଷ ମିଶ୍ର ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

ଅଧାପନ୍ତରିଆ ଭାବେ ପଡ଼ିଛି ପ୍ରାଣୀ ଚିକିତ୍ସାଳୟ କାମ

ନୂଆଗାଁ,୧୮।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ନିର୍ମାଣ ଦୀର୍ଘ ମାସ ହେଲା ଅଧପନ୍ତରିଆ ଭାବେ ପଡି ରହିଛି।...

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ...

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ...

ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ...

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri