ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରିବ ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬-୭: ପେମେଣ୍ଟ ସର୍ଭିସ ପ୍ରଦାନ କ୍ଷେତ୍ରରେ ବଜାରରେ ନିଜର ବ୍ୟବସାୟ କରୁଥିବା ପେଟିଏମ୍‌, ଗୁଗଲ ପେ, ଭୀମ ଆପ୍‌, ଫୋନ୍‌ପେ ଭଳି କମ୍ପାନୀଙ୍କୁ ଟକ୍କର ଦେବା ଲାଗି ଚଳିତ ବର୍ଷ ଭାରତରେ ହ୍ବାଟ୍ସଆପ୍‌ ନିଜର ପେମେଣ୍ଟ ସର୍ଭିସ ଆରମ୍ଭ କରିବାକୁ ଯାଉଛି। ଭାରତ ଗସ୍ତରେ ଆସିବା ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କମ୍ପାନୀର ଗ୍ଲୋବାଲ ଭାଇସ ପ୍ରେସିଡେଣ୍ଟ ଓ୍ବିଲ୍‌ କ୍ୟାଥକାର୍ଟ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ମେସେଜିଂ ଆପ୍‌ ଗତ ଏକ ବର୍ଷ ହେବ ନିଜର ୧୦ ଲକ୍ଷ ୟୁଜରଙ୍କୁ ସାଥିରେ ନେଇ ପେମେଣ୍ଟ ସର୍ଭିସକୁ ପରୀକ୍ଷାମୂଳକ ଭାବେ ଚଳାଇଛି। ଭାରତରେ ହ୍ବାଟ୍ସଆପ୍‌ର ପ୍ରାୟ ୪୦ କୋଟି ଓ ସାରା ଦୁନିଆରେ ୧୫୦ କୋଟି ୟୁଜର ରହିଛନ୍ତି। କମ୍ପାନୀ ଭାରତ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ପେମେଣ୍ଟ ସେବା ଆରମ୍ଭ କରିବାକୁ ଚାହୁଁଛି। ତେବେ ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରିବା ଲାଗି ହ୍ବାଟ୍ସଆପ୍‌କୁ ଅଥେଣ୍ଟିକେଶନ ଏବଂ ଡାଟା ଷ୍ଟୋରେଜ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଅନ୍ୟପକ୍ଷରେ ପୂର୍ବରୁ ପ୍ରତିଯୋଗିତାରେ ଥିବା ଅନ୍ୟ କମ୍ପାନୀଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ହ୍ବାଟ୍ସଆପ୍‌ର ପେମେଣ୍ଟ ପ୍ଲାଟଫର୍ମ ଉପଭୋକ୍ତାଙ୍କ ଲାଗି ବିପଦପୂର୍ଣ୍ଣ ହେବ। ଏହା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆରମ୍ଭ ହେବ ନାହିଁ। ସୂଚନାଥାଉ କି, ଆର୍‌ବିଆଇର ନିୟମ ଅନୁଯାୟୀ ଏହା ପେମେଣ୍ଟ ସମ୍ପର୍କିତ ଡାଟାକୁ ଭାରତରେ ରଖିବା ନେଇ ବ୍ୟବସ୍ଥା କରିସାରିଛି ବୋଲି ହ୍ବାଟ୍ସଆପ୍‌ ପକ୍ଷରୁ ଗତବର୍ଷ କୁହାଯାଇଛି। ଚଳିତ ବର୍ଷ ମେ’ରେ କମ୍ପାନୀ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ଜୁଲାଇ ସୁଦ୍ଧା କମ୍ପାନୀର ପରୀକ୍ଷାମୂଳକ ପେମେଣ୍ଟ ସର୍ଭିସ୍‌ ବ୍ୟବସ୍ଥା ଶେଷ ହୋଇଯିବାର ଆଶାକରାଯାଉଛି। ତେବେ ଏହା ଆର୍‌ବିଆଇ ନିୟମ ପାଳନ ସମ୍ପୂର୍ଣ୍ଣ ନ ହେବା ଯାଏ ଭାରତରେ ପେମେଣ୍ଟ ସର୍ଭିସ ସିଷ୍ଟମ ଆରମ୍ଭ କରିବ ନାହିଁ ବୋଲି ହ୍ବାଟ୍ସଆପ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri