ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରିବ ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬-୭: ପେମେଣ୍ଟ ସର୍ଭିସ ପ୍ରଦାନ କ୍ଷେତ୍ରରେ ବଜାରରେ ନିଜର ବ୍ୟବସାୟ କରୁଥିବା ପେଟିଏମ୍‌, ଗୁଗଲ ପେ, ଭୀମ ଆପ୍‌, ଫୋନ୍‌ପେ ଭଳି କମ୍ପାନୀଙ୍କୁ ଟକ୍କର ଦେବା ଲାଗି ଚଳିତ ବର୍ଷ ଭାରତରେ ହ୍ବାଟ୍ସଆପ୍‌ ନିଜର ପେମେଣ୍ଟ ସର୍ଭିସ ଆରମ୍ଭ କରିବାକୁ ଯାଉଛି। ଭାରତ ଗସ୍ତରେ ଆସିବା ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କମ୍ପାନୀର ଗ୍ଲୋବାଲ ଭାଇସ ପ୍ରେସିଡେଣ୍ଟ ଓ୍ବିଲ୍‌ କ୍ୟାଥକାର୍ଟ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ମେସେଜିଂ ଆପ୍‌ ଗତ ଏକ ବର୍ଷ ହେବ ନିଜର ୧୦ ଲକ୍ଷ ୟୁଜରଙ୍କୁ ସାଥିରେ ନେଇ ପେମେଣ୍ଟ ସର୍ଭିସକୁ ପରୀକ୍ଷାମୂଳକ ଭାବେ ଚଳାଇଛି। ଭାରତରେ ହ୍ବାଟ୍ସଆପ୍‌ର ପ୍ରାୟ ୪୦ କୋଟି ଓ ସାରା ଦୁନିଆରେ ୧୫୦ କୋଟି ୟୁଜର ରହିଛନ୍ତି। କମ୍ପାନୀ ଭାରତ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ପେମେଣ୍ଟ ସେବା ଆରମ୍ଭ କରିବାକୁ ଚାହୁଁଛି। ତେବେ ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରିବା ଲାଗି ହ୍ବାଟ୍ସଆପ୍‌କୁ ଅଥେଣ୍ଟିକେଶନ ଏବଂ ଡାଟା ଷ୍ଟୋରେଜ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଅନ୍ୟପକ୍ଷରେ ପୂର୍ବରୁ ପ୍ରତିଯୋଗିତାରେ ଥିବା ଅନ୍ୟ କମ୍ପାନୀଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ହ୍ବାଟ୍ସଆପ୍‌ର ପେମେଣ୍ଟ ପ୍ଲାଟଫର୍ମ ଉପଭୋକ୍ତାଙ୍କ ଲାଗି ବିପଦପୂର୍ଣ୍ଣ ହେବ। ଏହା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆରମ୍ଭ ହେବ ନାହିଁ। ସୂଚନାଥାଉ କି, ଆର୍‌ବିଆଇର ନିୟମ ଅନୁଯାୟୀ ଏହା ପେମେଣ୍ଟ ସମ୍ପର୍କିତ ଡାଟାକୁ ଭାରତରେ ରଖିବା ନେଇ ବ୍ୟବସ୍ଥା କରିସାରିଛି ବୋଲି ହ୍ବାଟ୍ସଆପ୍‌ ପକ୍ଷରୁ ଗତବର୍ଷ କୁହାଯାଇଛି। ଚଳିତ ବର୍ଷ ମେ’ରେ କମ୍ପାନୀ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ଜୁଲାଇ ସୁଦ୍ଧା କମ୍ପାନୀର ପରୀକ୍ଷାମୂଳକ ପେମେଣ୍ଟ ସର୍ଭିସ୍‌ ବ୍ୟବସ୍ଥା ଶେଷ ହୋଇଯିବାର ଆଶାକରାଯାଉଛି। ତେବେ ଏହା ଆର୍‌ବିଆଇ ନିୟମ ପାଳନ ସମ୍ପୂର୍ଣ୍ଣ ନ ହେବା ଯାଏ ଭାରତରେ ପେମେଣ୍ଟ ସର୍ଭିସ ସିଷ୍ଟମ ଆରମ୍ଭ କରିବ ନାହିଁ ବୋଲି ହ୍ବାଟ୍ସଆପ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri