ଭାରତ: ବିଶ୍ୱର ସାପକାମୁଡ଼ା ରାଜଧାନୀ

”ଭାରତକୁ ବିଶ୍ୱର ସାପ କାମୁଡା ରାଜଧାନୀ ବୋଲି କୁହାଯାଉଛି। କାରଣ ଅନ୍ୟ ଦେଶଗୁଡିକ ତୁଳନାରେ ପ୍ରତିବର୍ଷ ଏଠାରେ ମୃତ୍ୟୁବରଣ କରିଥାନ୍ତି ସର୍ବାଧିକ ବ୍ୟକ୍ତି। ଏକ ସମୀକ୍ଷା ଅନୁଯାୟୀ ଭାରତରେ ପ୍ରତିବର୍ଷ ସାପକାମୁଡାରେ ଆକ୍ରାନ୍ତ ହୋଇଥାନ୍ତି ପାଖାପାଖି ୮୧ ହଜାର ଲୋକ ଓ ସେମାନଙ୍କ ମଧ୍ୟରୁ ୧୧ହଜାରରୁ ବେଶି ରୋଗୀ ମୃତ୍ୟୁମୁଖରେ ପଡିଥାନ୍ତି। ମାତ୍ର ସାପ କାମୁଡାରେ ବାର୍ଷିକ ମୃତ୍ୟୁସଂଖ୍ୟା ୫୦,୦୦୦ ପାଖାପାଖି ବୋଲି ମତ ପ୍ରକାଶ ପାଉଛି।“

ସାପ କାମୁଡ଼ିବା ଏକ ଦୁର୍ଘଟଣା,ଏହା ଏକ ଦୁର୍ଭାଗ୍ୟ ନୁହେଁ। କିନ୍ତୁ ଆମ ଦେଶର ଗ୍ରାମାଞ୍ଚଳରେ ସାପ କାମୁଡା ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା। କାରଣ ଗ୍ରାମାଞ୍ଚଳରେ ସାପମାନେ ରହିବା ପାଇଁ ଅନୁକୂଳ ପରିବେଶ ମିଳିଥାଏ। ସେଠାରେ ଚିକିତ୍ସା ସେବା ତୁରନ୍ତ ମିଳି ପାରୁ ନ ଥିବାରୁ ଚିକିତ୍ସାରେ ବିଳମ୍ବ ଘଟିବା ସ୍ବାଭାବିକ। ପରିବହନର ସୁବିଧା ନ ଥିବାରୁ ରୋଗୀକୁ ଶୀଘ୍ର ଡାକ୍ତରଖାନାକୁ ନେଇ ହୁଏ ନାହିଁ। ପୁଣି ରୋଗୀକୁ ଝଡାଫୁଙ୍କା ମନ୍ତୁରା ପାଣି ଇତ୍ୟାଦି ଦ୍ୱାରା ଚିକିତ୍ସା କରିବା ଫଳରେ ରୋଗୀ ଆଧୁନିକ ଚିକିତ୍ସା ସେବାରୁ ବଞ୍ଚିତ ହୋଇପଡ଼େ।
ବିଶ୍ୱର ସାପ କାମୁଡା ରାଜଧାନୀ ବୋଲି କୁହାଯାଉଛି। କାରଣ ଅନ୍ୟ ଦେଶଗୁଡିକ ତୁଳନାରେ ପ୍ରତିବର୍ଷ ଏଠାରେ ମୃତ୍ୟୁବରଣ କରିଥାନ୍ତି ସର୍ବାଧିକ ବ୍ୟକ୍ତି। ଏକ ସମୀକ୍ଷା ଅନୁଯାୟୀ ଭାରତରେ ପ୍ରତିବର୍ଷ ସାପକାମୁଡାରେ ଆକ୍ରାନ୍ତ ହୋଇଥାନ୍ତି ପାଖାପାଖି ୮୧ ହଜାର ଲୋକ ଓ ସେମାନଙ୍କ ମଧ୍ୟରୁ ୧୧ହଜାରରୁ ବେଶି ରୋଗୀ ମୃତ୍ୟୁମୁଖରେ ପଡିଥାନ୍ତି। ମାତ୍ର ସାପ କାମୁଡାରେ ବାର୍ଷିକ ମୃତ୍ୟୁସଂଖ୍ୟା ୫୦,୦୦୦ ପାଖାପାଖି ବୋଲି ମତ ପ୍ରକାଶ ପାଉଛି। ଏଠାରେ ମୃତ୍ୟୁସଂଖ୍ୟା ଅଧିକ ହେବାର କାରଣ ହେଲା, ରୋଗୀ ଚିକିତ୍ସା ପାଇବାରେ ଯେତେ ବିଳମ୍ବ ହୁଏ, ସାପ ବିଷ ବେଶି ବେଶି ଶରୀରର ତନ୍ତୁ କୋଷଗୁଡିକ ସହ ସଂଯୁକ୍ତ ହୋଇଯାଏ। ଫଳରେ ବିଷକୁ ଅକାମୀ କରିଦେଉଥିବା ଆଣ୍ଟିସ୍ନେକଭେନମ ବା ପ୍ରତିସାପବିଷ ବିଶେଷ ଫଳବତୀ ହୋଇପାରେନାହିଁ।
ଭାରତରେ କେତେ ଜାତିର ସାପ: ମୋଟାମୋଟି ଭାବରେ ଦେଖିଲେ ପୃଥିବୀରେ ରହିଛନ୍ତି ସାଢେ ତିନି ହଜାରରୁ ବେଶି ଜାତିର ସାପ। ଭାରତରେ ପାଖାପାଖି ୨୧୬ ପ୍ରଜାତିର ସାପ ଦେଖାଯାଉଥିବା ବେଳେ ସେଗୁଡିକ ମଧ୍ୟରୁ ୬୦ରୁ ଊର୍ଦ୍ଧ୍ୱ ଜାତିର ସାପ ବିଷଧର। ବିଷଧର ସାପଗୁଡିକ ମଧ୍ୟରେ ଅହିରାଜ, ନାଗ, ତମ୍ପ, ଚିତି, ରଣା, ବୋଡା ଓ ସାମୁଦ୍ରିକ ସାପ ପ୍ରଧାନ। ସମୁଦ୍ରରେ ବାସ କରୁଥିବା ସବୁ ସାପଙ୍କଠାରେ ବିଷ ଥାଏ।
ଜଳ ଓ ସ୍ଥଳ ଉଭୟ ସ୍ଥାନରେ ବିଷଧର ଓ ବିଷହୀନ ସାପମାନଙ୍କୁ ଦେଖିବା ପାଇଁ ମିଳେ। ଏହି ଉଭୟ ପ୍ରକାରର ସାପ ମଣିଷମାନଙ୍କୁ କାମୁଡିଥାନ୍ତି। କିନ୍ତୁ କାହାକୁ ସାପ କାମୁଡିଥିଲେ ତାକୁ ବିଷଧର ସାପ ହିଁ କାମୁଡିଛି ବୋଲି ଆମେ ଧରିନେଉ। ମାତ୍ର ବିଷ ନ ଥିବା ସାପଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବାରୁ ଏଇମାନେ ହିଁ ଅଧିକାଂଶ ସମୟରେ କାମୁଡିବାର ସମ୍ଭାବନା ବେଶି।
ସାପର ମୁଣ୍ଡ, ପିଠି ଓ ପେଟର କାତିର ଆକାର, ଆକୃତି ଏବଂ ଅବସ୍ଥିତିକୁ ପରୀକ୍ଷା କରି ତାହା ବିଷଧର କି ନା ଜାଣିହୁଏ। ବଡ ଫଣା ଥିବା ସାପମାନେ ମଧ୍ୟ ବିଷଧର। ସାପର ଦାନ୍ତକୁ ପରୀକ୍ଷା କରି ମଧ୍ୟ ସାପ ବିଷଧର କି ବିଷହୀନ, ତାହା ଜଣାପଡ଼େ।
ସାପଦାନ୍ତ ଓ ବିଷସ୍ଥଳୀ:ବିଷଧର ସାପର ଉପର ମାଢ଼ିରେ ଥାଏ ଦୁଇଟି ବିଷ ଦାନ୍ତ। ବିଷ ଦାନ୍ତର ଆକାର ବଡ଼ ଓ ଏହା ବଙ୍କା। ଏହାଛଡା ଉଭୟ ଜାତିର ସାପଙ୍କ ପାଟିରେ ଛୋଟ ଛୋଟ ଦାନ୍ତମାନ ରହିଥାଏ। ବିଷଦାନ୍ତ ଦୁଇଟି ବେଶି ମୁନିଆ। କେଉଁ ଜାତି ସାପର ବିଷ ଦାନ୍ତ ଇଞ୍ଜେକସନ ଛୁଞ୍ଚି ଭଳି ପୋଲା ତ ଆଉ କେଉଁ ଜାତି ସାପର ବିଷଦାନ୍ତର କଡପଟ ଖାଲୁଆ। ବିଷ ଦାନ୍ତର ସେହି ପୋଲା କିମ୍ବା ଖାଲୁଆ ବାଟ ଦେଇ ବିଷ ପିଚିକି ଆସିଥାଏ। ବିଷହୀନ ସାପର ଦାନ୍ତଗୁଡିକ ନିଦା ଓ ଛୋଟ।
ଆମ ପାଟିର ଦୁଇପଟେ ଯେପରି ଲାଳ ତିଆର ବ୍ୟବସ୍ଥା ଅଛି, ସାପମାନଙ୍କ ପାଟିରେ ମଧ୍ୟ ସେହିପରି ଲାଳ ତିଆରିର ବ୍ୟବସ୍ଥା ଅଛି। ସେହି ଲାଳ ଆସି ଲାଳ ଥଳିରେ ଜମା ହୁଏ ଓ ଖାଦ୍ୟ ହଜମରେ ସାହାଯ୍ୟ କରେ। ସାପର ଆଖି ପଛପଟେ ଉପର ପାଟିର ଦୁଇକଡରେ ରହିଥାଏ ଲାଳ ଥଳି। ବିଷଧର ସାପମାନଙ୍କ ଲାଳରେ ବିଷ ରହିଥିବା ବେଳେ ବିଷହୀନ ସାପଙ୍କ ଲାଳରେ ବିଷ ନ ଥାଏ। ବିଷଧର ସାପଙ୍କଠାରେ ଥିବା ଲାଳ ଥଳି ହିଁ ସେମାନଙ୍କର ବିଷ ଥଳି।
ବିଷଧର ସାପ କାମୁଡିଥିଲେ କ୍ଷତ ସ୍ଥାନରେ ବେଳେ ବେଳେ ଦୁଇଟି ଦାନ୍ତ ଚିହ୍ନ ଦେଖିବାକୁ ମିଳେ। ଏହି ଚିହ୍ନ ଦୁଇଟି ଅପେକ୍ଷାକୃତ ଗହୀରିଆ ଓ ରହିଥାଏ ପାଖାପାଖି। ତା’ ସାଙ୍ଗକୁ ଦେଖିହୁଏ ଅନ୍ୟ ଛୋଟ ଛୋଟ ଦାନ୍ତ ଚିହ୍ନ। ବିଷହୀନ ସାପ କାମୁଡିଥିଲେ ଦାନ୍ତ ଚିହ୍ନ ଗହୀରିଆ ହୋଇ ନ ଥାଏ। ତେବେ ଦାନ୍ତ ଚିହ୍ନ ବାରି ନ ହେଲେ ବିଷଧର ସାପ କାମୁଡିନାହିଁ ବୋଲି ଧାରଣା କରିନେବା ଉଚିତ ନୁହେଁ। ବରଂ ରୋଗୀକୁ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଖିବା ହିଁ ନିରାପଦ।
ବିଷଧର ସାପ କାମୁଡିଲେ ତା’ ମୁଣ୍ଡର ପେଶୀଗୁଡିକ ସଂକୁଚିତ ହୋଇ ବିଷଥଳି ଜୋରରେ ଚିପି ହୋଇଯାଏ। ବିଷଥଳି ଚିପି ହୋଇଯିବାରୁ ଥଳି ଭିତରୁ ବିଷ ଥିବା ଲାଳ ପିଚିକି ଆସେ ଏବଂ ବିଷଦାନ୍ତର କଣା କିମ୍ବା ନାଳି ଦେଇ ଦେହ ଭିତରକୁ ପ୍ରବେଶ କରିଥାଏ। ଏହା ପରେ ବିଷ ଧୀରେ ଧୀରେ ଦେହର ଚାରିଆଡେ ଚରିଯାଏ। ଚରିଯାଏ ଲସିକା ବା ଲିମ୍ଫବାଟେ ଓ ରକ୍ତ ବାଟେ।
ବିଷରେ ରହିଥିବା ଉପାଦାନ
ସାପ ବିଷ ଦେଖିବାକୁ ସ୍ବଚ୍ଛ ଓ ଏହା ଈଷତ ହଳଦିଆ ଏକ ତରଳ ପଦାର୍ଥ ।
କିନ୍ତୁ ବିଷ ଶୁଖିଗଲେ ତାହା ହଳଦିଆ ରଙ୍ଗର ଦାନା ପାଲଟିଯାଏ। ଦାନା ବାନ୍ଧି ଯାଉଥିଲେ ମଧ୍ୟ ଏହାର ବିଷକ୍ରିୟା ଅକ୍ଷୁଣ୍ଣ ରହିଥାଏ ବର୍ଷ ବର୍ଷ ଧରି।
ଅହିରାଜ, ଗୋଖର, ଚିତି ଓ ରଣା ଜାତୀୟ ସାପର ଲାଳରେ ଥାଏ ସ୍ନାୟୁବିଷ। ଏହି ସ୍ନାୟୁବିଷ ମଧ୍ୟରେ ନ୍ୟୁରୋଟକ୍‌ସିନ ଓ କୋଲିନଏଷ୍ଟରେଜ ନାମକ ଉପାଦାନ ପ୍ରଧାନ। ଏହି ସ୍ନାୟୁ ବିଷ ସ୍ନାୟୁଗୁଡିକର କ୍ରିୟାକୁ ବ୍ୟାହତ କରିପକାଏ। ଫଳରେ ମାଂସପେଶୀମାନ ସେମାନଙ୍କ କାର୍ଯ୍ୟ କରିବା ନିମନ୍ତେ ଅକ୍ଷମ ହୋଇପଡନ୍ତି। କିନ୍ତୁ ବୋଡା ସାପର ବିଷରେ ରକ୍ତ ଓ ତନ୍ତୁ ଉପରେ କ୍ଷତିକର ପ୍ରଭାବ ପକାଉଥିବା ଉପାଦାନଗୁଡିକର ପରିଣାମ ବେଶି। ଏଥିରେ ରହିଥିବା ହେମୋଲାଇସିନ ଓ ଥ୍ରମ୍ବୋପ୍ଲାଷ୍ଟିନ ଆଦି ଉପାଦାନର ପ୍ରଭାବରେ ରକ୍ତନଳୀର ଆବରଣ ନଷ୍ଟ ହୋଇଯାଏ। ରକ୍ତରେ ଥିବା ଲୋହିତ କୋଷିକାମାନ ବା ଆରବିସିଗୁଡିକ ଫାଟିଯାଆନ୍ତି। ଫଳରେ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପଡ଼େ। ବୋଡା ଲାଳରେ ଥାଏ ରକ୍ତ ବିଷ।
ତେବେ ସ୍ନାୟୁବିଷ ଓ ରକ୍ତବିଷକୁ ଛାଡିଦେଲେ ଶରୀରର ତନ୍ତୁ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ଆହୁରି କେତେକ ବିଷାକ୍ତ ଉପାଦାନ ମଧ୍ୟ ସାପ ବିଷରେ ରହିଥାଏ। କେତେକ ବିଷାକ୍ତ ଉପାଦାନ ମଧ୍ୟ ଅନିଷ୍ଟକର ପ୍ରଭାବ ପକେଇଥାଏ ହୃତ୍‌ପିଣ୍ଡ ଉପରେ।
ବିଷଧର ସାପ କାମୁଡିଥିବାର ଲକ୍ଷଣ : ଅଧିକାଂଶ ଜାତିର ସାପଙ୍କଠାରେ ବିଷ ନ ଥାଏ। ତେଣୁ ସାପ କାମୁଡିଲେ ସେହି ସାପ ବିଷହୀନ ହୋଇଥିବାର ସମ୍ଭାବନା ବେଶୀ। ତଥାପି ସାପ ପ୍ରତି ଆମର ଏତେ ଭୟ ଯେ ସାପ କାମୁଡିଥିଲେ ତାହା ନିଶ୍ଚୟ ବିଷଧର ହୋଇଥିବ ବୋଲି ଭାବିନେଇ ରୋଗୀ ଖୁବ୍‌ ଛାନିଆ ହୋଇପଡେ। ଏହି ଛାନିଆ ହୋଇପଡିବା କାରଣରୁ ହିଁ ତାହାର ମୃତ୍ୟୁ ହୋଇ ଯାଇପାରେ। ତଥାପି ସାପ କାମୁଡିଥିଲେ ତାହା ବିଷଧର ଭାବି ରୋଗୀକୁ ତୁରନ୍ତ ଡାକ୍ତରଖାନା ନେବା ଉଚିତ। ବିଷଧର ସାପ କାମୁଡିବାର ୧୫-୩୦ମିନିଟ୍‌ ମଧ୍ୟରେ ଲକ୍ଷଣମାନ ପ୍ରକାଶ ପାଏ। ସେଗୁଡିକ ହେଲା
-ସାପ କାମୁଡିଥିବା ସ୍ଥାନରେ ଯନ୍ତ୍ରଣା ହୁଏ ଏବଂ ସେହି ସ୍ଥାନଟି ଫୁଲିଯାଏ।
-ବୋଡା ସାପ କାମୁଡିଥିଲେ ପୋଡା ଏବଂ ଯନ୍ତ୍ରଣା ଅଧିକ ହୁଏ।
-କ୍ଷତ ସ୍ଥାନରୁ ରକ୍ତ ଝରିପାରେ।
-କାମୁଡା ଜାଗା ନୀଳ ପଡିଯାଏ।
-ପରେ ଏହି ଜାଗାରେ ପ୍ରଦାହ ଜାତ ହୋଇ ତାହା ପୂଜେଇ ଯାଇପାରେ।
-ବାନ୍ତି ହୋଇପାରେ ଏବଂ ପାଟିରୁ ଲାଳ ଗଡିପାରେ।

ଡା. ନିତ୍ୟାନନ୍ଦ ସ୍ବାଇଁ

-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ୍‌ ନଂ.୧୧୩୧, ଅଭିନବ ବିଡ଼ାନାସୀ, କଟକ। ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା: ଖସାଇଲା ଡ୍ରୋନ୍‌

ଓ୍ବାଶିଂଟନ୍‌,୨୮।୫: ଆମେରିକୀୟ ସେନା ପୁଣି ଥରେ ଇରାନରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ରାତାରାତି ଆକ୍ରମଣ ସେହି ସାମରିକ ଘାଟିଗୁଡ଼ିକୁ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri