ଅଟୋ ଚଳାଚଳ ଉପରେ କଟକଣା: ଭଦ୍ରକ, ବାଲେଶ୍ୱର ଲକ୍‌ଡାଉନ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୨୧।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜିଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ଭଦ୍ରକ ଓ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ୨୨ରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଭଦ୍ରକ, ବାଲେଶ୍ୱର ସହର ସମେତ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସହରରେ ଅତ୍ୟାବଶ୍ୟକ ସାମଗ୍ରୀ, ତେଜରାତି, ମାଛ, ମାଂସ, ପରିବା ଓ କ୍ଷୀର ଦୋକାନକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ କରିବା ପାଇଁ ପ୍ରଶାସନ ମାଇକ୍‌ ଯୋଗେ ପ୍ରଚାର କରିଛି। ଏପରି କି ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ସହରର ସମସ୍ତ ଦୋକାନ ବଜାରରେ ତାଲା ପକାଯାଇଛି। ଏହି ଘୋଷଣାନାମା ପରେ ସହରରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଏହାଛଡ଼ା କରୋନା ସଂକ୍ରମଣ ରୋକିବା ପାଇଁ ଅଟୋ ଚଳାଚଳ ଉପରେ ଜିଲା ପରିବହନ ଅଧିକାରୀ ମଧ୍ୟ କଟକଣା ଜାରି କରିଛନ୍ତି। ଗାଡ଼ିର ପଞ୍ଜୀକରଣ ନମ୍ବରକୁ ନେଇ କେଉଁ ତାରିଖରେ ଉକ୍ତ ଗାଡ଼ି ଚଳାଚଳ କରିବ ତାହା ଧାର୍ଯ୍ୟ କରାଯାଇଛି। ଅଡ୍‌ ଇଭିନ୍‌ ଫର୍ମୁଲା ମୁତାବକ ଅଟୋ ଚଳାଚଳ କରିବ। ସମସ୍ତ ଅଟୋ ଚାଳକ ନିଜ ଗାଡ଼ିରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଯାତ୍ରୀ ନେଇ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିସହିତ ଜିଲା ଭିତରକୁ କାହାକୁ ପ୍ରବେଶ କରିବାକୁ ନ ଦେବା ସହ ଜିଲା ବାହାରକୁ ପ୍ରଶାସନର ବିନା ଅନୁମତିରେ ଛଡ଼ାଯିବ ନାହଁି ବୋଲି ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri