ଭଙ୍ଗା ଘରେ କଟୁଛି କରୁଣାକରଙ୍କ ଜୀବନ

ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ ହମାମୀରା ଗ୍ରାମର କରୁଣାକର ସାହୁଙ୍କ ଛପର ଫନୀରେ କ୍ଷତିଗ୍ରସ୍ତ ହୋଇଥିଲା। ତାଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିଲା। କିନ୍ତୁ ସରକାରୀ ସହାୟତା ତ ଦୂରର କଥା ଅଦ୍ୟାବଧି ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କୁ ଜରି ପାଲଟିଏ ମଧ୍ୟ ପ୍ରଦାନ କରାଯାଇ ନାହିଁ। ଫଳରେ ମୁଣ୍ଡଫଟା ଖରାରେ ଭଙ୍ଗାଦଦରା ଘରେ ସେ ମୁଣ୍ଡ ଗୁଞ୍ଜୁଥିବା ଅଭିଯୋଗ କରିଛନ୍ତି।
କରୁଣାକରଙ୍କୁ ମିଶାଇ ତାଙ୍କ ପରିବାରର ମୋଟ୍‌ ୬ ଜଣ କେତେବେଳେ ଭଙ୍ଗା ଘରେ ତ କେବେ ଖୋଲା ଆକାଶ ତଳେ ରହୁଛନ୍ତି। ପ୍ରଶାସନର କୌଣସି ଅଧିକାରୀ ତାଙ୍କ ନିକଟରେ ପହଞ୍ଚତ୍ ନାହାନ୍ତି। ୧୫ ଦିନ କାଳ ଖୋଲା ଆକାଶ ତଳେ ବୃଦ୍ଧ ବାପା ଓ ଦୁଇ ପିଲାଙ୍କ ସହ ପଡ଼ିରହିବା ପରେ ଏବେ ଏକ ଝାଟିମାଟି ଘର କରି ସେଥିରେ ପିଲାଙ୍କୁ ଥଇଥାନ କରିଛନ୍ତି। ତେବେ ଫନୀକୁ ପାଖାପାଖି ମାସେ ପୂରିବାକୁ ଯାଉଥିବାବେଳେ କରୁଣାକରଙ୍କୁ ସହାୟତା ପ୍ରଦାନ କରା ନ ଯିବା ନେଇ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଅନୁଗୋଳ ତହସିଲଦାର ବିଚିତ୍ରାନନ୍ଦ ନାୟକ କହିଛନ୍ତି ଯେ, ଘର ଭଙ୍ଗା ଲୋକଙ୍କୁ ତୁରନ୍ତ ପଲିଥିନ ମିଳିବା କଥା। କିନ୍ତୁ ତାଙ୍କୁ କାହିଁକି ପ୍ରଦାନ କରାଯାଇ ନାହିଁ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଘର ଭଙ୍ଗା ଟଙ୍କା ବର୍ତ୍ତମାନ ସୁଦ୍ଧା ଆସି ନ ଥିବାରୁ


Enter your email to get our daily news in your inbox.

All Right Reserved By Dharitri.Com

ବେକେ ପାଣିରେ ଶ୍ମଶାନକୁ ନେଲେ ମୃତଦେହ

ବଅଁରପାଳ,୧୮।୭(ସୁବାସ ସାହୁ): ମୃତଦେହ ସତ୍କାର ପାଇଁ ଶ୍ମଶାନକୁ ନେବାକୁ ହେଲେ ଯୋର ପାରିହେବାକୁ ପଡ଼େ। ଉକ୍ତ ଯୋର ଉପରେ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ ରହିଥିବାବେଳେ ଲଗାଣ ବର୍ଷା…

କୋଇଲା ଖଣି ପାଇଁ ୭୫୦ ହେକ୍ଟର ଜଙ୍ଗଲ ଜମି ହେବ ନଷ୍ଟ: ଅନୁଗୋଳବାସୀଙ୍କ ଲାଗି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୮।୭ (ପି.ଟି.):ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ୍‌କୁ ଆବଣ୍ଟିତ ପ୍ରସ୍ତାବିତ ଅଳକାନନ୍ଦା କୋଇଲା ଖଣିରେ ଖନନ ପାଇଁ ଅନୁଗୋଳ ଜିଲାରେ ୭୫୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri