ବ୍ରହ୍ମପୁର ଅଫିସ,୨୧ା୬- ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ର ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ଆଦାୟ ହୋଇପାରିନି ହୋଲଡିଂ (ଘର) ଟିକସ ବାବଦ ୬ କୋଟି ୫୩ ଲକ୍ଷ ୫୫ ହଜାର ୭୬୩ ଟଙ୍କା। ତନ୍ମଧ୍ୟରୁ କେବଳ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୩ କୋଟି ୯୭ ଲକ୍ଷ ୩୫ ହଜାର ୬୪୭ ଟଙ୍କା ବକେୟା ପଡ଼ିଛି।
ଆଉ ୧୮ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବିଲଡିଂରୁ ୨ କୋଟି ୫୬ ଲକ୍ଷ ୨୦ ହଜାର ୧୧୬ ଟଙ୍କା ଆଦାୟ ହୋଇପାରି ନ ଥିବା ନିଗମ ସୂତ୍ରରୁ ଜଣାପଡ଼ିଛି। ୨୦୧୭-୧୮ ବର୍ଷ ସୁଦ୍ଧା ୬ କୋଟି ୪ ହଜାର ୨୨୫ ଟଙ୍କା ଟିକସ ବାବଦ ବକେୟା ପଡ଼ିଥିବା ବେଳେ ୨୦୧୮-୧୯ ବର୍ଷରେ ଆଉ ୫୩ ଲକ୍ଷ ୫୧ ହଜାର ୫୩୮ ଟଙ୍କା ମିଶି ୬.୫୩ କୋଟିରୁ ଅଧିକ ହୋଇଛି। ଇତିମଧ୍ୟରେ ନିଗମ ବୈଠକ ଅନୁଷ୍ଠିତ ହୋଇଥିଲା। ଘର ଟିକସ ବାବଦ ବକେୟା ଟଙ୍କା ଆଦାୟ ପାଇଁ କଡ଼ା ପଦକ୍ଷେପ ନିଆଯିବାର ନିଷ୍ପତ୍ତି ନିଆଯାଇଛି। ଏଠାର ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ନିର୍ବାହୀ ଯନ୍ତ୍ରୀ ହୋମଲଡିଂ ଟିକସ ବାବଦ ୯୨ ଲକ୍ଷ ୫୫ ହଜାର ୯୭୩, ବିଡିଏ (ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ସେକ୍ରେଟାରୀ ୯ ଲକ୍ଷ ୩୨ ହଜାର ୮୪୮ ଟଙ୍କା ପୈଠ କରିନାହାନ୍ତି। ସେହିପରି ବିଏସ୍ଏନ୍ଏଲ ଜେନେରାଲ ମ୍ୟାନେଜର ୨୮ ଲକ୍ଷ ୮୫ ହଜାର ୨୮୦ ଟଙ୍କା, ଦୂରଦର୍ଶନ କେନ୍ଦ୍ର ୧ ଲକ୍ଷ ୮୩ ହଜାର ୪୮୦ ଟଙ୍କା, ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ୨ ଲକ୍ଷ ୩୭ ହଜାର ୧୮୫ ଟଙ୍କା, ଗଞ୍ଜାମ ସିଡିଏମ୍ଓ ୫ ଲକ୍ଷ ୯୨ ହଜାର ୮୨୩ ଟଙ୍କା ହୋଲଡିଂ ଟିକସ ପୈଠ କରିନାହାନ୍ତି। ମହାନଗରରେ ଥିବା ଉମା ଚରଣ ପଟ୍ଟନାୟକ ସରକାରୀ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ ୫୭ ଲକ୍ଷ ୪୯ ହଜାର ୬୪୭ ଏବଂ ସରକାରୀ ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷଙ୍କ ନାମରେ ୧୮ ଲକ୍ଷ ୪୫ ହଜାର ୦୨୮ ଟଙ୍କା ବକେୟା ରହିଛି। ସରକାରୀ ଆଇଟିଆଇ ଅଧ୍ୟକ୍ଷ ୩୨ ଲକ୍ଷ ୭୮ ହଜାର ୧୨୭ ଟଙ୍କା ବକେୟା ରଖିଛନ୍ତି। ବ୍ରହ୍ମପୁର ଉପ ଜିଲାପାଳ ୧ ଲକ୍ଷ ୦୩ ହଜାର ୪୨୯, ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କ ନାମରେ ୧ ଲକ୍ଷ ୬୦ ହଜାର ୪୮୪ ଟଙ୍କା ହୋଲ୍ଡିଂ ଟିକସ ବକେୟା ରହିଛି। ସରକାରୀ କୁଇନ୍ ମିଶନ ହାଇସ୍କୁଲ ୪୦ ହଜାର ୯୩୧, ସରକାରୀ ବାଳିକା ହାଇସ୍କୁଲ (ରାମଲିଙ୍ଗମ୍ ପୋଖରୀ ରୋଡ) ୩୬ ହଜାର ୮୯୪, ଗୋସାଣୀନୂଆଗଁାସ୍ଥ କେସି ବାଳକ ହାଇସ୍କୁଲ ୭୧ ହଜାର ୩୨୫, କେସି ଟାଉନ ହାଇସ୍କୁଲ ୨୩ ହଜାର ୧୯୫, କେସି ବାଳିକା ହାଇସ୍କୁଲ ୪୭ ହଜାର ୭୧୦ ଏବଂ ଗିରିରୋଡସ୍ଥ ବାଳିକା ହାଇସ୍କୁଲ (ସରକାରୀ) ୫୫୦୯୫ ଟଙ୍କା ହୋଲ୍ଡିଂ ଟିକସ ବକେୟା ଥିବା ବିଏମ୍ସି ତଥ୍ୟରୁ ଜଣାପଡ଼ିଛି।
ମହାନଗର ନିଗମ ଇଲାକାରେ ବର୍ତ୍ତମାନ ସୁଦ୍ଧା ଆସେଶମେଣ୍ଟ ହୋଇଥିବା ୫୮ ହଜାରରୁ ଊର୍ଦ୍ଧ୍ୱ ଘର ଅଛି। କେତେକ ନୂଆ ବସ୍ତି ଓ ସାହିରେ ଗୃହ ନିର୍ମାଣ ଚାଲିଛି। ସେ ସବୁ ସମ୍ପୂର୍ଣ୍ଣ ହେବା ପରେ ଟିକସ ପାଇଁ ଆସେଶମେଣ୍ଟ କରାଯିବ। ଏବେ ବାର୍ଷିକ ୧୨ କୋଟିରୁ ଅଧିକ ଟଙ୍କା ହୋଲ୍ଡିଂ ଟିକସ ଆଦାୟ କରାଯିବାର ହିସାବ କରାଯାଇଛି।
ଘରୋଇ ବାସଗୃହ ଗୁଡ଼ିକରୁ ଟିକସ ଆଦାୟ ସୁବିଧାରେ ହେଉଥିବା ବେଳେ ସରକାରୀ ବିଲ୍ଡିଂ ଗୁଡ଼ିକରେ ସାଢ଼େ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ପଡ଼ିଛି।
ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ
ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…
ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…
ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…
ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…
ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍ରୋଡ୍କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…
ବେନିୟମ କରତକଳ ଉପରେ ଚଢ଼ାଉ, ଖସିଗଲେ ଅଭିଯୁକ୍ତ
ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ…
ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା
ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…
ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ
ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…
୭ ମାସର ଗର୍ଭବତୀ ପରେ ପ୍ରେମିକାଙ୍କୁ ପ୍ରତାରଣା; ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ …
ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ ପଡୋଶୀ ଗଁ…
କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍
ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…
Archives

