ବୈଜ୍ଞାନିକଙ୍କ ସତର୍କ ସୂଚନା: କରୋନା ଚିକିତ୍ସାରେ ମ୍ୟାଲେରିଆ ଔଷଧ ହୃତ୍‌ପିଣ୍ଡରେ ସମସ୍ୟା ସୃଷ୍ଟି କରିପାରେ

ନୂଆଦିଲ୍ଲୀ,୩ା୪(ପି.ଟି.): କରୋନା ଭୂତାଣୁ ବା କୋଭିଡ୍‌-୧୯ ଚିକିତ୍ସା ଲାଗି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସକ୍ଲୋରୋକୁଇନ୍‌ ଏବଂ ଆଣ୍ଟିବାୟୋଟିକ୍‌ ଆଜିଥ୍ରୋମାଇସିନ୍‌ ବ୍ୟବହାର କରାଯାଉଛି। ତେବେ ଏଭଳି ଔଷଧ ସେବନ ହୃତ୍‌ପିଣ୍ଡ ସମସ୍ୟା ସୃଷ୍ଟି କରିପାରେ ବୋଲି ଆମେରିକାର ହୃଦ୍‌ବିଶେଷଜ୍ଞ ସତର୍କ କରାଇଦେଇଛନ୍ତି। ଯେଉଁ କୋଭିଡ୍‌-୧୯ ରୋଗୀମାନଙ୍କର ମ୍ୟାଲେରିଆ-ଆଣ୍ଟିବାୟୋଟିକ୍‌ ଔଷଧରେ ଚିକିତ୍ସା କରାଯାଉଛି ସେମାନଙ୍କର ଭେଣ୍ଟ୍ରିକୁଲାର ଆରିଥ୍‌ମିଆ ଯାଞ୍ଚ କରିବା ଆବଶ୍ୟକ ବୋଲି ଓରେଗାନ୍‌ ହେଲ୍‌ଥ ଆଣ୍ଡ ସାଇନ୍ସ ୟୁନିଭର୍ସିଟି (ଓଏଚ୍‌ଏସ୍‌ୟୁ) ଏବଂ ଇଣ୍ଡିଆନା ୟୁନିଭର୍ସିଟିର ଗବେଷକମାନେ ସୁପାରିସ୍‌ କରିଛନ୍ତି। କାରଣ ଉପରୋକ୍ତ ଔଷଧ ସେବନ ହୃତ୍‌ପିଣ୍ଡର ନିମ୍ନ ଚାମ୍ବରର ସ୍ପନ୍ଦନ ବଢ଼ାଇଦେଇଥାଏ ଓ ଏଥିରେ ଅନିୟମିତତା ଦେଖାଦେଇଥାଏ, ଯାହା ହୃଦ୍‌ଘାତ ଭଳି ସମସ୍ୟା ଆଡକୁ ନେଇଯାଇପାରେ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି। ଆମେରିକୀୟ କଲେଜ୍‌ ଅଫ କାର୍ଡିଓଲୋଜିର ଏକ ପତ୍ରିକାରେ ଏହି ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶ ପାଇଛି। ଯେଉଁମାନଙ୍କ ହୃଦ୍‌ସମସ୍ୟା ରହିଛି ସେମାନଙ୍କ ପାଇଁ ଉଭୟ ଔଷଧ ଏକତ୍ର ସେବନ ବିପଦ ବଢ଼ାଇପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଡାକ୍ତରମାନେ କରୋନା ଚିକିତ୍ସା ଲାଗି ଔଷଧ ଲେଖିବା ବେଳେ ଏହାର ପ୍ରତିକ୍ରିୟା ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ ବୋଲି ଓଏଚ୍‌ଏସ୍‌ୟୁ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଆସୋସିଏଟ ପ୍ରଫେସର ଷ୍ଟେକର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri