ବିସ୍ଫୋରକ ରୂପ ନେଲା କାଜୁ ଜଙ୍ଗଲ ବିବାଦ: ସଂଘବଦ୍ଧ ଆକ୍ରମଣରେ ୨ ଆଦିବାସୀ ନିହତ

ନୟାଗଡ ଅଫିସ/ରଣପୁର,୧୧ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁର ଥାନା ରାଇପଡାସ୍ଥିତ କାଜୁ ଜଙ୍ଗଲକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଶୁକ୍ରବାର ବିସ୍ପୋରକ ରୂପ ନେଇଛି। ରାଇପଡା ନୂଆସାହି ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଆଦିବାସୀ ସାହିର ଦୁର୍ଗା ପ୍ରଧାନ (୫୦) ଓ ବିରଞ୍ଚତ୍ ପ୍ରଧାନ (୫୫) ନିହତ ହୋଇଛନ୍ତି। ଏହି ଆକ୍ରମଣରେ ୨୫ ଆଦିବାସୀ ଆହତ ହୋଇଥିବାବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଖୋର୍ଦ୍ଧା ଜିଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥାରେ ଉନ୍ନତି ନ ଆସିବାରୁ ୬ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଶରଣକୁଳ ଏସ୍‌ଡିପିଓ ଏସ୍‌. ଟପୋ, ଚାନ୍ଦପୁର ଆଇଆଇସି ଧନେଶ୍ୱର ନାହାକ, ସବ୍‌ଇନ୍ସପେକ୍ଟର ଏସ୍‌.ଏସ୍‌. ହରୋ ପହଞ୍ଚତ୍ ତଦନ୍ତ କରିଥିଲେ। ଉତ୍ତେଜନା ଲାଗିରହିଥିବାରୁ ଗଁ।ରେ ୧ସେକ୍ସନ ପୋଲିସ ମୁତୟନ ଅଛନ୍ତି। ନୟାଗଡ଼ ଏସ୍‌ପି ଚାନ୍ଦପୁର ଥାନାକୁ ଯାଇ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଫେରିଛନ୍ତି। ହେଲେ ସେ ଘଟଣାସ୍ଥଳକୁ ଯାଇନାହାନ୍ତି। ଆଦିବାସୀ ସାହିର ବେଣୁଧର ପ୍ରଧାନଙ୍କ ଅଭିଯୋଗ ଅନୁସାରେ ରାଇପଡା ସରପଞ୍ଚ ବ୍ରହ୍ମଚାରୀ ମାଝି, ନୂଆସାହିର ଅଶୋକ ଭଟ୍ଟ, କେଳୁ ବେହେରା, ସୁର ମାଝି, ହାଡିଆ ବେହେରା, ଧନୁ ବେହେରା, ହାଡିଆ ପଲେଇଙ୍କ ସମେତ ୪୦ ଜଣଙ୍କ ନଁାରେ ୩୭/୨୦ରେ ମାମଲା ରୁଜୁ ହୋଇଛି। ପୋଲିସ ଦୁର୍ଗା ପ୍ରଧାନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରଣପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ହେଲେ ଆଦିବାସୀମାନେ ସରପଞ୍ଚ ଓ ଅନ୍ୟମାନଙ୍କ ଗିରଫ ସହ କ୍ଷତିପୂରଣ ଦାବିରେ ମୃତଦେହ ନ ଛାଡି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ରଖି ଆନ୍ଦୋଳନ ଚଳାଇଛନ୍ତି।
ଅଭିଯୋଗ ଅନୁସାରେ ଆଦିବାସୀ ସାହିର ବେଣୁଧର ପ୍ରଧାନ ୩ବର୍ଷ ପାଇଁ ୧୬ ଲକ୍ଷ ୫୦ ହଜାର ଟଙ୍କାରେ ରାଇପଡା କାଜୁ ଜଙ୍ଗଲକୁ ୨୦୧୯ରେ ଓଡ଼ିଶା କାଜୁ ଉନ୍ନୟନ ନିଗମ ଲିମିଟେଡ୍‌ରୁ ନିଲାମ ନେଇଥିଲେ। ପ୍ରଥମ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ଡିପୋଜିଟ୍‌ କରି ନିଜ ଗଁା ସମେତ ଆଖପାଖ ଅଞ୍ଚଳର ଆଦିବାସୀମାନଙ୍କୁ ନେଇ କାଜୁ ଜଙ୍ଗଲର ସୁରକ୍ଷା ଦେଇଆସୁଥିଲେ। ଶୁକ୍ରବାର ପୂର୍ବାହ୍ନରେ ଆଦିବାସୀ ମହିଳାପୁରୁଷଙ୍କୁ ନେଇ ବେଣୁଧର କାଜୁ ଜଙ୍ଗଲରୁ କାଜୁ ମଞ୍ଜି ସଂଗ୍ରହ କରୁଥିଲେ। ଏହି ସମୟରେ ସରପଞ୍ଚ ବ୍ରହ୍ମଚାରୀ ମାଝିଙ୍କ ନେତୃତ୍ୱରେ ୩୫ରୁ ୪୦ ଲୋକ ଠେଙ୍ଗା, ଭୁଜାଲି, କଟୁରି ଆଦି ମାରଣାସ୍ତ୍ର ଧରି କାଜୁ ଜଙ୍ଗଲରେ ପଶିଥିଲେ। ପରେ ମିଳିତ ଭାବେ ଆଦିବାସୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ଏଥିରେ ଆହତ ହୋଇଥିବା ଆଦିବାସୀମାନେ ଛତ୍ରଭଙ୍ଗ ଦେଇଥିଲେ। ଆକ୍ରମଣକାରୀ ପଳାଇଯିବା ପରେ ଆଦିବାସୀମାନେ ଦୁର୍ଗା ପ୍ରଧାନ, ବିରଞ୍ଚତ୍ ପ୍ରଧାନ, ଗଙ୍ଗା ବେହେରା, ବସନ୍ତ ନାୟକ, ରାଜୁ ପ୍ରଧାନ, ସତ୍ୟ ନାୟକ, ସଞ୍ଜୁ ନାୟକ, ବୈଷ୍ଣବ ନାୟକ, ସୁକାନ୍ତି ନାୟକ, ସୁନିତା ପ୍ରଧାନ, ଶାନ୍ତି ନାୟକ, ଶାନ୍ତି ପ୍ରଧାନ, ଟୁକୁନି ନାୟକ, ଶଙ୍କର ସାମନ୍ତରାୟ ପ୍ରମୁଖ ୨୫ ଆହତଙ୍କୁ ପ୍ରଥମେ ଟାଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଦୁର୍ଗାଙ୍କ ମୃତ୍ୟୁ ଘଟିଥିଲା। ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ହୋଇଥିବା ୬ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଥିବା ବିରଞ୍ଚତ୍ ପ୍ରାଣ ହରାଇଛନ୍ତି। ୨ଜଣଙ୍କ ମୃତ୍ୟୁ ପରେ ୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ମହିଳାପୁରୁଷ କିଭଳି ପରିସ୍ଥିତିକୁ ସାମ୍‌ନା କରିବେ ସେ ନେଇ ଗଁ। ପାଖ ମନ୍ଦିରରେ ଆଲୋଚନା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?