Posted inଖେଳ

‘ବିସିସିଆଇର ବିଜୟ ହେବ’

ନୂଆଦିଲ୍ଲୀ,୨୪।୫-କରୋନା ଭାଇରସ ସଂକ୍ରମଣ ଜନିତ ପ୍ରଭାବରୁ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକ ସ୍ଥଗିତ ରହିଛି କିମ୍ବା ବାତିଲ ହୋଇଛି। ନିର୍ଦ୍ଧାରିତ ସମୟରେ ହୋଇ ନ ପାରିବାରୁ ଆଇସିସି ଟି୨୦ ବିଶ୍ୱକପ୍‌ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା ମଧ୍ୟରୁ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଗୋଟିଏ ପ୍ରତିଯୋଗିତା ଆୟୋଜନ ସମ୍ଭବ ହେବ। ଅର୍ଥାତ୍‌ ଟି୨୦ ବିଶ୍ୱକପ ବାତିଲ ହେଲେ ଯାଇ ଆଇପିଏଲ ସମ୍ଭବ ହୋଇପାରିବ। ଏ କ୍ଷେତ୍ରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବିଜୟ ହେବ ଏବଂ ଟି୨୦ ବିଶ୍ୱକପ ପରିବର୍ତ୍ତେ ଆଇପିଏଲ ହିଁ ଆୟୋଜନ ହେବ ବୋଲି ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକର ଏକ ସପ୍ତାହ ପୂର୍ବରୁ ଏଭଳି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ। ଆଗାମୀ ଆଇସିସି ବୈଠକରେ ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ବିସିସିଆଇ ବିରୋଧରେ କଡ଼ା ଆଭିମୁଖ୍ୟକୁ ଅପରିବର୍ତ୍ତିତ ରଖିଛନ୍ତି ଚାପେଲ। ବିଶ୍ୱକପରେ ୧୬ ଦଳ ଭାଗନେବାକୁ ଥିବାରୁ ଯୁକ୍ତିଯୁକ୍ତଭାବେ ଦେଖିଲେ ସାମ୍ପ୍ରତିକ ସ୍ଥିତିରେ ଆଇସିସି ପାଇଁ ନିଶ୍ଚିତ କଷ୍ଟକର ହେବ। ବିସିସିଆଇ ଯଦି ଅକ୍ଟୋବରରେ ଆଇପିଏଲ କରାଇବାକୁ ମନସ୍ଥ କରିଥାଏ ତେବେ ନିଶ୍ଚିତ ଏହାର ବାଟ ପାଇଯିବ ବୋଲି ଚାପେଲ କହିଛନ୍ତି। ଅନ୍ୟପକ୍ଷରେ ବିଶ୍ୱକପ ସ୍ଥଗିତ ରଖିବାକୁ ବିସିସିଆଇ ଚାପ ପକାଇବ ନାହିଁ ବୋଲି ଏହାର କୋଷାଧ୍ୟକ୍ଷ ଅରୁଣ ଧୁମାଲ ପ୍ରକାଶ କରିଛନ୍ତି। ଆମେ ବୈଠକରେ ସବିଶେଷ ଆଲୋଚନା କରିବୁ। ଚୂଡ଼ାନ୍ତ ନିଷ୍ପତ୍ତି ଆଇସିସି ନେବ। ଯଦି ଅଷ୍ଟ୍ରେଲିଆ ସରକାର ବିଶ୍ୱକପ ଆୟୋଜନ ପାଇଁ ଘୋଷଣା କରନ୍ତି ଏବଂ କ୍ରିକେଟ ଅଷ୍ଟ୍ରେଲିଆ ଆତ୍ମବିଶ୍ୱାସର ସହ ଏହା ହୋଇ ପାରିବ ବୋଲି ଅନୁଭବ କରେ ତେବେ ବିସିସିଆଇ ଅନ୍ୟ କିଛି ପ୍ରସ୍ତାବ ଦେବନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri