Posted inଖେଳ

ବିଶ୍ୱକପ୍‌ରେ ପାକିସ୍ତାନକୁ ସବୁଥର ହରାଇଛି ଭାରତ

ମାଞ୍ଚେଷ୍ଟର,୧୬।୬(ପି.ଟି.)-ଆଇସିସି ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ୬ଥର ପରସ୍ପରକୁ ଭେଟିଛନ୍ତି। ସବୁ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ହାତ ଖାଲି ରହିଛି। ତେବେ ଦିନିକିଆ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦୁଇଦେଶ ୧୩୧ଟି ମ୍ୟାଚ୍‌ରେ ମୁହଁମୁହିଁ ହୋଇଛନ୍ତି। ଏଥିରେ ପାକିସ୍ତାନ ଭାରତଠାରୁ ପାଦେ ଆଗରେ ରହିଛି। ପାକିସ୍ତାନ ୭୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଭାରତ ୫୪ଟି ମ୍ୟାଚ୍‌ରେ ବାଜି ମାରିଛି।
୧୯୯୨ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ଏକ ଲିଗ୍‌ ମ୍ୟାଚ୍‌ରେ ଭାରତ ସିଡ୍‌ନୀରେ ୪୩ ରନରେ ପାକିସ୍ତାନକୁ ହରାଇଥିଲା। ଏଥିରେ ସଚିନ ତେନ୍ଦୁଲକର ଅପରାଜିତ ୫୪ ରନର ଇନିଂସ ଖେଳିଥିଲେ। ଜାଭେଦ ମିଆଁଦାଦ ଭାରତୀୟ ଉଇକେଟକିପର କିରନ ମୋରେଙ୍କୁ ପରିହାସ କରି ଡେଇଁ ଡେଇଁ ବିବାଦ ସୃଷ୍ଟି କରିଥିଲେ। ତେବେ ଏହି ବିଶ୍ୱକପ୍‌ରେ ପାକିସ୍ତାନ ଚାମ୍ପିୟନ ହୋଇଥିଲା।
୧୯୯୬ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ଭାରତ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ୩୯ ରନରେ ପାକିସ୍ତାନକୁ ହରାଇଥିଲା। ଓ୍ବାର୍କର ୟୁନିସ୍‌ଙ୍କ ବଲରେ ଅଜୟ ଜାଡେଜା ନିର୍ଦ୍ଧୁମ ପ୍ରହାର କରି ହିରୋ ବନିଯାଇଥିଲେ। ତେବେ ଭେଙ୍କଟେଶ ପ୍ରସାଦ ଓ ଅମୀର ସୋହେଲିଙ୍କ ମଧ୍ୟରେ କଥା କଟାକଟି ଓ ସେଣ୍ଡ – ଅଫ୍‌ ଦୃଶ୍ୟ ବେଶ୍‌ ଉପଭୋଗ୍ୟ ହୋଇଥିଲା। ଏଥିରେ ନଭଜୋତ ସିଂ ସିଦ୍ଧୁ ୯୩ ରନର ପାଳି ଖେଳିଥିଲେ।
୧୯୯୯ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ଭାରତ ୪୭ ରନରେ ପାକିସ୍ତାନକୁ ହରାଇଥିଲା। ମ୍ୟାଚ୍‌ ଲୋ- ସ୍କୋରିଂ ଥିଲେ ମଧ୍ୟ ବେଶ୍‌ ରୋମାଞ୍ଚକ ହୋଇଥିଲା। ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଓ ପ୍ରସାଦ ୪ ଉଇକେଟ ଅକ୍ତିଆର କରିଥିଲେ।
୨୦୦୩ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ଭାରତ ୪ ଉଇକେଟରେ ପାକିସ୍ତାନକୁ ହରାଇଥିଲା। ସଚିନ ତେନ୍ଦୁଲକର ୯୮ ରନର ପାଳି ଖେଳିଥିଲେ। ଏହି ମ୍ୟାଚ୍‌ରେ ସୋଏବ ଅଖତାରଙ୍କୁ ସଚିନ ଓ ବୀରେନ୍ଦ୍ର ସେହ୍ବାଗ ଜବରଦସ୍ତ ଧୁଲାଇ କରିଥିଲେ।
୨୦୧୧ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ଭାରତ ୨୯ ରନରେ ସେମିଫାଇନାଲରେ ପାକିସ୍ତାନକୁ ହରାଇଥିଲା। ମୋହାଲିରେ ଖେଳାଯାଇଥିବା ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହୋଇଥିଲା। ତେନ୍ଦୁଲକର ଏହି ମ୍ୟାଚ୍‌ରେ ୮୫ ରନ ସଂଗ୍ରହ କରିଥିଲେ।
୨୦୧୫ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ପାକିସ୍ତାନ ଭାରତଠାରୁ ୭୬ ରନରେ ପରାସ୍ତ ହୋଇଥିଲା। କୋହଲିଙ୍କ ଶତକ ସହାୟତାରେ ଭାରତ ୩୦୦ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୨୨୪ ରନରେ ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଏହା ସମ୍ପୂର୍ଣ୍ଣ ଏକପାଖିଆ ମ୍ୟାଚ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri