ବିଶ୍ୱ ବଜାରରେ ପହଞ୍ଚୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ

ଭୁବନେଶ୍ୱର,୨୩। ୬: ଖାଦ୍ୟ ସାମଗ୍ରୀ ଯୋଗାଣ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶକୁ ନିୟନ୍ତ୍ରଣ କରାଯାଇ ପାରିବ। ଆମେରିକା, ଚାଇନା କିମ୍ବା ଅନ୍ୟ ଯେକୌଣସି ଦେଶ ହେଉ ପଛେ ଏଭଳି ପଦକ୍ଷେପ ଦ୍ୱାରା ଘରୋଇ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ରାଜ୍ୟର ସ୍ବୟଂସହାୟକ ଗୋଷ୍ଠୀଗୁଡିକ ପ୍ରସ୍ତୁତ କରୁଥିବା ସାମଗ୍ରୀ ଚାଇନାର ସାଂଘାଇ ଏବଂ ଅନ୍ୟ ଅନ୍ତର୍ଜାତୀୟ ସହରଗୁଡିକରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏ ଦିଗରେ ଶିଳ୍ପ ସଂସ୍ଥାଗୁଡିକ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି କାର୍ଯ୍ୟ କରିବା ଉଚିତ। ଏଭଳି ସ୍ଥିତିରେ ବିଶ୍ୱକୁ ଏକ ବଜାର ଭାବେ ବିଚାର ନ କରି ପରିବାର ସଦୃଶ ଦେଖିବା, ଗୁଣାତ୍ମକ ସାମଗ୍ରୀ ଓ ପ୍ରଡକ୍ଟରେ ଉଦ୍ଭାବନ ଉପରେ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ରାଜ୍ୟପାଳ ଗଣେଷୀ ଲାଲ କହିଛନ୍ତି। ଶନିବାର ସ୍ଥାନୀୟ ଏକ ହୋଟେଲରେ ଓ୍ବାର୍ଲଡ ଟ୍ରେଡ ସେଣ୍ଟର(ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ପାଳନ ଅବସରରେ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି ଯେ, ସ୍ବଂୟ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ କରାଇବା ଦିଗରେ ଡବ୍ଲ୍ୟୁଟିସି ପଦକ୍ଷେପ ନେଉ।
କ୍ଷୁଦ୍ର ବାଣିଜ୍ୟଗୁଡିକ ଲାଗି ଉତ୍ତମ ପରିବେଶ ସୃଷ୍ଟି ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏହି ଅବସରରେ ସୂଚନା ଦେଇଛନ୍ତି। ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ, ପ୍ରାକୃତିକ ସମ୍ପଦ ଠାରୁ ଦକ୍ଷତା ବିକାଶ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶା ବର୍ତ୍ତମାନ ଉନ୍ନତ ସ୍ଥିତିରେ ରହିଛି। ଏଥି ଲାଗି ରାଜ୍ୟ ଏକ ରପ୍ତାନି ଯୋଗ୍ୟ ସ୍ଥାନ ହୋଇ ପାରିଥିବା ମିଶ୍ର ମତ ଦେଇଛନ୍ତି। ଭାରତ ଏବଂ ଓଡିଶା ଲାଗି ରହିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ସୁଯୋଗ ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।
ଏଥିରେ ଡବ୍ଲ୍ୟୁଟିସି ଭୁବନେଶ୍ୱରର ଅଧ୍ୟକ୍ଷ କ୍ୟାପଟେନ ସୋମେଶ ବାତ୍ରା, ଇପିକଲ୍‌ ଏମ୍‌ଡି ନୀତିନ ଜଓ୍ବାଲେ, ଏମ୍‌ଏସ୍‌ଏମ୍‌ଇ ବିଭାଗ ସ୍ବତନ୍ତ୍ର ସଚିବ ଏଲ୍‌.ଏନ୍‌.ଗୁପ୍ତା,ଡବ୍ଲ୍ୟୁଟିସି ଭୁବନେଶ୍ୱରର ବରିଷ୍ଠ ନିର୍ଦ୍ଦେଶକ ରୂପା ନାୟକ ଏବଂ ସହକାରୀ ନିର୍ଦ୍ଦେଶକ ନିମେଶିଖା ନଟରାଜନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭିଲା ପ୍ରଚଣ୍ଡ ଶବ୍ଦ : ହଠାତ୍‌ ଘର କାନ୍ଥ ଫାଟି ଆଁ କରିଲା, ଜୀବନ ବିକଳରେ ଦୌଡ଼ି ଆସିଥିଲେ ପରିବାର ଲୋକେ

ଆନନ୍ଦପୁର, ୨୩।୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲାରୁ ଲୁହାପଥର ଚାଲାଣ ପାଇଁ ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ଏମ୍ପ୍ରୋକନ ଠିକା ସଂସ୍ଥା ଦ୍ୱାରା ୨୦ ନମ୍ବର ଜାତୀୟ ରାଜପଥ…

ଯୁକ୍ତ୨ ନାମଲେଖା ପାଇଁ ଏହିଦିନଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୩ା୫(ସୁଚିସ୍ମିତା ସାହୁ): ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।…

ଭାରତର ଡାଟା ସେଣ୍ଟର ପରିକଳ୍ପନାକୁ ବିପଦ ରୌଦ୍ରତାପ: ପ୍ରଶ୍ନ ଘେରରେ…

ନୂଆଦିଲ୍ଲୀ, ୨୩ା୫:ଭାରତ ଭଳି ଏକ କ୍ରମବର୍ଦ୍ଦିଷ୍ଣ ଅର୍ଥନୈତିକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରର ସମ୍ପ୍ରସାରଣ କରାଯାଉଥିବାବେଳେ ଡିଜିଟାଲ ବ୍ୟବସ୍ଥାର ଭିତ୍ତିଭୂମି ବୃଦ୍ଧି ଦେଶକୁ ବିଭିନ୍ନ ଦିଗରେ ରୂପାନ୍ତରିତ କରିଛି।…

ବିଧାୟକ ରଣେନ୍ଦ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼: ତା’ପରେ ଘଟିଲା…

ତିଗିରିଆ,୨୩ା୫(ଜାଫର ଖାଁ): କଟକ ଜିଲା ତିଗିରିଆ ପଞ୍ଚାୟତର ସମିତି ବୈଠକରେ ଯୋଗଦେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆସୁଥିବାବେଳେ ପାଞ୍ଚଗଁା ଛକରେ ତାଙ୍କୁ ବିରୋଧ କରାଯାଇଛି। କେତେଜଣ…

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri