ବିମାନ କମ୍ପାନୀ ପ୍ରୀତି ଛାଡ଼ି ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୬ା୫(ବ୍ୟୁରୋ): ଏୟାର ଇଣ୍ଡିଆ ବିମାନର ଉଡ଼ାଣ ସମୟରେ ୩ଟିକିଆ ସିଟ୍‌ର ମଝି ସିଟ୍‌ରେ ବସି ଯାତ୍ରୀମାନେ ଯାଇପାରିବେ। ଏହି ଅନୁମତି କେବଳ ଆସନ୍ତା ୧୦ଦିନ ପାଇଁ ବୋଲି ସୁପ୍ରିମ୍‌କୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍‌ ୬ତାରିଖଠାରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ମଝି ସିଟ୍‌କୁ ଖାଲି ରଖାଯିବ। ଏଥିସହିତ ବିମାନ କମ୍ପାନୀ ପ୍ରୀତି ଛାଡ଼ି ଯାତ୍ରୀଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏପରି କି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ)ର ନିୟମାବଳୀ ବିରୋଧରେ ହୋଇଥିବା ଆବେଦନକୁ ତୁରନ୍ତ ଫଇସଲା କରିବାକୁ ସୁପ୍ରମକୋର୍ଟ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ କେନ୍ଦ୍ର ସରକାର ଏବଂ ଏୟାର ଇଣ୍ଡିଆ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଗତ ଏକ ଆବେଦନର ଭିଡିଓ କନ୍‌ଫରେନ୍ସ ଜରିଆରେ ସୋମବାର ଶୁଣାଣି କରି ପ୍ରଧାନବିଚାରପତି ଏସ୍‌.ଏ. ବୋବ୍‌ଡେ, ବିଚାରପତି ଏ.ଏସ୍‌. ବୋପାନ୍ନା ଏବଂ ହୃଷୀକେଶ ରୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଆଣୁଥିବାବେଳେ ଏୟାର ଇଣ୍ଡିଆ ଏବଂ ଡିଜିସିଏ କୋଭିଡ୍‌ -୧୯ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବାନେଇ ଏୟାର ଇଣ୍ଡିଆର ପାଇଲଟ ଦେବେନ କାନାନି ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଉକ୍ତ ଆବେଦନକୁ ଆଧାରକରି ଗତ ୨୨ତାରିଖରେ ବମ୍ବେ ହାଇକୋର୍ଟ ଏୟାର ଇଣ୍ଡିଆ ଏବଂ ଡିଜିସିଏକୁ ନୋଟିସ ଜାରି କରିବା ସହ ଏନେଇ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ଉକ୍ତ ଆବେଦନର ଶୁଣାଣିକୁ ଆସନ୍ତା ୨ତାରିଖକୁ ଧାର୍ଯ୍ୟ ରଖିବା ସହ ମଝି ସିଟ୍‌ରେ ଯାତ୍ରୀ ଯାଇପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଆବେଦନକାରୀ ପାଇଲଟ କାନାନି ଦର୍ଶାଇଥିଲେ ଯେ, କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦେଶରେ ଫସିଥିବା ଭାରତୀୟଙ୍କୁ ବିମାନରେ ସ୍ବଦେଶ ଫେରାଇ ଆଣିବାବେଳେ କେତେକ ସର୍ତ୍ତ ପାଳନ କରିବା ପାଇଁ କେନ୍ଦ୍ରସରକାର ମାର୍ଚ୍ଚ ୨୩ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସେତେବେଳେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବିମାନରେ ଥିବା ୩ଟିକିଆ ସିଟ୍‌ର ମଝି ସିଟ୍‌କୁ ଖାଲି ରଖିବାକୁ କୁହାଯାଇଥିଲା। ମାତ୍ର ଏହି ନିୟମକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଉଲ୍ଲଂଘନ କରିଛନ୍ତି। ଏପରି କି ସାନ୍‌ଫ୍ରାନ୍ସିସ୍କୋରୁ ମୁମ୍ବାଇ ଆସୁଥିବା ବିମାନରେ ସବୁ ସିଟ୍‌ରେ ଯାତ୍ରୀମାନେ ବସିଥିବା କିଛି ଫଟୋ ମଧ୍ୟ ସେ କୋର୍ଟରେ ଦାଖଲ କରିଥିଲେ। ତେବେ ଏହି ଅଭିଯୋଗକୁ ଏୟାରଇଣ୍ଡିଆ ପକ୍ଷରୁ ଖଣ୍ଡନ କରାଯାଇଛି। ମାର୍ଚ୍ଚ ୨୩ରେ କେନ୍ଦ୍ରସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ମେ’ ୨୨ରେ କୋହଳ କରାଯାଇଛି। ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ଦେଶ ମଧ୍ୟରେ ମେ’ ୨୫ରୁ ବିମାନ ସେବା ଯୋଗାଇବାକୁ ନିର୍ଦ୍ଦେଶ ହୋଇଥିବା ବିମାନ କର୍ତ୍ତୃପକ୍ଷ କହିଥିଲେ। ନୂଆ ନିର୍ଦ୍ଦେଶନାମା ଅନୁସାରେ ମଝି ସିଟ୍‌ ଖାଲି କରିବାକୁ କୁହାଯାଇ ନାହିଁ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ହାଇକୋର୍ଟରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri