ବିମାନ କମ୍ପାନୀ ପ୍ରୀତି ଛାଡ଼ି ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୬ା୫(ବ୍ୟୁରୋ): ଏୟାର ଇଣ୍ଡିଆ ବିମାନର ଉଡ଼ାଣ ସମୟରେ ୩ଟିକିଆ ସିଟ୍‌ର ମଝି ସିଟ୍‌ରେ ବସି ଯାତ୍ରୀମାନେ ଯାଇପାରିବେ। ଏହି ଅନୁମତି କେବଳ ଆସନ୍ତା ୧୦ଦିନ ପାଇଁ ବୋଲି ସୁପ୍ରିମ୍‌କୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍‌ ୬ତାରିଖଠାରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ମଝି ସିଟ୍‌କୁ ଖାଲି ରଖାଯିବ। ଏଥିସହିତ ବିମାନ କମ୍ପାନୀ ପ୍ରୀତି ଛାଡ଼ି ଯାତ୍ରୀଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏପରି କି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ)ର ନିୟମାବଳୀ ବିରୋଧରେ ହୋଇଥିବା ଆବେଦନକୁ ତୁରନ୍ତ ଫଇସଲା କରିବାକୁ ସୁପ୍ରମକୋର୍ଟ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ କେନ୍ଦ୍ର ସରକାର ଏବଂ ଏୟାର ଇଣ୍ଡିଆ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଗତ ଏକ ଆବେଦନର ଭିଡିଓ କନ୍‌ଫରେନ୍ସ ଜରିଆରେ ସୋମବାର ଶୁଣାଣି କରି ପ୍ରଧାନବିଚାରପତି ଏସ୍‌.ଏ. ବୋବ୍‌ଡେ, ବିଚାରପତି ଏ.ଏସ୍‌. ବୋପାନ୍ନା ଏବଂ ହୃଷୀକେଶ ରୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଆଣୁଥିବାବେଳେ ଏୟାର ଇଣ୍ଡିଆ ଏବଂ ଡିଜିସିଏ କୋଭିଡ୍‌ -୧୯ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବାନେଇ ଏୟାର ଇଣ୍ଡିଆର ପାଇଲଟ ଦେବେନ କାନାନି ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଉକ୍ତ ଆବେଦନକୁ ଆଧାରକରି ଗତ ୨୨ତାରିଖରେ ବମ୍ବେ ହାଇକୋର୍ଟ ଏୟାର ଇଣ୍ଡିଆ ଏବଂ ଡିଜିସିଏକୁ ନୋଟିସ ଜାରି କରିବା ସହ ଏନେଇ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ଉକ୍ତ ଆବେଦନର ଶୁଣାଣିକୁ ଆସନ୍ତା ୨ତାରିଖକୁ ଧାର୍ଯ୍ୟ ରଖିବା ସହ ମଝି ସିଟ୍‌ରେ ଯାତ୍ରୀ ଯାଇପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଆବେଦନକାରୀ ପାଇଲଟ କାନାନି ଦର୍ଶାଇଥିଲେ ଯେ, କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦେଶରେ ଫସିଥିବା ଭାରତୀୟଙ୍କୁ ବିମାନରେ ସ୍ବଦେଶ ଫେରାଇ ଆଣିବାବେଳେ କେତେକ ସର୍ତ୍ତ ପାଳନ କରିବା ପାଇଁ କେନ୍ଦ୍ରସରକାର ମାର୍ଚ୍ଚ ୨୩ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସେତେବେଳେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବିମାନରେ ଥିବା ୩ଟିକିଆ ସିଟ୍‌ର ମଝି ସିଟ୍‌କୁ ଖାଲି ରଖିବାକୁ କୁହାଯାଇଥିଲା। ମାତ୍ର ଏହି ନିୟମକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଉଲ୍ଲଂଘନ କରିଛନ୍ତି। ଏପରି କି ସାନ୍‌ଫ୍ରାନ୍ସିସ୍କୋରୁ ମୁମ୍ବାଇ ଆସୁଥିବା ବିମାନରେ ସବୁ ସିଟ୍‌ରେ ଯାତ୍ରୀମାନେ ବସିଥିବା କିଛି ଫଟୋ ମଧ୍ୟ ସେ କୋର୍ଟରେ ଦାଖଲ କରିଥିଲେ। ତେବେ ଏହି ଅଭିଯୋଗକୁ ଏୟାରଇଣ୍ଡିଆ ପକ୍ଷରୁ ଖଣ୍ଡନ କରାଯାଇଛି। ମାର୍ଚ୍ଚ ୨୩ରେ କେନ୍ଦ୍ରସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ମେ’ ୨୨ରେ କୋହଳ କରାଯାଇଛି। ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ଦେଶ ମଧ୍ୟରେ ମେ’ ୨୫ରୁ ବିମାନ ସେବା ଯୋଗାଇବାକୁ ନିର୍ଦ୍ଦେଶ ହୋଇଥିବା ବିମାନ କର୍ତ୍ତୃପକ୍ଷ କହିଥିଲେ। ନୂଆ ନିର୍ଦ୍ଦେଶନାମା ଅନୁସାରେ ମଝି ସିଟ୍‌ ଖାଲି କରିବାକୁ କୁହାଯାଇ ନାହିଁ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ହାଇକୋର୍ଟରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri