ବିପଦସଙ୍କୁଳ ଅବସ୍ଥାରେ କାନଝାରୀ ଡ୍ୟାମ୍‌

କେନ୍ଦୁଝର, ୨୬।୧୦(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକରେ ପ୍ରାୟ ୩୯ ବର୍ଷ ତଳେ ନିର୍ମିତ କାନଝାରୀ ଡ୍ୟାମର ସ୍ଥାୟିତ୍ୱ ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୧୧ରେ ଡ୍ୟାମ୍‌ ନିମ୍ନଭାଗରେ ଥିବା ରାସ୍ତାରେ ଲୁହା ପୋଲ ବନ୍ୟା ଜଳରେ ଭାସିଯିବା ପରଠାରୁ ସମସ୍ତ ଯାନବାହାନ ସେବେଠାରୁ ଡ୍ୟାମ୍‌ ଉପର ଦେଇ ଚଳାଚଳ କରୁଛି। ମାଟି ତିଆରି ବନ୍ଧ ଉପରେ ଭାରିଯାନ ଚଳାଚଳ ନିଷେଧ ବୋଲି ପ୍ରବେଶସ୍ଥଳରେ ଏକ ଫଳକ ଲାଗିଥିଲେ ମଧ୍ୟ ଏବେ ଟ୍ରକ୍‌, ହାଇୱା, ଟ୍ରାକ୍ଟର ଭଳି ଭାରି ଯାନ ଅବାଧରେ ଚଳାଚଳ କରୁଛି। ଏହା ମାଟିବନ୍ଧର ସ୍ଥିତିକୁ ଅଧିକ ଦୁର୍ବଳ କରିଦେଉଥିବା ସ୍ଥାନୀୟ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି।
ଉଲ୍ଲେଖନୀୟ ଯେ, ୧୯୭୯-୮୦ ମସିହାରେ କାନ୍‌ଝାରୀ ମଧ୍ୟମ ସେଚ ପ୍ରକଳ୍ପ ନିର୍ମାଣ ବେଳେ କେନ୍ଦୁଝର ସଦର,ପାଟଣା ଓ ଘଟଗାଁ ବ୍ଲକର ୧୧ପଞ୍ଚାୟତର ୯୬ ଗ୍ରାମର ୧୦ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରଠାରୁ ୩ ବ୍ଲକର ଚାଷୀ ଏହାଉପରେ ନିର୍ଭର କରି ବର୍ଷର ବିଭିନ୍ନ ସମୟରେ ଧାନଠାରୁ ଆରମ୍ଭ କରି ପନିପରିବା ଓ ଅନ୍ୟାନ୍ୟ ଫସଲ ଚାଷ କରି ଆସୁଛନ୍ତି। କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ଲାଗି ଡ୍ୟାମ୍‌ରେ ଏକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଏବେ ଶେଷ ଅବସ୍ଥାରେ ପହଞ୍ଚିଛି। ଏଭଳି ସ୍ଥିତିରେ ଜଳସେଚନ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଏହାର ଦୁଇଟି ଯାକ ମୁଖ୍ୟ କେନାଲର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଏସିଆନ୍‌ ଉନ୍ନୟନ ବ୍ୟାଙ୍କ ସହାୟତାରେ ଗତ ରବି ଋତୁରେ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ସକାଶେ ଜଳ ଯୋଗାଣ ବନ୍ଦ ରଖାଯିବାରୁ ସମଗ୍ର ସେଚାଞ୍ଚଳରେ ରବି ଚାଷ ହୋଇ ପାରି ନ ଥିଲା। ଡ୍ୟାମ ନିିକଟସ୍ଥ ପୋଲ ଓ ରାସ୍ତା ବନ୍ୟାରେ ଧୋଇ ହୋଇଯିବା ପରଠାରୁ ମୂଳ ରାସ୍ତା ଓ ପୋଲ ତିଆରି କରି ଗମନାଗମନ ସୁବିଧା କରିବାକୁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ହେଲେ ଏଥିପ୍ରତି କାହାର ନଜର ପଡୁ ନ ଥିବାରୁ ମାଟିବନ୍ଧରେ ଯାନବାହାନ ଅବାଧରେ ଚଳାଚଳ କରୁଛି ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଏହି କାରଣରୁ ମାଟିବନ୍ଧରେ ଆଭ୍ୟନ୍ତରୀଣ ଫାଟ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ଡ୍ୟାମର ସୁରକ୍ଷା ପ୍ରତି କର୍ତ୍ତୃପକ୍ଷ ଆଖି ବୁଜି ନୀରବଦ୍ରଷ୍ଟା ସାଜିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବେଳ ଥାଉ ଥାଉ ସତର୍କ ନ ହେଲେ କେତେବେଳେ ବି ଅଘଟଣ ଘଟିପାରେ ବୋଲି କାନ୍‌ଝାରୀ ନିକଟସ୍ଥ ବାସିନ୍ଦା ଆଶଙ୍କା ବ୍ୟକ୍ତ କରିି ବିଶେଷଜ୍ଞଙ୍କ ଦ୍ୱାରା ସ୍ଥିତି ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି। ଏ ସମ୍ପର୍କରେ କାନଝାରୀ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ନାଏକଙ୍କୁ ପଚାରିବାରୁ କହିଛନ୍ତି, ଡ୍ୟାମ ତଳ ରାସ୍ତାରେ ପୋଲ ନିର୍ମାଣ ଲାଗି ୨ ବର୍ଷ ତଲେ ପ୍ରସ୍ତାବ ଉଚ୍ଚଅଧିକାରୀଙ୍କ ନିକଟକୁ ପଠାଯାଇ ଛି। ଖୁବଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

୮୭ବର୍ଷ ବୟସରେ ଈଶ୍ୱର ଚନ୍ଦ୍ରଙ୍କ ଦେହାନ୍ତ, ୭ଘଣ୍ଟା ପାଟଣାବଜାର ବନ୍ଦ

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଂଚାୟତ ଶିବ ନାରାୟଣ ପୁର ଶାସନର ବର୍ଷୀୟାନ ସାମାଜିକ କର୍ମୀ, ସଂଗଠକ ଈଶ୍ୱର ଚନ୍ଦ୍ର ଦାଶଙ୍କ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ହାଟଡ଼ିହୀରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଅଫିସରେ ବସି ତଦନ୍ତ ସାରିବା ନେଇ ଅଭିଯୋଗକାରୀଙ୍କ ଅସନ୍ତୋଷ

ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri