ହାଟଡିହୀ/ଛେନାପଦୀ, ୧୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣଙ୍କ ତତ୍ତ୍ୱାବଧାନରେ ଏସିଡିସି (ଆସେମ୍ବଲି କନଷ୍ଟିଚୁଏନ୍ସି ଡେଭଲପମେଣ୍ଟ କମିଟି) ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା।
ଆନନ୍ଦପୁର ଓ ହାଟଡିହୀ ବ୍ଲକରେ ବିଭିନ୍ନ ସରକାରୀ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଆର୍ଡି, ଆର୍ଡବ୍ଲ୍ୟୁଏସ୍ଏସ୍, ପୌରପାଳିକା ଓ ବୈତରଣୀ ଜଳସେଚନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ହାଟଡିହୀ ବିଡିଓ ରଞ୍ଜନ କୁମାର ପରିଡ଼ା, ଆନନ୍ଦପୁର ବିଡିଓ ମାନସ କୁମାର ମହାନ୍ତ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସହକାରୀ ଯନ୍ତ୍ରୀ ମୋନାଲିସା ନାୟକ, ରବୀନ୍ଦ୍ରନାଥ ସୋରେନ, ପ୍ରଫୁଲ୍ଲ ବେହେରା, ମଦନ ମୋହନ ବେହେରା, କ୍ଷେତ୍ରବାସୀ ମାରାଣ୍ଡି, ଆରତୀବାଳା ଧଳ, ପ୍ରେମାନନ୍ଦ ଚଇନି ଓ ଧୀରେନ୍ଦ୍ର ମହାଳିକଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
ପ୍ରଶାନ୍ତ ସେଠୀ, ସୁବ୍ରତ ନାୟକ ଓ ପ୍ରତାପ ବୈଠା ପ୍ରମୁଖ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

