କାଶୀନଗର, ୧୮।୪(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ଏନଏସିର ପଟେଲରୋଡରେ ଏକ ଲେଭଲ କ୍ରସିଂ ରହିଛି। ଏହି ଲେଭଲ କ୍ରସିଂ ଦେଇ ଦିନକୁ ୭ଥର ଟ୍ରେନ ଯିବା ଆସିବା କରେ। ଦ୍ରୁତଗାମୀ ରାଜ୍ୟରାଣୀ ଏକ୍ସପ୍ରେସ ସହ ପୁରୀ-ଗୁଣୁପୁର, ବିଶାଖାପାଟଣା- ଗୁଣୁପୁର ପାସେଞ୍ଜର ଏହି ଲେଭଲ କ୍ରସିଂ ଦେଇ ଯାଏ । କାଶୀନଗର ସହରର ପଟେଲରୋଡ ମୁଖ୍ୟରାସ୍ତା ହୋଇଥିବାରୁ ଏହି ରୋଡ ଦେଇ ବହୁ ଲୋକ ଯିବାଆସିବା କରନ୍ତି । ଗାଡି ମୋଟର ବି ବହୁ ସଂଖ୍ୟାରେ ଯାତାୟତ କରିଥାଏ । ଅଥଚ ଦିନରାତି କେବେ ବି ଗେଟ ପଡେ ନାହିଁ । ଫଳରେ ସବୁବେଳେ ବିପଦର ଆଶଙ୍କା ଲାଗିରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାଶୀନଗର ନାରୋଗେଜ ଥିବାବେଳେ ବି ଗେଟ ନ ପଡିବା ଯୋଗୁ ଏକାଧିକବାର ଦୁର୍ଘଟଣା ଘଟିଥିଲା। ବ୍ରହ୍ମପୁରରୁ ଗୁଣୁପୁର ଆସୁଥିବା ଏକ ପ୍ରାଇଭେଟ ବସ ଟ୍ରେନ ସହ ଧକ୍କା ଖାଇବା ଫଳରେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏବେ ବ୍ରଡଗେଡ ଲାଇନ ହେବା ପରେ ବି କେହି ଗେଟମ୍ୟାନ ନ ରହିବା ଓ ଟ୍ରେନ ଆସିବା ସମୟରେ ଗେଟ ନ ପଡିବା ଯୋଗୁ ଜନଅସନ୍ତୋଷ ପ୍ରକାଶ ପାଇଛି । ଏକ ପ୍ରାଇଭେଟ କମ୍ପାନୀ ଜରିଆରେ ମାର୍ଚ୍ଚ ପୂର୍ବରୁ କେତେକ ଗେଟ ମିତ୍ରମାନେ ନିଯୁକ୍ତ ପାଇ ଲେଭଲ କ୍ରସିଂ ଗେଟ ପକାଉଥିଲେ। ବର୍ତ୍ତମାନ କମ୍ପାନୀ ସେମାନଙ୍କୁ ଚାକିରିରୁ ବାହାର କରିଦେଇଥିବା ଯୋଗୁ ଆଉ କେହି ଗେଟ ପକାଇବାକୁ ରହୁନାହାନ୍ତି । ରେଳ ବିଭାଗ ଲୋକଙ୍କ ଜୀବନ ସହ ନ ଖେଳି ଖୁବଶୀଘ୍ର ଗେଟମ୍ୟାନ ନିଯୁକ୍ତି ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।
ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ରେଡ୍
ଗୁଣପୁର,୨୧।୫(ସୁଜାତା ପାଢ଼ୀ) : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ…
ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର, ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ
ରାୟଗଡା,୨୦।୫( ସୁଜାତା ପାଢ଼ୀ): ରାୟଗଡା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁନିସିଂ ଛକ ନିଟରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ…
କାଳବୈଶାଖୀରେ ଉଡ଼ିଗଲା ଛପର, ପଡ଼ୋଶୀ ଘରେ ଆଶ୍ରୟ ନେଲେ ପରିବାର
କଲ୍ୟାଣସିଂହପୁର ,୧୯।୫ (ଦୀପକ କୁମାର ପରିଡା): କାଳବୈଶାଖୀର ପ୍ରଭାବରେ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀନଗର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରମିଳା ନାୟକଙ୍କ…
ଜଙ୍ଗଲରେ ଲୁଚାଇ ରଖିଥିଲେ ୪୫ ପିଆଶାଳ ପଟା: ମାଡ଼ିବସିଲା…
ଗୁଡ଼ାରି,୧୯।୫ (ପ୍ରମୋଦ କୁମାର ପତି ) ରାୟଗଡା ଜିଲା ଗୁଡ଼ାରି ରେଞ୍ଜ କର୍ମଚାରୀମାନେ ପେଣ୍ଡିଲି ଗ୍ରାମ ପଞ୍ଚାୟତର ମନ୍ତରଝୋଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୪୫ଟି ପିଆଶାଳ ପଟା…
ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…
ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…
ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ
ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…
ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍ ଟନ୍
ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…
ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ
କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…
Archives

