ବିନା ଭକ୍ତରେ ଶେଷ ହେଲା ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା: ଖାଁ ଖାଁ ଦେବୀପୀଠ, ନୀତି ସମ୍ପନ୍ନ କଲେ ସେବାୟତ

କାକଟପୁର,୭।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ଘୋଷଣା ଯୋଗୁ ସମସ୍ତ ଦେବାଦେବୀ ପୀଠରେ ଏକରକମ ତାଲା ପଡ଼ିଛି। କେବଳ ସେବାୟତ ପୂଜାପଣ୍ଡାଙ୍କୁ ଛାଡ଼ିଦେଲେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି।  ମା’ ମଙ୍ଗଳାଙ୍କ ପୀଠରେ ୪ ପାଳି ଚୈତ୍ର ଯାତ୍ରା ବିନା ଭକ୍ତରେ ଶେଷ ହୋଇଥିଲା ବେଳେ ମଙ୍ଗଳବାର ଥିଲା ମାଙ୍କ ପ୍ରସିଦ୍ଧ ଝାମୁଯାତ୍ରା। କାହିଁ କେଉଁକାଳୁ ଏହି ଦିନ ମା’ଙ୍କ ପୀଠକୁ ପ୍ରବଳ ଭକ୍ତଙ୍କ ସମାଗମ ହେଉଥିବା ବେଳେ ପ୍ରଥମ ଥର ପାଇଁ ଶ୍ରଦ୍ଧାଳୁମାନଙ୍କ ବିନା ଗହଳି ଚହଳିରେ ଏହି ଝାମୁଯାତ୍ରା ଶେଷ ହୋଇଛି। ଏହାକୁ ନେଇ ଭକ୍ତଙ୍କ ମହଲରେ ନାନା ଆଶଙ୍କା ଦେଖାଦେଇଛି।

ପରମ୍ପରାନୁଯାୟୀ, ମା’ ମଙ୍ଗଳାଙ୍କ ଝାମୁଯାତ୍ରାକୁ ସେବକମାନେ ପାଳନ କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ମନ୍ଦିରରେ ଭକ୍ତ ସମାଗମ ଉପରେ ପୁରୀ ଜିଲା ପ୍ରଶାସନର କଟକଣା ବଳବତ୍ତର ରହିଛି। ପ୍ରତ୍ୟେକ ବର୍ଷ ଚୈତ୍ର ଶେଷପାଳି ଝାମୁଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁ ମଙ୍ଗଳା ମନ୍ଦିର ଖାଁ ଖାଁ ପଡିଛି। ସକାଳୁ ସକାଳୁ ଆଳତୀ ପରେ ସ୍ନାନ ମାଜଣା କରାଇ ମା’ଙ୍କୁ ସେବକମାନେ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରିଥିଲେ। ପରେ ପରେ ମାଙ୍କର ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଥିଲା। ମଧ୍ୟାହ୍ନ ସମୟରେ ପାରମ୍ପରିକ ପାଟୁଆ ନୃତ୍ୟ ହେବା ସହ ପ୍ରସିଦ୍ଧ ଝାମୁଯାତ୍ରା ପରମ୍ପରା ରଖିବା ପାଇଁ ପାଳନ ସ୍ବରୂପ ଘଣ୍ଟ ପାଟୁଆ ନିଁଆରେ ପ୍ରବେଶ କରିଥିଲେ। ତାପରେ ମାଙ୍କର ଅବଶିଷ୍ଟ ନୀତି ସମାପନ ପରେ ମା’ଙ୍କ ପହୂଡ ପଡିଥିଲା। ସନ୍ଧ୍ୟା ଆଳତୀ ପରେ ମା’ଙ୍କର ପୁନଃସ୍ନାନ କରାଯାଇ ବେଶ କରାଯାଇଥିଲା। ରାତ୍ରୀରେ କାଳିକା ନୃତ୍ୟ ସମାପନ ପରେ ମାଙ୍କର ରାତ୍ରୀନୀତି ସମାପନ କରାଯାଇ ପହୂଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ଆଇନ ଶୃଙ୍ଖଳା ଆଲୋଚନା, ରାତିରେ ବଦଳି: ବଦଳିଲେ ୧୦ ଜିଲାର ଆଇପିଏସ୍‌ ଅଫିସର

ଭୁବନେଶ୍ବର, ୨୪।୫(ସୁନିତ୍‌ ମିଶ୍ର): ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନାକରିବା ପରେ ରାତିରେ ଆଇପିଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri