ବିଟେକ୍‌ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍‌ପିଙ୍କୁ ଭେଟି ତଦନ୍ତ ଦାବି କଲେ ମା’,ବାପା

ଛତ୍ରପୁର,୧୬ା୧୧(ଡି.ଏନ.ଏ) -ବ୍ରହ୍ମପୁର ରାମହରିନଗରର ରବୀନ୍ଦ୍ର ନାଥ ମିଶ୍ରଙ୍କ ପୁଅ ହ୍ରିତିକଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଚମାଖଣ୍ଡି ପୋଲିସ କହିଛି। ମାତ୍ର ହ୍ରିତିକଙ୍କ ମା’, ବାପା ଏଥିରେ ସନ୍ଦେହ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ହ୍ରିତିକଙ୍କ ବାପା ରବୀନ୍ଦ୍ର ଓ ମା’ ରଞ୍ଜନା ଶୁକ୍ରବାର ଛତ୍ରପୁର ଆସି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏଙ୍କୁ ଭେଟି ଏ ନେଇ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଅନୁରୋଧ କରିଥିଲେ ା ଏହାର ତଦନ୍ତ ପାଇଁ ଛତ୍ରପୁର ଏସଡିପିଓଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ା
ପ୍ରକାଶ ଯେ, ହ୍ରିତିକ ବ୍ରହ୍ମପୁରର ନିଷ୍ଟ୍‌ରେ ବିଟେକ୍‌ (କମ୍ପ୍ୟୁଟର ସାଇନ୍ସ)ର ଶେଷବର୍ଷ ଛାତ୍ର ଥିଲେ। ଫେବୃୟାରୀ ୪ତାରିଖରେ କଲେଜର ଜଣେ ପୂର୍ବତନ ଛାତ୍ରଙ୍କ ସହ ବାଇକ୍‌ରେ ସେ ଛତ୍ରପୁର ଆସୁଥିଲେ। ରାତି ପର୍ଯ୍ୟନ୍ତ ହ୍ରିତିକ ଘରକୁ ନ ଫେରିବାରୁ ପରିବାରବର୍ଗ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ ା ହ୍ରିତିକଙ୍କ ଅଚେତ୍‌ ହୋଇ ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ ଫାଟକ ଆଗରେ ପଡିଛନ୍ତି ବୋଲି କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ଫୋନ୍‌ ରିସିଭ କରି ପରିବାର ଲୋକଙ୍କୁ କହିଥିଲେ ା ଆମ୍ବୁଲାନ୍ସ ଯୋଗେ ପୋଲିସ ହ୍ରିତକଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ନେଇଥିଲା ା ସେଠାରେ ଉପସ୍ଥିତ ଥିବା ସମ୍ପୃକ୍ତ ପୂର୍ବତନ ଛାତ୍ରଙ୍କୁ ପରିବାରବର୍ଗ ପଚାରିବାରେ ଟ୍ରକ୍‌କୁ ଓଭରଟେକ କରିବାରୁ ଦୁର୍ଘଟଣା ଘଟିଥିଲା ଏବଂ ସେ ନିଜେ ବାଇକ ଚଳାଉଥିଲେ ବୋଲି କହିଥିଲେ ା ତେବେ ତାଙ୍କର ସେପରି କିଛି କ୍ଷତ ଚିହ୍ନ ନଥିବାରୁ ପରିବାରବର୍ଗ ସନ୍ଦେହ କରିଥିଲେ ା ପରେ ଅଧିକ ଚିକିସତ୍ା ପାଇଁ ର୍‌ ହ୍ରିତିକଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତ କରାଯାଇଥିଲା। ୧୪ ଦିନ ପରେ ଫେବୃୟାରୀ ୧୭ରେ ହ୍ରିତିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ା ପରେ ୨୪ ତାରିଖରେ ଉକ୍ତ ପୂର୍ବତନ ଛାତ୍ରଙ୍କ ଉପରେ ସନ୍ଦେହ ଦର୍ଶାଇ ତଦନ୍ତ କରିବାକୁ ହ୍ରିତିକଙ୍କ ବାପା ରବୀନ୍ଦ୍ରଙ୍କ ପକ୍ଷରୁ ଚମାଖଣ୍ଡି ଥାନାରେ ଏତଲା ଦିଆଯାଇଥିଲା। ଏହାକୁ ଭିତ୍ତିକରି ଏକ ମାମଲା (ନଂ.୩୩/୧୯) ରୁଜୁ ହୋଇଥିଲା ା ତେବେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବାରୁ ମା’ ବାପା ଛତ୍ରପୁର ଆସି ଏସପିଙ୍କୁ ଭେଟିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ଦୀପ୍ତିରେଖା-କୁଲଦୀପଙ୍କ ଗୀତରେ ବିଭୋର ହେଲେ ଶ୍ରୋତା

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ନିଷ୍ପତ୍ତି, ଦିଗପହଣ୍ଡିକୁ ରେଳ ଲାଇନ ଓ ଛେଳିଗଡ ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଗଣ ଆନ୍ଦୋଳନ

ଦିଗପହଣ୍ଡି,୩।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ଶ୍ରୀ ଉଜ୍ଜଳେଶ୍ୱର ଶୈବପୀଠ ସଭା ମଣ୍ଡପରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ…

ପ୍ରତିଷ୍ଠିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ଚମକିଲା ଗଞ୍ଜାମ, ପୁରସ୍କାର ଗ୍ରହଣ କଲେ ଜିଲାପାଳ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ତଥା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ । ବୁଧବାର ନୂଆଦିଲ୍ଲୀର ସ୍କୋପ୍ କନଭେନସନ…

ଛତ୍ରପୁର ଗସ୍ତରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ, ବୁଲି ଦେଖିଲେ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁର ସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ…

ବସଷ୍ଟାଣ୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା ବାଇକ, ଆଜି ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁଧିଷ୍ଠିରଙ୍କ ଜୀବନ

ଦିଗପହଣ୍ଡି,୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ବ୍ୟକ୍ତି ଏଚ.ଯୁଧିଷ୍ଠିର ରେଡ୍ଡୀ(୫୪) ଗତ ମେ ୨୪ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଗୁରୁତର…

ହଜିଯାଉଛି ‘ବୋଉ’ ଶବ୍ଦ: ଆନ୍ତରିକତାକୁ ପୁନର୍ଜୀବିତ କରିବାକୁ ପ୍ରୟାସ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଆଧୁନିକ ଜୀବନଧାରା ପ୍ରବାହରେ ବୋଉ ଶବ୍ଦଟି କ୍ରମଶଃ ହଜିବାରେ ଲାଗିଛି। ଏହି ପଛରେ ଥିବା ଆତ୍ମୀୟ ପରମ୍ପରା ଓ ସମର୍ପିତ ଆନ୍ତରିକତାକୁ ପୁନର୍ଜୀବିତ ଉଦ୍ଦେଶ୍ୟରେ ଲୋହରାଖଣ୍ଡି…

ଛତ୍ରପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ପପୁ ପମପମଙ୍କ କମେଡି-ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର, ୨।୫:(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ମହାଆଡମ୍ବରରେ ଚାଲିଛି ‘ଛତ୍ରପୁର ମହୋତ୍ସବ’। ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର…

ଦିଗପହଣ୍ଡିରେ ୭,୧୩୫ ହିତାଧିକାରୀଙ୍କୁ ମିଳୁନି ଭତ୍ତା: ପ୍ରତିବାଦରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚଙ୍କ ଧାରଣା

ଦିଗପହଣ୍ଡ,୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନସ୍ଥ ୨୫ ଟି ପଞ୍ଚାୟତରେ ଦେଖାଦେଇଛି ଭତ୍ତା ସମସ୍ୟା। ଇନ୍ଦିରାଗାନ୍ଧୀ ଜାତୀୟ ପେନସନ ଯୋଜନାରେ ପଞ୍ଜୀକୃତ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri