ବାରବାର ଚିକିଛା କରେଇ ହତାଶ ଜୀବନରାମ: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ବ୍ରଜରାଜନଗର,୨୨।୧୨(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ରାଜପୁର ଗାଁର ଜୀବନରାମ ସେଠ୍‌। କେହେନ୍‌ସି କାରନ୍‌ରୁ ତାକର ଆଁଖି ପତାଥି ବାରବାର ଗୁଟେ ଆବୁ ବଢ଼ୁଛେ। ଯେତେ ଚିକିଛା କଲେ ବି କିଛି ଲାଭ ନାଇଁ ହେବାର। ହେଲେ ଏନ୍‌ତାଥି ସେ କମେଇ କୁଢ଼େଇ କୁଟୁମ ପୁଷ୍‌ବେ କି ନିଜେ ରୋଗ୍‌ ବେମାରି ଲାଗି ଉଷୋ ଖାଏବେ। ଇ କଥା ଭାବି ଭାବି ସେ ହରମେଶା ମାନ୍‌ସିକ ଚାପରେ ରହୁଛନ୍‌। ଚିକିଛା ସାହାଯ୍‌ ଲାଗି ସେ ଜିଲାପାଳକୁଁ ବି ଗୁହାରି କରିଛନ୍‌। ଶୁକୁରବାର ଜିଲା ପରଶାସନ ଆର ଥାନୀଅ ବିଧାୟକ କିଶୋର ମହାନ୍ତିକଁର ସହଯୋଗରେ ସେ ପରିବାର ସଂଗେ ଚିକିଛା ଲାଗି କଟକ ଯାଇଛନ୍‌।
ସୂଚନା ଅନ୍‌ସାରେ ରାଜପୁର ଗାଁର ଜୀବନରାମ ଝନେ ନିହାତି ଗରିବ୍‌ ଲୋକ। ସେ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ୨୦୧୬ ସାଲେ ଜୀବନରାମକଁର ଆଁଖି ପତାଥି ଗୁଟେ ଆବୁ ହେଇଥିଲା। ସେ ବଛର ସେପ୍ଟେମ୍ବର ମାସେ ସେ ସୁନ୍ଦରଗଡ଼ ଡାକ୍‌ତରଖାନାରେ ଆବୁ ଅପରେଶନ କରେଇଥିଲେ। ଅପରେଶନର ଦିନାକେତେ ଉତାରୁ ଫେନ୍‌ ସେ ଜାଗାରେ ଆବୁ ବାହାରିଲା। ୨୦୧୭ ସାଲେ ଜାନୁୟାରୀ ମାସେ ଫେନ୍‌ ଦୁତୀଅ ଥର ବୁର୍ଲା ବଡ଼ ଡାକ୍‌ତରଖାନାରେ ଅପରେଶନ କରାଲେ। ହେଲେ ମାସ୍‌କେତେ ଛାଡ଼ି ଫେନ୍‌ ସେ ଆବୁ ବାହାରଲା। ଶେଷେ ତୁରତୀଅ ଥର ଲାଗି ୨୦୧୯ ସାଲେ ଏପ୍ରିଲ ମାସେ ଫେନ୍‌ ବୁର୍ଲା ବଡ଼ ଡାକ୍‌ତରଖାନାରେ ଅପରେଶନ କରାଲେ। ହେଲେ ଅପରେଶନର ୯ ମାସ ଉତାରୁ ଫେନ୍‌ଘାଏ ସେ ଜାଗାରେ ଆବୁ ବାହାରିଛେ। ଏନ୍‌ତାଥି ଜୀବନରାମ ଚିକିଛା କରେଇ କରେଇ ବିଛୋ ହେଇଗଲେନ। ଇଆଡ଼େ ଡାକ୍‌ତରମାନେ ବି ଆବୁଟା ଗୁଟେ ଜାଗାରେ କାହିଁଥିର ଲାଗି ବାରବାର ହେଉଛେ ସେତାର ଟେର ନାଇଁପାଏବାର। ଏହେଦେ ତାକର ଲାଗି ଶେଷ ଭରସା ପାଲଟିଛେ କଟକ। ଇ ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ସମିତି ସଭ୍ୟ ଗଣେଶ ରାମ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

Puri Rath Yatra: ବଡ଼ଦାଣ୍ଡରେ ଗଡ଼ିଲା ରଥ, ଶରଧାବାଲି ଅଭିମୁଖେ ବଡ଼ ଠାକୁରଙ୍କ ତାଳଧ୍ବଜ

ପୁରୀ,୬।୭: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ। ଲକ୍ଷାଧିକ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର।…

ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ…

୨୨କୋଟି ଵ୍ୟୟ ଅଟକଳରେ ନବୀକରଣ ହୋଇଛି କେସିଙ୍ଗା ରେଲୱେ ଷ୍ଟେଶନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅଧିନସ୍ଥ କେସିଙ୍ଗା ରେଲୱେ ଷ୍ଟେଶନର ଶୁଭ ଉଦଘାଟନ ଶୁକ୍ରବାର ରେଳ ବିଭାଗ ପକ୍ଷରୁ କରାଯିବ । କେସିଙ୍ଗା ଷ୍ଟେଶନର ନବୀକରଣ…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ରଥଯାତ୍ରାରେ ଅଘଟଣ, ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri