ବାପ୍‌ ଉପରେ ୭ ପରାନୀର ବୋଝ୍‌: ମା’ର ଚିକିଛା ସାହାଯ୍‌ ଆଶ୍‌ରେ ଝି’ପୁଓ

ବିନିକା,୨୨।୧୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଖଇରମାଲ ଗଁାର ମହାଦେବ ମନ୍ଦିର ଉପରପଡ଼ାର ସତ୍ୟନାରାୟଣ ବାରିକ(୫୨)କଁର ମାଏକିନା ବୃନ୍ଦାବତୀ(୪୫)। ତାକର ମୁଡେ ରକତ୍‌ ଜମା ହେବାର ଲାଗି ଶରୀରର ଡେବ୍‌ରିଫାଲ ଅଚଲ୍‌ ହେଇଯାଇଛେ। ଡାକ୍‌ତର ରୋଗ୍‌ ଭଲ କରବାକେ ହେଲେ ଅପରେଶନ ନିହାତି ଦରକାର ବଲି କହୁଛନ୍‌। ଇଆଡ଼େ ସତ୍ୟନାରାୟଣ ଯାହା ସଁଚିଥିଲେ ବୃନ୍ଦାବତୀକଁର ଚିକିଛାରେ ଖରଚ୍‌ କରି ସରବ୍‌ସୁଅଁାତ ହେଇ ଭଗବାନ ଭରସାରେ ରହିଛନ୍‌।
ସୂଚନା ହିସାବେ ଖଇରମାଲ ଗଁାର ସତ୍ୟନାରାୟଣକଁର ପରିବାରରେ କହିଲେ ମାଏକିନା ବୃନ୍ଦାବତି (୪୫), ଝି’ ପିଙ୍କି(୨୧), ଶିବାନୀ(୧୯), ସୁରଭି(୧୪), ସୁହାନୀ (୧୨), କିଳ(୪)କୁଁ ନେଇ ସଁସାର। ସଁପତି କହେଲେ ଅଧା ଏକର ଚାଷ୍‌ଜମି ଆର ଦୁଇ ବଖରା ଚାଲଛପର ଘର। ସତ୍ୟନାରାୟଣ କୁଲିମଜୁରି କରୁଥିଲାବେଲେ ବୃନ୍ଦାବତୀ ଗଁା ସ୍କୁଲରେ ରଁାଧେନ୍‌ ଅଛନ୍‌। ପରିବାରଟା ଦୁଖେସୁଖେ ଚଲିଯାଉଥିଲେ। ହେଲେ ଆଏଜ୍‌କେ ୮ମାସ ତଲେ ବୃନ୍ଦାବତୀ ସ୍କୁଲରେ କାମ କଲାବେଲେ ତାକର ଡେବ୍‌ରି ଫାଲ ଗୁଡୁମୁଡ଼କେ ଅଚଲ ହେଇଗଲା। ଏନ୍‌ତାଥି ସତ୍ୟନାରାୟଣ ବୃନ୍ଦାବତୀକୁଁ ବୁର୍ଲା ନେଇ ଚିକିଛା କରାଲେ। ପରିବାର ଲୋକ ଡାକ୍‌ତରଖାନାରେ ବିଜୁ କୃଷକ କଲ୍ୟାଣ ଯୋଜନା ଆର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାର କାଗଜପତର ଦେଲା ଉତାରୁ ବି ସାହାଯ୍‌ ନାଇଁ ମିଲିଥିବାର ଅଭିଯୋଗ କରିଛନ୍‌। ଶେଷେ ବୁର୍ଲା ଡାକ୍‌ତର ବୃନ୍ଦାବତୀକୁଁ କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଥିଲେ। ହେଲେ ଇ ସମିଆରେ ସତ୍ୟନାରାୟଣ ସଁଚିଥିବାର ୫୦ ହଜାର ଟଁକା ଚିକିଛାରେ ଖରଚ୍‌ କରି ସାରିଥିଲେ। ଇ କଥା ଗଁାର ପିଲାମାନେ ଜାନ୍‌ଲାରୁ ଚଁାଦାଭେଦା କରି ତାହାକୁ ୨୦ ହଜାର ଟଁକା ଦେଇଥିଲେ। ସତ୍ୟନାରାୟଣ ବି ଘରର ଗହନାଗଁାଠି ବିକି, ଜମି ବଁଧକ ପକେଇ ଟଁକା ୨୦ ହଜାର ଠୁଲେଇ ମାଏକିନାକେ କଟକ ବଡ଼ ଡାକ୍‌ତରଖାନା ନେଇଥିଲେ। ହେଲେ ସେଠାନେ ଡାକ୍‌ତର ବୃନ୍ଦାବତୀକଁର ପରୀକ୍ଷା ନିରୀକ୍ଷା କରି ମୁଡେ ରକତ୍‌ ଜମିଯାଇଛେ, ଯେନ୍‌ଥିରଲାଗି ବାକି ଅଂଗ୍‌ ଦିନୁଦିନ୍‌କେ ଅଚଲ ହେଇଯାଉଛେ। ଅପରେଶନ କରବାକେ ପଡ଼ବା ଆର ଇଥିରଲାଗି ବହୁତ୍‌ ଟଁକା ଖରଚ୍‌ ହେବା ବଲି କହିଥିଲେ। ଏନ୍‌ତାଥି ସତ୍ୟନାରାୟଣ ଟଁକାପଏସା ଅଭାବୁ ମୁହୁଁକାନ ଶୁଖେଇ ଘରକେ ଫିରିଆଏଲେ। ସେଦିନ୍‌ଠାନୁ ବୃନ୍ଦାବତୀ ଘରେ ପଡ଼ି ରହିଛନ୍‌। ଏନ୍‌ତାଥି ବଡ଼ଖା ଝି’ ପାଠ୍‌ପଢ଼ା ଛାଡ଼ି ଗଁା ସ୍କୁଲରେ ମା’ କରୁଥିବାର କାମ୍‌ କରୁଛନ୍‌। ସେନତା ଦୁତୀଅ ଝି’ ଶିବାନୀ ବି କଲେଜ ପାଠ୍‌ପଢ଼ା ଛାଡ଼ି ମା’ର ସେବାଯତନ୍‌ରେ ଲାଗିଛନ୍‌। ଇଆଡ଼େ ୭ ପରାନୀ କୁଟୁମ ପୁଷବାର ସଂଗେ ବୃନ୍ଦାବତୀକଁର ଉଷୋକଷାର ଲାଗି ସତ୍ୟନାରାୟଣ ସଁଥ୍‌ଲି ହେଉଛନ୍‌। ସେନ୍‌ତା ଭଲ ଘରଖଁଡ଼େ ଅଭାବୁ ପରିବାରଟା ଆଏଜ୍‌ ବି ୨ ବଖରା ଛାଲଛପର ଘରେ ମୁଡ଼ ଗୁଁଜିଛନ୍‌। ଇ ଦୁଖି ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ବୃନ୍ଦାବତୀକଁୁ ଚିକିଛା ସାହାଯ୍‌ ଆର ପରିବାରକେ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri