ବାତ୍ୟା ଦୋହଲାଉଛି ଆର୍ଥିକ ମେରୁଦଣ୍ଡ

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ରାଜ୍ୟକୁ ଘେରିରହିଛି ପ୍ରାକୃତିକ ବିପତ୍ତି। ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ରାଜ୍ୟ ରାଜକୋଷକୁ ଦୋହଲାଇ ଦେଉଛି। ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। କେଉଁ ବର୍ଷ ବାତ୍ୟା ତ ପୁଣି କେଉଁ ବର୍ଷ ବନ୍ୟା ଓ ମରୁଡ଼ି ସର୍ବନାଶକୁ ଡାକି ଆଣୁଛି। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ବାତ୍ୟା ରାଜ୍ୟକୁ ଏକ ପ୍ରକାର ଉଜାଡି ଦେଉଛି। ଏଥିରୁ ମୁକୁଳିବାକୁ ଅନେକ ବର୍ଷ ଲାଗିଯାଉଛି। ଗୋଟିଏ ବାତ୍ୟା ମାଡ଼ଜନିତ କ୍ଷତ ଭରି ନ ଥିବା ବେଳେ ପୁଣି ଆଉ ଏକ ବାତ୍ୟା ଅଧାଗଢ଼ା ଜୀବିକାକୁ ଉଜାଡ଼ି ଦେଇଛି। ଗତ ୨୧ବର୍ଷରେ ଉପକୂଳରେ ମାଡ଼ ହୋଇଥିବା ୬ଟି ସାମୁଦ୍ରିକ ଝଡ଼ ଓଡ଼ିଶାକୁ ଛାରଖାର କରିଦେଇଛି। ୧୯୯୯ରୁ ୨୦୨୦ ମଧ୍ୟରେ ରାଜ୍ୟ ୬ଟି ବାତ୍ୟା ଓ ମହାବାତ୍ୟାର ସମ୍ମୁଖୀନ ହୋଇଛି। ୧୯୯୯ ଅକ୍ଟୋବର ୨୯ତାରିଖରେ ମହାବାତ୍ୟା ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲା। ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡ୍‌ହୁଡ୍‌, ୨୦୧୮ରେ ତିତ୍‌ଲି, ୨୦୧୯ରେ ଫନୀ ଏବଂ ୨୦୨୦ରେ ଅମ୍ଫନ୍‌ ବାତ୍ୟା ରାଜ୍ୟ ପାଇଁ ଅନେକ ବିପତ୍ତି ଆଣି ଦେଇଛି । ୧୯୯୯ ମହାବାତ୍ୟା ପାରାଦୀପ ଦେଇ ସ୍ଥଳଭାଗ ଅତିକ୍ରମ କରିଥିଲା। ଏହାର ବେଗ ଘଣ୍ଟା ପ୍ରତି ୨୭୬ କ.ମି. ରହିଥିଲା। ମହାବାତ୍ୟାର ପ୍ରଚଣ୍ଡ ମାଡ଼ରେ ଛାରଖାର ହୋଇଯାଇଥିଲା ଉପକୂଳବର୍ତ୍ତୀ ଜିଲା ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦକ୍ର, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା। ସେହିପରି ୨୦୧୯ ମେ ୩ ତାରିଖ ପୁରୀ ଅତିକ୍ରମ କରିଥିବା ଫନୀର ବେଗ ଥିଲା ଘଣ୍ଟା ପ୍ରତି ୨୫୦ କି.ମି.। ସେହିପରି ଫାଇଲିନ୍‌ର ବେଗ ୨୧୫କି.ମି., ହୁଡ୍‌ହୁଡ୍‌ର ବେଗ ୧୮୫କି.ମି., ତିତ୍‌ଲିର ବେଗ ୧୧୦କି.ମି. ଥିଲା। ଏହି ସବୁ ବାତ୍ୟାରେ ରାଜ୍ୟର ପ୍ରାୟ ୩୦ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ସରକାରଙ୍କ ଆକଳନ ଅନୁଯାୟୀ ୨୦୧୩ରେ ହୋଇଥିବା ବାତ୍ୟା ଫାଇଲିନ୍‌ରେ ରାଜ୍ୟର ୫୮୩୨.୫୦ କୋଟି କ୍ଷତି ହୋଇଥିବା ବେଳେ ୨୦୧୪ ହୁଡ୍‌ହୁଡ୍‌ରେ ୭୭୭.୧୨ କୋଟି, ତିତ୍‌ଲିରେ ୨୭୭୯.୩୩ କୋଟି ଟଙ୍କାର କ୍ଷତି ହୋଇଥିଲା । ସେହିପରି ୨୦୧୯ ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ଼ ଫନୀ ରାଜ୍ୟର ୧୪ଟି ଜିଲାକୁ କ୍ଷତିଗ୍ରସ୍ତ କରିଥିଲା। ଫନୀରେ ୫୨୨୭.୬୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ୨୦୨୦ରେ ହୋଇଥିବା ଅମ୍ଫନ୍‌ର କ୍ଷୟକ୍ଷତି ଆକଳନ କରାଯାଇ ନାହିଁ। ଏଥିରେ ପ୍ରାୟ ୭୦୦ କୋଟି ଟଙ୍କାର କ୍ଷତି ହେବା ନେଇ ଆଶଙ୍କା କରାଯାଇଛି।
ଦୁଇଟି ପର୍ଯ୍ୟାୟରେ ବାତ୍ୟା ଉପକୂଳକୁ ଧକ୍କା ଦେଇଥାଏ। ପ୍ରଥମତଃ ପ୍ରାକ୍‌ ମୌସୁମୀ (ମେ-ଜୁନ୍‌) ଅନ୍ୟଟି ମୌସୁମୀ ଯିବା ପରେ (ଅକ୍ଟୋବର-ନଭେମ୍ବର)। ବଙ୍ଗୋପସାଗରରେ ମେ ମାସରେ ୬ଟି ବାତ୍ୟା ଭାରତ ଉପକୂଳକୁ ଧକ୍କା ଦେଇଛି। ୧୯୮୫ ମେ ୩ ତାରିଖରେ କେନ୍ଦ୍ରାପଡା ଉପକୂଳକୁ ଏକ ସାମୁଦ୍ରିକ ଝଡ଼ ଧକ୍କା ଦେଇଥିବା ବେଳେ ୧୯୯୦ ମେ ୯ ତାରିଖରେ ଆନ୍ଧ୍ରପ୍ରଦେଶର ମଛଲିପଟନମ୍‌, ୨୦୦୯ ମେ ୨୫ରେ ପଶ୍ଚିମବଙ୍ଗ, ୨୦୧୦ ମେ ୨୦ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ, ୨୦୧୩ ମେ ୧୬ତାରିଖରେ ବାଂଲାଦେଶ, ୨୦୧୬ ମେ ୨୧ରେ ବାଂଲାଦେଶ ଏବଂ ୨୦୧୯ ମେ ୩ ତାରିଖରେ ଫନୀ ଓଡ଼ିଶାର ପୁରୀକୁ ଏବଂ ୨୦୨୦ ମେ ୨୦ ତାରିଖରେ ଅମ୍ଫନ୍‌ ପଶ୍ଚିମବଙ୍ଗର ଦୀଘାକୁ ଧକ୍କା ଦେଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ୧୮୯୧ରୁ ୧୯୧୭ ମଧ୍ୟରେ ଏପ୍ରିିଲରୁ ମେ ମାସରେ ୧୪ଟି ବାତ୍ୟା ହୋଇଛି। ଏହା ମଧ୍ୟରେ ଫନୀ ଥିଲା ଅତି ଭୟଙ୍କର। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୮୯୧ରୁ ୨୦୧୬ ମଧ୍ୟରେ ୩୦୫ଟି ସାମୁଦ୍ରିକ ଝଡ଼ ହୋଇଛି। ସେଥିରୁ କେବଳ ବଙ୍ଗୋପସାଗରରେ ୨୨୯ଟି ବାତ୍ୟା ସଂଘଟିତ ହୋଇଛି। ଏହି ସମୟରେ ହୋଇଥିବା ୧୦ ପ୍ରାଣଘାତୀ ଝଡ଼ରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ବଙ୍ଗୋପସାଗରରେ ହୋଇଥିବା ବାତ୍ୟାରେ ବାଂଲାଦେଶ, ମ୍ୟାନମାର ଓ ଭାରତ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାଂଲାଦେଶରେ ୫ଟି ବାତ୍ୟା ମାଡ଼ ହୋଇଥିବା ବେଳେ ଭାରତରେ ୩ଟି ଏବଂ ମ୍ୟାନମାରରେ ଗୋଟିଏ ମାଡ଼ ହୋଇଛି। ବାତ୍ୟା ଯୋଗୁ ୧୯୮୦ରୁ ୨୦୨୦ ମଧ୍ୟରେ ଭାରତରେ ବର୍ଷକୁ ୩୭୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ୧୯୭୦ରୁ ୧୯୯୦ ମଧ୍ୟରେ ବାତ୍ୟା ଯୋଗୁ ବାଂଲାଦେଶ ଏବଂ ୨୦୦୮ରେ ମ୍ୟାନମାରରେ ୫.୮୦ ଲକ୍ଷ ଲୋକଙ୍କର ପ୍ରାଣହାନି ହୋଇଛି। ଗତ ୫୦ ବର୍ଷ ମଧ୍ୟରେ ସବୁଠୁ ପ୍ରଳୟଙ୍କରୀ ଝଡ଼ ମଧ୍ୟରୁ ବାଂଲାଦେଶରେ ୨ଟି, ମ୍ୟାନମାର ଓ ଭାରତରେ ଗୋଟିଏ ଲେଖାଏ ପିଟି ହୋଇଛି। ସମଗ୍ର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ୩୫ ପ୍ରତିଶତ କେବଳ ବାତ୍ୟା ହୋଇଛି। ୧୯୭୦ରୁ ୨୦୧୨ ମଧ୍ୟରେ ଏସିଆ ମହାଦେଶରେ ୨୬୮୧ଟି ପ୍ରାକୃତିକ ବିପର୍ଯ୍ୟୟ ହୋଇଛି। ସେଥିରୁ କେବଳ ୩୫ ପ୍ରତିଶତ ଅର୍ଥାତ୍‌ ୯୩୮ଟି ବାତ୍ୟା ରହିଛି। ଗତ ୫୫ ବର୍ଷରେ ୮ଟି ଅତି ଭୟଙ୍କର ଝଡ଼ ହୋଇଛି। ସେଗୁଡ଼ିକ ୧୯୬୮, ୧୯୭୬, ୧୯୭୯, ୧୯୯୭, ୧୯୯୯, ୨୦୦୧, ୨୦୧୯ ଏବଂ ୨୦୨୦ମସିହାରେ ହୋଇଛି। ୧୯୬୫ରୁ ୨୦୨୦ ମଧ୍ୟରେ ୧୪୮ଟି ସାମୁଦ୍ରିକ ଝଡ଼ ହୋଇଛି। ସେଥିରୁ ଏପ୍ରିଲରେ ୭ଟି ହୋଇଥିବା ବେଳେ ମେ’ରେ ୨୮ଟି ଝଡ଼ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?