ବାତ୍ୟା ଦୋହଲାଉଛି ଆର୍ଥିକ ମେରୁଦଣ୍ଡ

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ରାଜ୍ୟକୁ ଘେରିରହିଛି ପ୍ରାକୃତିକ ବିପତ୍ତି। ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ରାଜ୍ୟ ରାଜକୋଷକୁ ଦୋହଲାଇ ଦେଉଛି। ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। କେଉଁ ବର୍ଷ ବାତ୍ୟା ତ ପୁଣି କେଉଁ ବର୍ଷ ବନ୍ୟା ଓ ମରୁଡ଼ି ସର୍ବନାଶକୁ ଡାକି ଆଣୁଛି। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ବାତ୍ୟା ରାଜ୍ୟକୁ ଏକ ପ୍ରକାର ଉଜାଡି ଦେଉଛି। ଏଥିରୁ ମୁକୁଳିବାକୁ ଅନେକ ବର୍ଷ ଲାଗିଯାଉଛି। ଗୋଟିଏ ବାତ୍ୟା ମାଡ଼ଜନିତ କ୍ଷତ ଭରି ନ ଥିବା ବେଳେ ପୁଣି ଆଉ ଏକ ବାତ୍ୟା ଅଧାଗଢ଼ା ଜୀବିକାକୁ ଉଜାଡ଼ି ଦେଇଛି। ଗତ ୨୧ବର୍ଷରେ ଉପକୂଳରେ ମାଡ଼ ହୋଇଥିବା ୬ଟି ସାମୁଦ୍ରିକ ଝଡ଼ ଓଡ଼ିଶାକୁ ଛାରଖାର କରିଦେଇଛି। ୧୯୯୯ରୁ ୨୦୨୦ ମଧ୍ୟରେ ରାଜ୍ୟ ୬ଟି ବାତ୍ୟା ଓ ମହାବାତ୍ୟାର ସମ୍ମୁଖୀନ ହୋଇଛି। ୧୯୯୯ ଅକ୍ଟୋବର ୨୯ତାରିଖରେ ମହାବାତ୍ୟା ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲା। ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡ୍‌ହୁଡ୍‌, ୨୦୧୮ରେ ତିତ୍‌ଲି, ୨୦୧୯ରେ ଫନୀ ଏବଂ ୨୦୨୦ରେ ଅମ୍ଫନ୍‌ ବାତ୍ୟା ରାଜ୍ୟ ପାଇଁ ଅନେକ ବିପତ୍ତି ଆଣି ଦେଇଛି । ୧୯୯୯ ମହାବାତ୍ୟା ପାରାଦୀପ ଦେଇ ସ୍ଥଳଭାଗ ଅତିକ୍ରମ କରିଥିଲା। ଏହାର ବେଗ ଘଣ୍ଟା ପ୍ରତି ୨୭୬ କ.ମି. ରହିଥିଲା। ମହାବାତ୍ୟାର ପ୍ରଚଣ୍ଡ ମାଡ଼ରେ ଛାରଖାର ହୋଇଯାଇଥିଲା ଉପକୂଳବର୍ତ୍ତୀ ଜିଲା ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦକ୍ର, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା। ସେହିପରି ୨୦୧୯ ମେ ୩ ତାରିଖ ପୁରୀ ଅତିକ୍ରମ କରିଥିବା ଫନୀର ବେଗ ଥିଲା ଘଣ୍ଟା ପ୍ରତି ୨୫୦ କି.ମି.। ସେହିପରି ଫାଇଲିନ୍‌ର ବେଗ ୨୧୫କି.ମି., ହୁଡ୍‌ହୁଡ୍‌ର ବେଗ ୧୮୫କି.ମି., ତିତ୍‌ଲିର ବେଗ ୧୧୦କି.ମି. ଥିଲା। ଏହି ସବୁ ବାତ୍ୟାରେ ରାଜ୍ୟର ପ୍ରାୟ ୩୦ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ସରକାରଙ୍କ ଆକଳନ ଅନୁଯାୟୀ ୨୦୧୩ରେ ହୋଇଥିବା ବାତ୍ୟା ଫାଇଲିନ୍‌ରେ ରାଜ୍ୟର ୫୮୩୨.୫୦ କୋଟି କ୍ଷତି ହୋଇଥିବା ବେଳେ ୨୦୧୪ ହୁଡ୍‌ହୁଡ୍‌ରେ ୭୭୭.୧୨ କୋଟି, ତିତ୍‌ଲିରେ ୨୭୭୯.୩୩ କୋଟି ଟଙ୍କାର କ୍ଷତି ହୋଇଥିଲା । ସେହିପରି ୨୦୧୯ ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ଼ ଫନୀ ରାଜ୍ୟର ୧୪ଟି ଜିଲାକୁ କ୍ଷତିଗ୍ରସ୍ତ କରିଥିଲା। ଫନୀରେ ୫୨୨୭.୬୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ୨୦୨୦ରେ ହୋଇଥିବା ଅମ୍ଫନ୍‌ର କ୍ଷୟକ୍ଷତି ଆକଳନ କରାଯାଇ ନାହିଁ। ଏଥିରେ ପ୍ରାୟ ୭୦୦ କୋଟି ଟଙ୍କାର କ୍ଷତି ହେବା ନେଇ ଆଶଙ୍କା କରାଯାଇଛି।
ଦୁଇଟି ପର୍ଯ୍ୟାୟରେ ବାତ୍ୟା ଉପକୂଳକୁ ଧକ୍କା ଦେଇଥାଏ। ପ୍ରଥମତଃ ପ୍ରାକ୍‌ ମୌସୁମୀ (ମେ-ଜୁନ୍‌) ଅନ୍ୟଟି ମୌସୁମୀ ଯିବା ପରେ (ଅକ୍ଟୋବର-ନଭେମ୍ବର)। ବଙ୍ଗୋପସାଗରରେ ମେ ମାସରେ ୬ଟି ବାତ୍ୟା ଭାରତ ଉପକୂଳକୁ ଧକ୍କା ଦେଇଛି। ୧୯୮୫ ମେ ୩ ତାରିଖରେ କେନ୍ଦ୍ରାପଡା ଉପକୂଳକୁ ଏକ ସାମୁଦ୍ରିକ ଝଡ଼ ଧକ୍କା ଦେଇଥିବା ବେଳେ ୧୯୯୦ ମେ ୯ ତାରିଖରେ ଆନ୍ଧ୍ରପ୍ରଦେଶର ମଛଲିପଟନମ୍‌, ୨୦୦୯ ମେ ୨୫ରେ ପଶ୍ଚିମବଙ୍ଗ, ୨୦୧୦ ମେ ୨୦ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ, ୨୦୧୩ ମେ ୧୬ତାରିଖରେ ବାଂଲାଦେଶ, ୨୦୧୬ ମେ ୨୧ରେ ବାଂଲାଦେଶ ଏବଂ ୨୦୧୯ ମେ ୩ ତାରିଖରେ ଫନୀ ଓଡ଼ିଶାର ପୁରୀକୁ ଏବଂ ୨୦୨୦ ମେ ୨୦ ତାରିଖରେ ଅମ୍ଫନ୍‌ ପଶ୍ଚିମବଙ୍ଗର ଦୀଘାକୁ ଧକ୍କା ଦେଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ୧୮୯୧ରୁ ୧୯୧୭ ମଧ୍ୟରେ ଏପ୍ରିିଲରୁ ମେ ମାସରେ ୧୪ଟି ବାତ୍ୟା ହୋଇଛି। ଏହା ମଧ୍ୟରେ ଫନୀ ଥିଲା ଅତି ଭୟଙ୍କର। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୮୯୧ରୁ ୨୦୧୬ ମଧ୍ୟରେ ୩୦୫ଟି ସାମୁଦ୍ରିକ ଝଡ଼ ହୋଇଛି। ସେଥିରୁ କେବଳ ବଙ୍ଗୋପସାଗରରେ ୨୨୯ଟି ବାତ୍ୟା ସଂଘଟିତ ହୋଇଛି। ଏହି ସମୟରେ ହୋଇଥିବା ୧୦ ପ୍ରାଣଘାତୀ ଝଡ଼ରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ବଙ୍ଗୋପସାଗରରେ ହୋଇଥିବା ବାତ୍ୟାରେ ବାଂଲାଦେଶ, ମ୍ୟାନମାର ଓ ଭାରତ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାଂଲାଦେଶରେ ୫ଟି ବାତ୍ୟା ମାଡ଼ ହୋଇଥିବା ବେଳେ ଭାରତରେ ୩ଟି ଏବଂ ମ୍ୟାନମାରରେ ଗୋଟିଏ ମାଡ଼ ହୋଇଛି। ବାତ୍ୟା ଯୋଗୁ ୧୯୮୦ରୁ ୨୦୨୦ ମଧ୍ୟରେ ଭାରତରେ ବର୍ଷକୁ ୩୭୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ୧୯୭୦ରୁ ୧୯୯୦ ମଧ୍ୟରେ ବାତ୍ୟା ଯୋଗୁ ବାଂଲାଦେଶ ଏବଂ ୨୦୦୮ରେ ମ୍ୟାନମାରରେ ୫.୮୦ ଲକ୍ଷ ଲୋକଙ୍କର ପ୍ରାଣହାନି ହୋଇଛି। ଗତ ୫୦ ବର୍ଷ ମଧ୍ୟରେ ସବୁଠୁ ପ୍ରଳୟଙ୍କରୀ ଝଡ଼ ମଧ୍ୟରୁ ବାଂଲାଦେଶରେ ୨ଟି, ମ୍ୟାନମାର ଓ ଭାରତରେ ଗୋଟିଏ ଲେଖାଏ ପିଟି ହୋଇଛି। ସମଗ୍ର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ୩୫ ପ୍ରତିଶତ କେବଳ ବାତ୍ୟା ହୋଇଛି। ୧୯୭୦ରୁ ୨୦୧୨ ମଧ୍ୟରେ ଏସିଆ ମହାଦେଶରେ ୨୬୮୧ଟି ପ୍ରାକୃତିକ ବିପର୍ଯ୍ୟୟ ହୋଇଛି। ସେଥିରୁ କେବଳ ୩୫ ପ୍ରତିଶତ ଅର୍ଥାତ୍‌ ୯୩୮ଟି ବାତ୍ୟା ରହିଛି। ଗତ ୫୫ ବର୍ଷରେ ୮ଟି ଅତି ଭୟଙ୍କର ଝଡ଼ ହୋଇଛି। ସେଗୁଡ଼ିକ ୧୯୬୮, ୧୯୭୬, ୧୯୭୯, ୧୯୯୭, ୧୯୯୯, ୨୦୦୧, ୨୦୧୯ ଏବଂ ୨୦୨୦ମସିହାରେ ହୋଇଛି। ୧୯୬୫ରୁ ୨୦୨୦ ମଧ୍ୟରେ ୧୪୮ଟି ସାମୁଦ୍ରିକ ଝଡ଼ ହୋଇଛି। ସେଥିରୁ ଏପ୍ରିଲରେ ୭ଟି ହୋଇଥିବା ବେଳେ ମେ’ରେ ୨୮ଟି ଝଡ଼ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୮।୪: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ...

ଦିନ ସାଢ଼େ ୧୧ଟାରେ ୪୦ ଟପିଲା ଭୁବନେଶ୍ବର ତାପମାତ୍ରା

ଭୁବନେଶ୍ୱର,୧୮।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଭୟଙ୍କର ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ...

ବିଜେଡିକୁ ଶକ୍ତ ଝଟ୍‌କା: ଶଙ୍ଖ ଛାଡି ହାତ ଧରିଲେ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ

ଭୁବନେଶ୍ୱର,୧୮।୪: ପୂର୍ବତନ ବିଜେଡି ବିଧାୟକ ସିପ୍ରା ମଲ୍ଲିକ ଗୁରୁବାର ଶଙ୍ଖ ଛାଡି ହାତ ଧରିଛନ୍ତି। ସେ କଂଗ୍ରେସ ଭବନରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ସିପ୍ରା...

ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୧୮।୪: କଂଗ୍ରେସ ପକ୍ଷରୁ ଓଡ଼ିଶାର ଆଉ ଚାରି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ମାହାଙ୍ଗା ପାଇଁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ...

ଟିକେଟ୍‌ ନ ମିଳିବାରୁ କାନ୍ଦିଲେ ସମୀର ଦାସ, ପୁଣିଥରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ

ଭୁବନେଶ୍ୱର,୧୮।୪: ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ପୂର୍ବତନ ମନ୍ତ୍ରୀ ସମୀର...

ପଶ୍ଚିମ ଓଡ଼ିଶାରେ ଓଲଟପାଲଟ ହେବ ସମୀକରଣ, ନବୀନଙ୍କ ସିକ୍ରେଟ ପ୍ଲାନ

ଭୁବନେଶ୍ୱର,୧୮।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

ଆଜି ଠୁ ୩ଦିନ ଯାଏଁ ସ୍କୁଲ ଛୁଟି, ହେଲେ ନିୟମିତ ଆସିବେ ଶିକ୍ଷକ

ଭୁବନେଶ୍ୱର,୧୮।୪: ଆଜିଠୁ ୩ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଗ୍ରୀଷ୍ମ ପ୍ରବାହ ବଢିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।...

ସକାଳୁ ଟପିଲାଣି ୩୬ ଡିଗ୍ରୀ, ସିଭିୟର ହିଟ୍ ୱେଭ୍ ପାଇଁ ୪ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮।୪: ଜଳୁଛି ଓଡ଼ିଶା। ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri