Odisha Elections 2024

ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ଲୁଟ, ୨ ଅଟକ

ଦିଗପହଣ୍ଡି,୧୫ା୧୦(ଡି.ଏନ୍‌.ଏ.)-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରେ ବାଇକ୍‌ ଡିକିରୁ କୌଣସି ଦୁର୍ବୃତ୍ତ ଜଣେ ଚାଷୀଙ୍କ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଚାଷୀ ଜଣକ ହେଲେ କୈଠଡା ପଞ୍ଚାୟତ ଗୁହାଳପୁର ଗ୍ରାମର ସତ୍ୟ ନାରାୟଣ ଅଧିକାରୀ। ନଂ. ୨୦୭/୧୯ ଦଫା ୩୭୯ରେ ମାମଲା ରୁଜୁ କରି ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ୨ ଜଣ ଯୁବକଙ୍କୁ ଅଟକ ରଖିଛନ୍ତି।
ସତ୍ୟନାରାୟଣଙ୍କ କହିବା ପ୍ରକାରେ, ସେ ଧାନ ବିକ୍ରି କରି ପାଇଥିବା ୨ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଦିଗପହଣ୍ଡି ଆନ୍ଧ୍ର ବ୍ୟାଙ୍କକୁ ଆସିଥିଲେ। ପାନ କାର୍ଡ ନ ଥିବାରୁ ଶାଖା ପରିଚାଳକ ମନା କରିଦେଇଥିଲେ। ତେଣୁ ସେ ଟଙ୍କା ଆଣି ବାଇକ ଡିକିରେ ରଖି ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଡିକି ଖୋଲା ଥିବା ଏବଂ ସେଥିରେ ଟଙ୍କା ନ ଥିବା ଦେଖିଥିଲେ। ପରେ ଥାନାରେ ପହଞ୍ଚତ୍ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା

ଛତ୍ରପୁର୨୬।୫(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମା ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ...

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ୨ଟା...

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର...

ଗଞ୍ଜାମର କିଆ ସମ୍ପଦ…

ଆମ ଦେଶର ଉପକୂଳବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କିଆଗଛ ଦେଖିବାକୁ ମିଳିଥାଏ। ଓଡ଼ିଶାର ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ କିଆ ଜଙ୍ଗଲ ରହିଥିବାବେଳେ ଏଠାରେ କିଆଚାଷ...

ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀଙ୍କ ସମାଗମ

ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ କିଛିଦିନ ହେବ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ଭାରତ ମହାସାଗର ଦକ୍ଷିଣରେ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ମୃତ ଭାବି ଥାନାରେ ଆତ୍ମସମର୍ପଣ କଲେ ଦୁଇ ଆକ୍ରମଣକାରୀ

ଛତ୍ରପୁର,୨୫ା୫(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୌଣସି କାରଣ ନେଇ...

ବୁଗୁଡ଼ାରେ ଫୁଟିଲା ଗୁଳି: କାଜୁ ତୋଳିବା ବେଳେ ୨ଜଣଙ୍କୁ ଗୁଳିମାଡ଼

ବୁଗୁଡା ୨୫/୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧିନ ପୋକସୁଙ୍ଗା ଗାଁରେ କାଜୁ ବଗିଚାରୁ କାଜୁ ତୋଳିବା ବେଳେ ଫୁଟିଛି ଗୁଳି। ଏହି ଗୁଳିମାଡ଼ରେ...

ବ୍ରହ୍ମପୁର, ଗୋପାଳପୁର ଫଳାଫଳକୁ ଅପେକ୍ଷା: କିଏ ଜିତିବ ଅଙ୍କ କଷୁଛନ୍ତି କର୍ମୀ

ବ୍ରହ୍ମପୁର,୨୪ା୫(ନରସିଂହ ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୧୨ ଦିନ ବିତିଛି। ସେହିପରି ୫ ଦିନ ହେଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଛି। ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri