ବନ୍ଦେ ଭାରତ ମିଶନ-୩ ପାଇଁ ୨୨ହଜାର ଟିକେଟ ବିକ୍ରି

ନୂଆଦିଲ୍ଲୀ,୭।୬: କରୋନ ସଂକ୍ରମଣ ଜନିତ ସମସ୍ୟା ଓ କଟକଣା କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଯୋଜନା ‘ବନ୍ଦେ ଭାରତ ମିଶନ’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ତୃତୀୟ ପର୍ଯ୍ୟାୟ ପାଇଁ ଏୟାର ଇଣ୍ଡିଆ ଟିକେଟ ବିକ୍ରି ନେଇ ଘୋଷଣା କରିଛି। ଆମେରିକା, ଇଂଲଣ୍ଡ, କାନାଡା, ବ୍ରିଟେନ ଓ ୟୁରୋପ ଭଳି ଦେଶରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଏହି ଟିକେଟ ବିକ୍ରି ହେଉଥିବା ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ରହିଛି । ଗତ ଶୁକ୍ରବାର ସନ୍ଧ୍ୟା ୫ଘଟିକାରେ କମ୍ପାନୀ ଟିକେଟ ବିକ୍ରି ଆରମ୍ଭ କରିଥିଲା। ବୁକିଂର ମାତ୍ର ୧୫ ଘଣ୍ଟା ମଧ୍ୟରେ ପ୍ରାୟ ୨୨ହଜାର ଟିକେଟ ବିକ୍ରି ହୋଇଥିବା କମ୍ପାନୀ ସୂଚନା ଦେଇଛି । ଆଗାମୀ ଦିନରେ ବିଦେଶର ଅନ୍ୟ ସବୁ ସ୍ଥାନରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ବିଷୟରେ ଏହା ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। କମ୍ପାନୀ ବର୍ତ୍ତମାନ ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, କାନାଡା, ଆମେରିକା, ବ୍ରିଟେନ ଓ ଇଂଲଣ୍ଡ ଭଳି ଦେଶକୁ ଆସନ୍ତା ୧୦ ତାରିଖରୁ ଜୁଲାଇ ୧ ମଧ୍ୟରେ ପ୍ରାୟତଃ ୩୦୦ସ୍ବତନ୍ତ୍ର ବିମାନ ଚଳାଇବ। ସରକାରଙ୍କର ବନ୍ଦେ ଭାରତ ମିଶନ ଯୋଜନା ଅଧୀନରେ ଏହି ସବୁ ଦେଶରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଅଣାଯିବ ବୋଲି ଏୟାର ଇଣ୍ଡିଆ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମରାମତି ବେଳେ ବଡ଼ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହେଲେ ଠିକା କର୍ମଚାରୀ

ଗଜପତି,୨୬।୫(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି କେଉଟ ସାହିରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଆହାତ ହୋଇଛନ୍ତି। ଗୁରୁତର ବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ…

ଭାବାବେଗକୁ ଆଘାତ ଦେଲା….: ଅଡୁଆରେ ଶାସକ ଦଳ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବିଶ୍ୱପ୍ରସିଦ୍ଧ କୁହାଯାଏ। ଏହି ମହୋତ୍ସବରେ ଦିନକୁ ଦିନ ଅଧିକ ନୂତନତ୍ତ୍ୱ ଏବଂ ଆକର୍ଷଣ ଆଣିବା ପାଇଁ ଉଦ୍ୟମ…

ମାଲିକର ପୋଷା କୁକୁର ସହିତ ଅପ୍ରାକୃତ ସମ୍ପର୍କ ପାଇଁ ଚେଷ୍ଟା କରୁଥିଲେ ରୋଷେୟା, ଧରାପଡିବା ପରେ…

ଭୁବନେଶ୍ବର୨୬।୫(ପ୍ରସନଜିତ୍‌ ସାହୁ): ଚନ୍ଦକା ଥାନା ଅଞ୍ଚଳରେ ଏକ ଫାର୍ମ ହାଉସର ରୋଷେୟା ଏକ ପୋଷା ଡାଲ୍‌ମିଶନ କୁକୁରକୁ ଆକ୍ରମଣ ସହ ଅପ୍ରାକୃତ ସମ୍ପର୍କ ଉଦ୍ୟମ କରିଥିବା ନେଇ…

୮୦ କିମି ବେଗରେ ଝଡ ପବନ! ସତର୍କତା ଜାରି କଲା IMD, ଓଡ଼ିଶା ସମେତ…

ନୂଆଦିଲ୍ଲୀ,୨୬।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶର ବାନ୍ଦା ଏବଂ ବିଦର୍ଭର ବ୍ରହ୍ମପୁରୀରେ ତାପମାତ୍ରା ୪୭ଡିଗ୍ରୀରୁ ଅଧିକ ରହିଥିଲା। ଛତରପୁରର ଖଜୁରାହୋରେ ୪୭.୨…

ମୋଦିଙ୍କ ଶାସନ କ୍ଷମତାକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ରାହୁଲ!

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦିଙ୍କ ଆସନ୍ନ ବିଦାୟ ସମ୍ପର୍କରେ କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବିକୁ ନେଇ…

ମୋଦିଙ୍କ କାର୍ଯ୍ୟକାଳକୁ ପୂରିଲା ୧୨ ବର୍ଷ, ୨୦୧୪ ବିଜୟ ପରେ ପ୍ରଧାନମନ୍ତ୍ରୀ କଣ କହିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ  ମେ ୨୬ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୨…

‘ଆମେରିକାକୁ ୟୁରାନିୟମ ହସ୍ତାନ୍ତର କର, ନଚେତ…’ ଶାନ୍ତି ଆଲୋଚନା ମଧ୍ୟରେ ଇରାନକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଆମେରିକା ଯେକୌଣସି ମୂଲ୍ୟରେ ଇରାନର ସମୃଦ୍ଧ ୟୁରାନିୟମ ଭଣ୍ଡାର ହାସଲ…

ମୁଁ ରୁହେ କି ନ ରୁହେ….ଭକ୍ତଙ୍କୁ ଭାବବିହ୍ବଳ ମେସେଜ୍‌ ଦେଲେ ପ୍ରେମାନନ୍ଦ ମହାରାଜ

ଲକ୍ଷ୍ନୌ,୨୬।୫:ଗତ କିଛି ଦିନ ଧରି ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri