ବଢୁଛି ତାପମାତ୍ରା, ଘରୁ ବାହାରି ପାରୁନାହାନ୍ତି ଲୋକେ

ପାରଳାଖେମୁଣ୍ଡି, ୧୭।୪ (ସ୍ବ.ପ୍ର.): ଗଜପତି ଜିଲା ଏକ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଗ୍ରୀଷ୍ମତାତି ଦିନକୁ ଦିନ ବଢ଼ୁଛି। ଗ୍ରାମାଞ୍ଚଳ ଏବଂ ସହରଞ୍ଚଳରେ କଂକ୍ରିଟ ରୋଡମାନ ବୃଦ୍ଧି ପାଉଥିବାରୁ ଏହା ତାପମାତ୍ରା ବୃଦ୍ଧିର ପ୍ରମୁଖ ଏକ କାରଣ ବୋଲି କୁହାଯାଉଛି। ଗତ ୨୦୧୮ ଅକ୍ଟୋବର ୧୦ରେ ହୋଇଥିବା ତିତ୍‌ଲି ବାତ୍ୟାରେ ଜିଲାର ବିଭିନ୍ନ ସ୍ଥାନରେ ବହୁ ପୁରାତନ ବୃକ୍ଷମାନ ଉପୁଡି ଯିବା କାରଣରୁ ଏହା ଚଳିତବର୍ଷ ଉଷ୍ମତାକୁ ଅଧିକ ପ୍ରଭାବିତ କରିଛି। ଫଳରେ ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଏକ ଉତ୍ତପ୍ତ ସହର ପାଲଟିଛି। ଦିନ ୧୧ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। କୌଣସି ସ୍ଥାନରେ ବୃକ୍ଷରାଜି ଦେଖିବାକୁ ମିଳୁନି। ଗ୍ରୀଷ୍ମପ୍ରବାହ ସନ୍ଧ୍ୟା ୫ଘଣ୍ଟା ପର୍ଯ୍ୟନ୍ତ ଜନସାଧାରଣଙ୍କୁ ପ୍ରଭାବିତ କରି ରଖୁଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରର ସମସ୍ତ ମୁଖ୍ୟ ରାସ୍ତାଗୁଡିକ ଜନଶୂନ୍ୟ ହୋଇପଡୁଛି। କାଭଁ। ଜରୁରୀକାଳୀନ କାର୍ଯ୍ୟ ପାଇଁ ଲୋକେ ଘରୁ ପଦାକୁ ବାହାରୁଛନ୍ତି। ପୌର ପରିଷଦ ଭାଙ୍ଗିବା ପରେ ପ୍ରଶାସନ ହାତରେ ଏବେ ପୌର ପରିଷଦ ପରିଚାଳନା ଦାୟିତ୍ୱ ରହିଥିଲେ ମଧ୍ୟ ଗ୍ରୀଷ୍ମତାପର ମୁକାବିଲା ପାଇଁ ଉଚିତ୍‌ ପଦକ୍ଷେପ ନିଆଯାଇନାହିଁ। କେବଳ ନାମକୁମାତ୍ର କେତେକ ସ୍ଥାନରେ ଜଳଛତ୍ର ଖୋଲି ଦାୟିତ୍ୱ ସାରିଛି। ତେବେ ରାଜ୍ୟର ସମସ୍ତ ଜିଲା ସଦର ମହକୁମାର ତାପମାତ୍ରା ସୂଚନାଙ୍କ ପ୍ରଦାନ କରାଯାଉଥିବାବେଳେ ଏଠାରେ ଜିଲା ପ୍ରଶାସନ ପକ୍ଷରୁ କିମ୍ବା ଜିଲା ପାଣିପାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ସୂଚନା ପ୍ରଦାନ ବ୍ୟବସ୍ଥା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?