ବଢୁଛି ତାପମାତ୍ରା, ଘରୁ ବାହାରି ପାରୁନାହାନ୍ତି ଲୋକେ

ପାରଳାଖେମୁଣ୍ଡି, ୧୭।୪ (ସ୍ବ.ପ୍ର.): ଗଜପତି ଜିଲା ଏକ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଗ୍ରୀଷ୍ମତାତି ଦିନକୁ ଦିନ ବଢ଼ୁଛି। ଗ୍ରାମାଞ୍ଚଳ ଏବଂ ସହରଞ୍ଚଳରେ କଂକ୍ରିଟ ରୋଡମାନ ବୃଦ୍ଧି ପାଉଥିବାରୁ ଏହା ତାପମାତ୍ରା ବୃଦ୍ଧିର ପ୍ରମୁଖ ଏକ କାରଣ ବୋଲି କୁହାଯାଉଛି। ଗତ ୨୦୧୮ ଅକ୍ଟୋବର ୧୦ରେ ହୋଇଥିବା ତିତ୍‌ଲି ବାତ୍ୟାରେ ଜିଲାର ବିଭିନ୍ନ ସ୍ଥାନରେ ବହୁ ପୁରାତନ ବୃକ୍ଷମାନ ଉପୁଡି ଯିବା କାରଣରୁ ଏହା ଚଳିତବର୍ଷ ଉଷ୍ମତାକୁ ଅଧିକ ପ୍ରଭାବିତ କରିଛି। ଫଳରେ ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଏକ ଉତ୍ତପ୍ତ ସହର ପାଲଟିଛି। ଦିନ ୧୧ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। କୌଣସି ସ୍ଥାନରେ ବୃକ୍ଷରାଜି ଦେଖିବାକୁ ମିଳୁନି। ଗ୍ରୀଷ୍ମପ୍ରବାହ ସନ୍ଧ୍ୟା ୫ଘଣ୍ଟା ପର୍ଯ୍ୟନ୍ତ ଜନସାଧାରଣଙ୍କୁ ପ୍ରଭାବିତ କରି ରଖୁଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରର ସମସ୍ତ ମୁଖ୍ୟ ରାସ୍ତାଗୁଡିକ ଜନଶୂନ୍ୟ ହୋଇପଡୁଛି। କାଭଁ। ଜରୁରୀକାଳୀନ କାର୍ଯ୍ୟ ପାଇଁ ଲୋକେ ଘରୁ ପଦାକୁ ବାହାରୁଛନ୍ତି। ପୌର ପରିଷଦ ଭାଙ୍ଗିବା ପରେ ପ୍ରଶାସନ ହାତରେ ଏବେ ପୌର ପରିଷଦ ପରିଚାଳନା ଦାୟିତ୍ୱ ରହିଥିଲେ ମଧ୍ୟ ଗ୍ରୀଷ୍ମତାପର ମୁକାବିଲା ପାଇଁ ଉଚିତ୍‌ ପଦକ୍ଷେପ ନିଆଯାଇନାହିଁ। କେବଳ ନାମକୁମାତ୍ର କେତେକ ସ୍ଥାନରେ ଜଳଛତ୍ର ଖୋଲି ଦାୟିତ୍ୱ ସାରିଛି। ତେବେ ରାଜ୍ୟର ସମସ୍ତ ଜିଲା ସଦର ମହକୁମାର ତାପମାତ୍ରା ସୂଚନାଙ୍କ ପ୍ରଦାନ କରାଯାଉଥିବାବେଳେ ଏଠାରେ ଜିଲା ପ୍ରଶାସନ ପକ୍ଷରୁ କିମ୍ବା ଜିଲା ପାଣିପାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ସୂଚନା ପ୍ରଦାନ ବ୍ୟବସ୍ଥା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri