ବଢ଼ୁଛି ଚୋରା ଡିନାମାଇଟ କାରବାର

ଅନୁଗୋଳ ଅଫିସ୍‌, ୭।୩ – ଅନୁଗୋଳ ଜିଲାରେ ବଢ଼ୁଛି ଚୋରା ଡିନାମାଇଟ୍‌ କାରବାର। ଏହାକୁ ବିସ୍ଫୋରଣ କରି ନଦୀ, ଯୋର ଆଦିରୁ ମାଛ ମାରିବା ସହଜ ହେଉଥିବାରୁ ଅଧିକରୁ ଅଧିକ ଲୋକ ଏ ନେଇ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି। ଫଳରେ କେତେଜଣ ଚୋରା ବ୍ୟବସାୟୀ ଏହାର ସୁଯୋଗ ନେଇ ସ୍ବଳ୍ପ ଦରରେ ଏପରି ବିସ୍ଫୋରକ ବିକ୍ରି କରୁଥିବା ଅଭିଯୋଗ ହେଉଛି। କିନ୍ତୁ ଅନେକ ସମୟରେ ଏହା ଦୁର୍ଘଟଣାର କାରଣ ସାଜି ମଣିଷକୁ ଦରମରା କରୁଛି। ଗତ ୪ ମାସ ମଧ୍ୟରେ ୨ଟି ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା କୁହାଯାଉଥିଲେ ବି ପୋଲିସ ନିକଟରେ ଡିନାମାଇଟ୍‌ ବିସ୍ଫୋରଣ ସମ୍ପର୍କରେ କିଛି ବି ସୂଚନା ନାହିଁ। ବିସ୍ଫୋରଣରେ ଆହତ ହେଉଥିବା ଲୋକେ ବାଣ ଫୁଟିଥିବା ତଦନ୍ତ ବେଳେ କହୁଥିବାରୁ ପୋଲିସ ଏ ଦିଗରେ ଆଗେଇପାରୁ ନ ଥିବା ଅନୁଗୋଳ ଏସ୍‌ଡିପିଓ ପ୍ରକାଶ କରିଛନ୍ତି।
ଅନୁଗୋଳ ଜିଲାରେ ଥିବା ବିଭିନ୍ନ ପଥର କ୍ୱାରୀ ପାଇଁ ଡିନାମାଇଟ୍‌ ଓ ଅନ୍ୟ ବିସ୍ଫୋରକ ଆସୁଛି। କିନ୍ତୁ ଅସାଧୁ ବ୍ୟବସାୟୀମାନେ ଏହାକୁ ଚୋରାରେ ଲୋକଙ୍କୁ ବିକ୍ରି କରୁଛନ୍ତି। ବିଶେଷକରି ଏପରି ବିସ୍ଫୋରକ ବ୍ୟବହାର କରି ଯେଉଁମାନେ ନଦୀ ଓ ଯୋରରୁ ମାଛ ମାରୁଛନ୍ତି ସେମାନେ ସମ୍ପୃକ୍ତ ଚୋରା ବ୍ୟବସାୟୀଙ୍କ ସହ ସିଧାସଳଖ ସମ୍ପର୍କରେ ରହୁଛନ୍ତି। ଆବଶ୍ୟକ ସ୍ଥଳେ ଅଧିକରୁ ଅଧିକ ବିସ୍ଫୋରକ ନେଇ ସେମାନେ ବିଭିନ୍ନ ନଦୀ, ଯୋରରୁ ସହଜରେ ମାଛ ମାରି ବେଶ୍‌ ଲାଭବାନ ହେଉଛନ୍ତି। କିନ୍ତୁ ଡିନାମାଇଟର ଏପରି ଅପବ୍ୟବହାର ଯୋଗୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଗତ ଡିସେମ୍ବରରେ ବଉଳୀ ଯୋରରେ ମାଛ ମାରିବାବେଳେ ୫ ଜଣ ଆହତ ହୋଇଥିଲେ। ସେହିପରି ଲିଙ୍ଗରା ନାଳରେ ମାଛ ମାରିବାକୁ ଯାଇ ୪ ଜଣ ଆହତ ହୋଇଥିଲେ। ଡିନାମାଇଟ୍‌ ଖଞ୍ଜୁଥିବାବେଳେ ଏହା ବିସ୍ଫୋରଣ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ମଧ୍ୟ ହୋଇଥିଲେ। ଜଣଙ୍କ ଛାତିରେ ପଥର ଖଣ୍ଡ ବାଜିବା ସହ ଗୋଟିଏ ହାତ ପାପୁଲି ଛିଣ୍ଡିଯାଇଥିବା ସେତେବେଳେ ମେଡିକାଲ ସୂତ୍ରରୁ ଜଣାପଡ଼ିଥିଲା। କିନ୍ତୁ ପୋଲିସ ନିକଟରେ ଏ ନେଇ ସେପରି କିଛି ତଥ୍ୟ ନାହିଁ। ଏପରି କି ଡିନାମାଇଟ୍‌ କିପରି ସାଧାରଣ ଲୋକଙ୍କ ହାତକୁ ଆସୁଛି ତାହା ବି ପୋଲିସ ଜାଣିନାହିଁ। ବିସ୍ଫୋରଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହେଉଥିବା ଲୋକେ ବାଣ ଫୁଟାଉଥିବା ବେଳେ ଦୁର୍ଘଟଣାର ଶିକାର ହେବା ପୋଲିସକୁ ବୟାନ ଦେଉଥିବା ଏସ୍‌ଡିପିଓ ସାହୁ କହିଛନ୍ତି। ବିବାହ ଋତୁ ଚାଲୁଥିବାରୁ ଲୋକମାନେ ବାଣର ସାହାରା ନେବା ସହଜ ହୋଇଯାଉଛି। ଏପରି କି ଡିନାମାଇଟ୍‌ ଫୁଟିବା ନେଇ କୌଣସି ଅଭିଯୋଗ ହେଉ ନ ଥିବାରୁ ପୋଲିସ ହାତ ବାନ୍ଧି ବସିଛି। ଅଭିଯୋଗ ହେବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ସ୍ଥାନରେ ବିସ୍ଫୋରଣ ପୂର୍ବରୁ ସୂଚନା ମିଳେ, ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri