Posted inଖେଳ

ଫିଞ୍ଚ୍‌ଙ୍କ ଶତକ: ଇଂଲଣ୍ଡକୁ ହରାଇ ସେମିରେ ଅଷ୍ଟ୍ରେଲିଆ

ଲଣ୍ଡନ, ୨୬।୬(ପି.ଟି.)- ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଶତକ ଓ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ମଙ୍ଗଳବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆୟୋଜକ ଇଂଲଣ୍ଡକୁ ୬୪ ରନରେ ପରାସ୍ତ କରିଛି। ଏଥିସହିତ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍‌ର ୩୨ତମ ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂକରି ଅଷ୍ଟ୍ରେଲିଆ ୭ ଉଇକେଟ ହରାଇ ୨୮୫ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୪୪.୪ ଓଭରରେ ୨୨୧ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଛି। ଏଥିସହ ଅଷ୍ଟ୍ରେଲିଆ ୭ଟି ମ୍ୟାଚ୍‌ ଖେଳି ୬ ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡକୁ ହଟାଇ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଅନ୍ୟପଟେ ଇଂଲଣ୍ଡ ୭ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୩ ପରାଜୟ ସହ ୮ ପଏଣ୍ଟ ପାଇ ପୂର୍ବପରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଫଳରେ ଫେଭରାଇଟ କୁହାଯାଉଥିବା ଇଂଲଣ୍ଡର ସେମିଫାଇନାଲ ଆଶା ଏବେ କଷ୍ଟକର ପରିସ୍ଥିତିକୁ ଯାଇଛି। ଫିଞ୍ଚ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୮୬ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛାକରି ଇଂଲଣ୍ଡ ୫୩ ରନରେ ୪ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମିଡଲଅର୍ଡର ବ୍ୟାଟ୍ସମ୍ୟାନ ବେନ୍‌ ଷ୍ଟୋକ୍ସ ଏକା ଲଢେଇ କରିଥିଲେ। ସେ ୧୧୫ଟି ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୨ ଛକା ସହ ୮୯ ରନକରି ମିଚେଲ ଷ୍ଟାର୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ବାକି ସବୁ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଜନୀ ବେୟାରଷ୍ଟୋ ୨୭, କ୍ରିସ୍‌ ଓ୍ବକ୍ସ ୨୬, ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ୨୫, ଆଦିଲ ରସିଦ ୨୫ ରନ କରିଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଓପନର ଜେମ୍ସ ଭିନ୍ସ ଖାତାଖୋଲି ପାରି ନ ଥିବା ବେଳେ ଜୋ ରୁଟ ୮, ଅଧିନାୟକ ଇଅନ ମୋର୍ଗାନ ୪, ମୋଇନ ଅଲି ୬, ଜୋଫ୍ରା ଆର୍ଚର ୧ ରନ କରି ଆଉଟ ହୋଇଥିବା ବେଳେ ମାର୍କ ଉଡ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଜାସନ ବେହେରନଡୋର୍ଫ ସର୍ବାଧିକ ୫, ମିଚେଲ ଷ୍ଟାର୍କ ୪, ମାର୍କସ ଷ୍ଟୋଇନିସ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଶତକ ବଳରେ ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ମିଡଲ ଅର୍ଡରରେ ବ୍ୟାଟ୍ସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ଦଳର ସ୍କୋର ତିନି ଶହ ରନ ପାର କରି ନ ଥିଲା। ଇଂଲଣ୍ଡ ବୋଲରମାନେ ପ୍ରତ୍ୟାବର୍ତ୍ତନ କରି ପ୍ରଭାବୀ ପ୍ରଦର୍ଶନ କରିବା ସହ ଅଷ୍ଟ୍ରେଲିଆକୁ ଏହି ସୁଯୋଗ ଦେଇ ନ ଥିଲେ। ଦୁଇ ଓପନର ଫିଞ୍ଚ୍‌ ଓ ଡେଭିଡ ଓ୍ବାର୍ନରଙ୍କ ପରେ ଅନ୍ୟ ବ୍ୟାଟ୍ସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଓପନିଂ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୨୩ ଓଭର ଶେଷ ହେବା ପୂବରୁ ୧୨୩ ରନ ସଂଗ୍ରହ କରି ନେଇଥିଲେ। ଟୁର୍ନାମେଣ୍ଟରେ କ୍ରମାଗତ ପଞ୍ଚମଥର ପାଇଁ ଏହି ଯୋଡି ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ତେବେ ଓ୍ବାର୍ନର ୬୧ଟି ବଲ ଖେଳି ୬ ଚୌକା ସହ ୫୩ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ସ୍ପିନର ମୋଇନ ଅଲିଙ୍କ ବଲ୍‌ରେ ଜୋ ରୁଟଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୨୩ ରନ କରିଥିବା ବେଳେ ଉସମାନ ଖ୍ବାଜା ବେନ୍‌ ଷ୍ଟୋକ୍ସଙ୍କ ଦ୍ୱାରା କ୍ଳିନ୍‌ ବୋଲ୍ଡ ହୋଇଥିଲେ। ଏହାପରେ ଶତକ ହାସଲ କରିବାର ଠିକ୍‌ ପରେ ଫିଞ୍ଚ୍‌ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଫାଇନ ଲେଗ୍‌ରେ କ୍ରିସ୍‌ ଓ୍ବକ୍ସଙ୍କ କ୍ୟାଚ୍‌ ଦେଇଥିଲେ। ୧୧୬ଟି ବଲର ସମ୍ମୁଖୀନ ହୋଇ ୧୧ ଚୌକା ଓ ୨ ଛକା ସହ ଫିଞ୍ଚ୍‌ ୧୦୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ୧୫ ରନରେ ଫିଞ୍ଚ୍‌ ଏକ ଜୀବନଦାନ ପାଇଥିଲେ ଓ ଏହାର ଫାଇଦା ଉଠାଇଥିଲେ। ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ମାତ୍ର ୩୮ ରନକରି ଓ୍ବକ୍ସଙ୍କ ବଲ୍‌ରେ ଆର୍ଚରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୮ ବଲରୁ ୧ ଚୌକା, ୧ ଛକା ସହ ୧୨ ରନକରି ମାର୍କ ଉଡଙ୍କ ବଲ୍‌ରେ ଉଇକେଟକିପର ଜୋଶ ବଟଲରଙ୍କୁ କ୍ୟାଚ୍‌ ଦେଇଥିଲେ। ମାର୍କସ ଷ୍ଟୋଇନିସ୍‌ ୮ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ମ୍ୟାକ୍ସଓ୍ବେଲ ଓ ଷ୍ଟୋଇନିସ୍‌ ଆଉଟ ହେବା ପରେ ରନ ସଂଗ୍ରହ ଗତି ଧିମେଇଯାଇଥିଲା। ପ୍ୟାଟ କୁମିନ୍ସ ୧ ରନ କରିଥିବା ବେଳେ ଓ୍ବକ୍ସ ଦ୍ୱିତୀୟ ଶିକାର ହୋଇଥିଲେ। ମିଚେଲ ଷ୍ଟାର୍କ ୪ ରନ କରି ଅପରାଜିତ ରହିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ୨୭ ବଲରୁ ୫ ଚୌକା ସହ ୩୮ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଓ୍ବକ୍ସ ୨, ଆର୍ଚର, ଉଡ୍‌, ଷ୍ଟୋକ୍ସ, ମୋଇନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୫୦ ଓଭରରେ ୨୮୫/୭
(ଫିଞ୍ଚ୍‌- ୧୦୦, ଓ୍ବାର୍ନର- ୫୩, ସ୍ମିଥ୍‌- ୩୮, କାରେ- ୩୮*, ଖ୍ବାଜା- ୨୩, ଓ୍ବକ୍ସ- ୨/୪୬, ଆର୍ଚର- ୧/୫୬, ଉଡ- ୧/୫୯, ଷ୍ଟୋକ୍ସ- ୧/୨୯, ମୋଇନ- ୧/୪୨)।
ଇଂଲଣ୍ଡ ୪୪.୪ ଓଭରରେ ୨୨୧ ଅଲଆଉଟ୍‌
(ଷ୍ଟୋକ୍ସ- ୮୯, ବେୟାରଷ୍ଟୋ- ୨୭, ଓ୍ବକ୍ସ- ୨୬, ବଟଲର- ୨୫, ରସିଦ- ୨୫, ବେହରନଡୋର୍ଫ- ୫/୪୪, ଷ୍ଟାର୍କ- ୪/୪୩, ଷ୍ଟୋଇନିସ- ୧/୨୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri