Posted inରାଜ୍ୟ

ଫିକା ପଡ଼ିଗଲା ପାର୍ବଣ ଉତ୍ସାହ

ଦୁଇବର୍ଷ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ମହାମାରୀ ପ୍ରାଚୀର ହୋଇ ଠିଆ ହୋଇଛି। ଗତବର୍ଷଠାରୁ ମନ୍ଦିର ପ୍ରବେଶ ଓ ପୂଜାପର୍ବ ପାଳନ ଉପରେ କଟକଣା ରହିଛି। ଧୀରେ ଧୀରେ ସ୍ଥିତି ସୁଧୁରୁଥିବାବେଳେ ବିଭିନ୍ନ ଜିଲାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାରେ ଲାଗିଛି। ଏପରିସ୍ଥିତିରେ ପାର୍ବଣକୁ ନେଇ ଆୟୋଜକ, ବ୍ୟବସାୟୀ ଓ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଚାହିଁ ରହିଥିଲେ। ଏବର୍ଷ ଧୁମ୍‌ଧାମ୍‌ରେ ପୂଜାପର୍ବ ପାଳନ କରିବାକୁ ସମସ୍ତେ ଆଶାବାନ୍ଧି ବସିଥିଲେ। ଏଥିପାଇଁ ସରକାରଙ୍କ ଅନୁମତିକୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ତେବେ ସୋମବାର ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାକୁ ଅନୁମତି ମିଳିଥିଲେ ମଧ୍ୟ ଭକ୍ତଙ୍କୁ ଦର୍ଶନରୁ ବଞ୍ଚତ୍ତ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ପୂଜା କମିଟି, ବ୍ୟବସାୟୀ, ଶ୍ରଦ୍ଧାଳୁମାନେ କିପରି ଗ୍ରହଣ କରୁଛନ୍ତି ତାହାକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

ନିଷ୍ପତ୍ତି, ଗାଇଡ୍‌ଲାଇନ୍‌କୁ ସ୍ବାଗତ
ସରକାରଙ୍କ ପକ୍ଷରୁ ଜାରି ପାର୍ବଣ ଗାଇଡ୍‌ଲାଇନକୁ ସ୍ବାଗତ କରୁଛି। ନୟାପଲ୍ଲୀ ଦୁର୍ଗାପୂଜା ସମିତି ଏହାକୁ ମାନି ଚଳିତବର୍ଷ ଯଥାରୀତିରେ ମା’ ଦୁର୍ଗତିନାସିନୀଙ୍କ ପୂଜା କରିବ। ସରକାର ଆମ ଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ କେତେକ କଟକଣା ଲଗାଇଛନ୍ତି। ତେଣୁ ଆମେ ସମସ୍ତେ ଏହାକୁ ପାଳନ କରି ନିଜକୁ ସୁରକ୍ଷିତ ରଖିବା ଉଚିତ୍‌। ଆଶା କରୁଛୁ ମା’ ଦୁର୍ଗେ ଭକ୍ତଙ୍କୁ ନିଶ୍ଚିତ ରକ୍ଷା କରି ଆଗାମୀ ବର୍ଷ ଧୁମଧାମରେ ପୂଜାକୁ ପାଳନ କରିବାକୁ ଆମକୁ ଶକ୍ତି ଓ ଆୟୁ ପ୍ରଦାନ କରିବେ।
-ପବିତ୍ର ମୋହନ ବେହେରା, ସଭାପତି, ନୟାପଲ୍ଲୀ ଦୁର୍ଗାପୂଜା ସମିତି
ମୂର୍ତ୍ତି ଛୋଟ ହେବା ବେଡି ଉପରେ କୋରଡା ମାଡ଼
ସରକାର ଅନୁମତି ଦେଇ ମାତ୍ରାଧିକ କଟକଣା ଲଗାଇଛନ୍ତି। ମୂର୍ତ୍ତି ଉଚ୍ଚତା ୪ଫୁଟରୁ କମ୍‌ କରିବା ଆଦୌ ଗ୍ରହଣୀୟ ନୁହେଁ। ମୂର୍ତ୍ତି ଛୋଟ ହେଲେ କରୋନା କମିବନି କିମ୍ବା ବଡ଼ ହେଲେ କରୋନା ଆସିବନି। ସମସ୍ତ ମଣ୍ଡପରେ ମୂର୍ତ୍ତି ଅନୁଯାୟୀ ଆଭୂଷଣଠାରୁ ଆରମ୍ଭ କରି ତାହାର ସାଜସଜ୍ଜା ସାମଗ୍ରୀ ଗଚ୍ଛିତ ରହିଛି। ଛୋଟ ମୂର୍ତ୍ତି କଲେ ନୂଆ ଆଭୂଷଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦରକାର ପଡିବ। ଦୁଇବର୍ଷ ହେବ ପୂଜା ପାଇଁ କୌଣସି ଅର୍ଥ ସଂଗ୍ରହ ହୋଇନାହିଁ। ଏଭଳି ପରିସ୍ଥିତିରେ ସବୁକିଛି ନୂଆ କିଣିବା ବେଡି ଉପରେ କୋରଡା ମାଡ ଭଳି ଲାଗୁଛି।
-ସଂଗ୍ରାମ କେଶରୀ ସାହୁ, ସଭାପତି,
ରବିଟକିଜ୍‌ ବ୍ୟବସାୟୀ ସଂଘ
କଟକଣା ମାନିବୁ, ଭକ୍ତଙ୍କ ପାଇଁ ଲାଇଭ୍‌ ପ୍ରସାରଣ ହେବ
ସରକାରଙ୍କ କଟକଣା ମାନି ପୂଜା ଆୟୋଜନ କରିବୁ। ଗତବର୍ଷଠାରୁ ଏବର୍ଷ କରୋନାର ଭୟାବହତା ବହୁ ଅଧିକ ରହୁଛି। ମହାମାରୀରେ ଆମେ ସମସ୍ତେ ନିଜ ଲୋକ ଓ ସମ୍ପର୍କୀୟଙ୍କୁ ହରାଇଛେ। ତେଣୁ ସମସ୍ତେ ସୁରକ୍ଷିତ ରହି ପୂଜା ପାଳନ କରିବା। ତେବେ ଭକ୍ତଙ୍କ ପାଇଁ ଆମେ ମା’ ଦୁର୍ଗାଙ୍କ ପୂଜାର ଲାଇଭ୍‌ ପ୍ରସାରଣ କରିବୁ।

-ନାରାୟଣ ମହାପାତ୍ର, ସମ୍ପାଦକ, ଶହୀଦନଗର ଦୁର୍ଗାପୂଜା ସମିତି
ଅନୁମତି ମିଳିବା ଖୁସିର କଥା, ଭକ୍ତଙ୍କ ପାଇଁ ଦୁଃଖ ଲାଗୁଛି
କରୋନା ମହାମାରୀ ପାଇଁ ପ୍ରାୟ ଦୁଇବର୍ଷ ହେବ ଆମେ ସମସ୍ତେ ବହୁ ସମସ୍ୟାର ସମ୍ମୁଖୀନ ହେଉଛୁ। ଏଭଳି ସ୍ଥିତିରେ ପର୍ବ ପାଳିବା ପାଇଁ ସରକାର ଅନୁମତି ଦେବା ନିଶ୍ଚିତ ପକ୍ଷେ ପ୍ରଶଂସନୀୟ ଓ ଖୁସିର କଥା। ତେବେ ବିନା ଭକ୍ତରେ ପୂଜା ପାଇଁ ନିର୍ଦ୍ଦେଶ ରହିଥିବାରୁ ଦୁଃଖ ଲାଗୁଛି। ଯଦି ସରକାର କଟକଣାରେ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ପ୍ରଦାନ କରିଥାନ୍ତେ ତେବେ ଭଲ ହୋଇଥାନ୍ତା।
-ରାମଚନ୍ଦ୍ର ରଣସିଂହ, ସଭାପତି, ବରମୁଣ୍ଡା ଦୁର୍ଗାପୂଜା କମିଟି
ସରକାରଙ୍କ ଗାଇଡ୍‌ଲାଇନ୍‌ ଅସନ୍ତୁଷ୍ଟ କରିଛି
ରାଜ୍ୟରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣାଧୀନ ରହିଥିବାରୁ ଚଳିତବର୍ଷ ପୂଜା ଧୁମ୍‌ଧାମ୍‌ରେ ହେବ ବୋଲି ଆଶା କରିଥିଲୁ। ମାତ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଆମକୁ ଅସନ୍ତୁଷ୍ଟ କରିଛି। ତେବେ ଗାଇଡ୍‌ଲାଇନ୍‌ ଜାରି ହୋଇଥିବାରୁ ଏହାକୁ ପାଳିବାକୁ ବାଧ୍ୟ। ଗଣେଶପୂଜାଠାରୁ କାଳିପୂଜା ସବୁକିଛି ନିରାଡମ୍ବରରେ କରାଯିବ।

-ଗଣେଶ ପ୍ରସାଦ ସାହୁ, ସଭାପତି,
ସାର୍ବଜନୀନ ଦୁର୍ଗାପୂଜା ସମିତି, ପୁରୁଣା ଷ୍ଟେଶନ ବଜାର
କଟକଣାରେ ଭକ୍ତଙ୍କୁ ଅନୁମତି ମିଳୁ
ସରକାରଙ୍କ କଟକଣା ମାନିବାକୁ ପଡ଼ିବ। ପୂଜା କରିବାକୁ ଅନୁମତି ମିଳିଛି ତାହା ହିଁ ବଡ଼ କଥା। ସମସ୍ତ ପର୍ବ ସୁରୁଖୁରୁରେ ପାଳନ କରାଯିବା ପାଇଁ ବୈଠକ ବସି ନିଷ୍ପତ୍ତି ହେବ। ଗତଥର ମଧ୍ୟ ଭକ୍ତମାନେ ମା’ଙ୍କ ଦର୍ଶନରୁ ବଞ୍ଚତ୍ତ ହୋଇଥିଲେ। ଏବର୍ଷ କଟକଣାରେ ଭକ୍ତମାନଙ୍କୁ ଦର୍ଶନର ଅନୁମତି ମିଳିଥିଲେ ଭଲ ହୋଇଥାନ୍ତା।
-ବସନ୍ତ କୁମାର ମହାନ୍ତି,
ପୂର୍ବତନ ସମ୍ପାଦକ, ଗଙ୍ଗନଗର ଦୁର୍ଗାପୂଜା କମିଟି
ମୂର୍ତ୍ତି ନିର୍ମାଣରେ କଟକଣା ରଖା ନ ଯାଉ
କଟକ ହେଉଛି ହଜାରେ ବର୍ଷର ପୁରାତନ ଓ ପରମ୍ପରାର ସହର। ଆମର ୨ଟି ଦାବି ରହିଛି। ପ୍ରଥମତଃ କଟକ ସହରରେ ମୂର୍ତ୍ତି ନିର୍ମାଣରେ କଟକଣା ରଖା ନ ଯାଉ। ଦ୍ୱିତୀୟତଃ ପରମ୍ପରା ଅନୁଯାୟୀ ପୁରୀଘାଟରେ ପୂର୍ବଭଳି ମୂର୍ତ୍ତି ବିସର୍ଜନ ପାଇଁ ଅନୁମତି ଦିଆଯାଉ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ କି ପୂଜାମଣ୍ଡପକୁ ଭୋଗ ଆସିବ ନାହିଁ। ସମସ୍ତ ନିୟମରେ ଆମେ ସହମତ। କିନ୍ତୁ ପ୍ରଶାସନ ଆମର ଉକ୍ତ ଦାବିକୁ ଗ୍ରହଣ କରୁ।

-ପ୍ରଫୁଲ୍ଲ କୁମାର ସାହୁ, ସମ୍ପାଦକ ପୂର୍ବାଞ୍ଚଳ ଶାନ୍ତି କମିଟି, କଟକ
କ୍ଲବ୍‌ରେ ଗଣେଶ ପୂଜା କରିବା ସମ୍ଭବ ନୁହେଁ
ପୂଜା ପାଇଁ ଅନୁମତି ମିଳିଥିବାରୁ ଆମେ ଆନନ୍ଦିତ। ତେବେ ଏଥର କ୍ଲବରେ ଗଣେଶ ପୂଜା କରିବା ସମ୍ଭବପର ନୁହେଁ ା କାରଣ ପୂଜା ଲାଗି ୩ରୁ ୪ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ବର୍ତ୍ତମାନ ଆମ ପାଖରେ ଅଧିକ ସମୟ ନାହିଁ। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପୂଜା କରିପାରିବୁ ନାହିଁ ା
-ରଞ୍ଜନ କୁମାର ସାହୁ, ସଭାପତି, ତ୍ରିରଙ୍ଗା କ୍ଲବ, କଟକ
ଦେବୀଗଡ଼ାରେ ବିସର୍ଜନ ପରମ୍ପରା ବଜାୟ ରହୁ
କଟକ ମହାନଗର ଶାନ୍ତି କମିଟି ସଭାପତି ଭାବରେ ମୋର ୩ଟି ଦାବି ରହିଛି ା ମାଆଙ୍କ ଦର୍ଶନରେ ପର୍ଦ୍ଦା ବ୍ୟବସ୍ଥା ରଖା ନ ଯାଉ। ଦେବୀଗଡ଼ାରେ ବିସର୍ଜନ ପରମ୍ପରା ବଜାୟ ରହୁ ଏବଂ ମୂର୍ତ୍ତି ନିର୍ମାଣରେ କୌଣସି କଟକଣା ଲାଗୁ ନ କରାଯାଉ ା
ଏନେଇ ଆଗାମୀ ଦିନରେ ସହରର ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ମିଶି ଆମେ ସରକାରଙ୍କୁ ଅବଗତ କରାଇବୁ।

-ଦେବେନ୍ଦ୍ର ସାହୁ, ସଭାପତି, ମହାନଗର ଶାନ୍ତି କମିଟି, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri