ପ୍ରଧାନଶିକ୍ଷକଙ୍କ ନାମରେ ଅନିୟମିତତା ଅଭିଯୋଗ

ରାହାମା,୨ା୨(ଡି.ଏନ.ଏ.): କୁଜଙ୍ଗ ବ୍ଲକ ଅଧୀନ ବଡ଼ବାଲିକଣି ପଞ୍ଚାୟତରେ ଥିବା ସାନବାଲିକଣି ପ୍ରାଥମିକ ବିଦ୍ୟାଳୟରେ ନାନା ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଭୁପ୍ରସାଦ ଦାଶ ଏସବୁ ଅନିୟମିତତା କରିଥିବା ନେଇ ଛାତ୍ରାଭିଭାବକ ଓ ବିଦ୍ୟାଳୟ କମିଟି ସଭ୍ୟମାନେ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି, ବିଦ୍ୟାଳୟରେ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢ଼ୁଥିବାବେଳେ ସେମାନଙ୍କ ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ବିଭିନ୍ନ ସମୟରେ ପ୍ରଧାନଶିକ୍ଷକ ଦାଶ ଅଫିସ କାମ ଥିବା ବାହାନା କରି ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। ସେହିପରି ପିଲାଙ୍କ ମଧ୍ୟାହ୍ନଭୋଜନ ଦାୟିତ୍ୱ ସେ ବୁଝୁଥିଲେ ବି ନିମ୍ନମାନର ଖାଦ୍ୟ ଯୋଗାଉଛନ୍ତି। ମିଥ୍ୟା ଭାଉଚର ପ୍ରସ୍ତୁତ କରି ମଧ୍ୟାହ୍ନଭୋଜନ ପାଇଁ ଆସୁଥିବା ଅର୍ଥ ଆମତ୍ସାତ କରୁଛନ୍ତି। ବିଦ୍ୟାଳୟର ପାରିପାର୍ଶ୍ୱିକ ଉନ୍ନତି ଏବଂ ମରାମତି ପାଇଁ ଆସୁଥିବା ଅର୍ଥର ଠିକା କାମକୁ ନିଜେ କରୁଛନ୍ତି। କମିଟିର କୌଣସି ସଦସ୍ୟ କିମ୍ବା ସଭାପତିଙ୍କୁ ବି ଜଣାଉନାହାନ୍ତି। ଏବେ ପ୍ରଧାନଶିକ୍ଷକ ଅନୁପସ୍ଥିତ ଥିବାରୁ ୧୫ ଦିନ ହେବ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସୁନାହାନ୍ତି। ଏସମ୍ପର୍କରେ ସଭ୍ୟ କିମ୍ବା ସଭାପତି ତାଙ୍କୁ ପଚାରିଲେ ସେ ପାଲଟା ଜବାବ ଦେଉଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଠାରୁ ବଦଳି କରିବାକୁ ଈଶ୍ୱର ଚନ୍ଦ୍ର ପାଣି, ସଞ୍ଜୟ ପଟ୍ଟନାୟକ, ସୋମକାନ୍ତ ପଲେଇ, ଦୀପ୍ତିମୟୀ ପାଣି, ପ୍ରଭାତୀ ପଣ୍ଡା, ସୁବାସ ସାମନ୍ତରାୟ, ବିପିନ ସାମନ୍ତରାୟ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଦାଶଙ୍କୁ ପଚାରିବାରେ ସେ କହିଥିଲେ, ମୋତେ ବଦନାମ୍‌ କରିବା ପାଇଁ କିଛି ଅଭିଭାବକଙ୍କ ଏହା ହୀନ ପ୍ରୟାସ। ଏଥିରେ କୌଣସି ସତ୍ୟତା ନାହିଁ। ଏସମ୍ପର୍କରେ କୁଜଙ୍ଗ ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ନନ୍ଦଙ୍କୁ ପଚରାଯିବାରେ ସେ କହିଥିଲେ, ପ୍ରଧାନଶିକ୍ଷକ ଅସୁସ୍ଥତା କାରଣରୁ ଛୁଟିରେ ଅଛନ୍ତି। ଯାହା ଅଭିଯୋଗ ଆସିଛି ସେ ସବୁର ତଦନ୍ତ କରାଯିବ। ଯଦି ଏଥିରେ କିଛି ବେଆଇନ କାର୍ଯ୍ୟ ହୋଇଥିବା ଜଣାପଡ଼ିବ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ପୂର୍ବରୁ ଏହି ପ୍ରଧାନଶିକ୍ଷକ ଅନୁପସ୍ଥିତ ରହୁଥିବା ଓ ସ୍କୁଲର ଅନ୍ୟ କାର୍ଯ୍ୟରେ ଅନିୟମିତତା କରିଥିବା ନେଇ ୨୦୧୨ରେ ତତ୍‌କାଳୀନ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

୭୭ ବନ ମହୋତ୍ସବ ପାଳିତ:ବିଭିନ୍ନ କିସମର ବୃକ୍ଷରୋପଣ

କର୍ଲାମୁଣ୍ଡା,୭।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସୋମବାର ୭୭ତମ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ

ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର):  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri