Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ

ଶ୍ରୀନଗର/ନୂଆଦିଲ୍ଲୀ, ୪ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ଅତିରିକ୍ତ ସେନା ପ୍ରେରଣ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି। କେନ୍ଦ୍ର ସରକାର ରାଜ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। କଶ୍ମୀରକୁ ଅତିରିକ୍ତ ସେନା ପ୍ରେରଣର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଲୋକଙ୍କ ମନରୁ ଭୟର ବାତାବରଣ ଦୂରକରିବା ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ। ଆତଙ୍କବାଦୀ ତୀର୍ଥଯାତ୍ରୀଙ୍କୁ ଟାର୍ଗେଟ କରୁଥିଲାବେଳେ ମଧ୍ୟ ଅମରନାଥ ଯାତ୍ରା ସ୍ଥଗିତ ହୋଇ ନ ଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି।
ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲାଙ୍କ ନେତୃତ୍ୱରେ ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି)ର ଏକ ପ୍ରତିନିଧି ଦଳ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଭେଟି ସରକାରଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସୁରକ୍ଷା କାରଣରୁ ଅତିରିକ୍ତ ଯବାନ ମୁତୟନ ହୋଇଥିବା ସେ କହିଛନ୍ତି। ତେବେ ସାମ୍ବିଧାନିକ ବ୍ୟବସ୍ଥାରେ ପରିବର୍ତ୍ତନ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନ ଥିତ୍ବା ରାଜ୍ୟପାଳ କହିଛନ୍ତି। ଅମରନାଥ ଯାତ୍ରାରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୁରକ୍ଷା ବଳକୁ ନିର୍ଭରଯୋଗ୍ୟ ସୂଚନା ମିଳବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଲ୍‌ଓସି ଆରପଟୁ ପାକିସ୍ତାନୀ ସେନା ଜୋରଦାର ଶେଲ୍‌ ମାଡ଼ କରୁଛି। ଭାରତୀୟ ଯବାନମାନେ ଏହାର ଠିକଣା ଜବାବ ଦେଉଥିବା ରାଜ୍ୟପାଳ କହିଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିବାନେଇ ଶୁକ୍ରବାର ସେନା ଓ ରାଜ୍ୟ ପୋଲିସ ପକ୍ଷରୁ ମିଳିତ ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଦିଆଯାଇଥିଲା। ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ଯୋଜନାରେ ଥିବାରୁ ଏଥିପାଇଁ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ରାଜ୍ୟପାଳ ସୂଚନା ଦେଇଛନ୍ତି। ଏହାକୁ ଅନ୍ୟ ପ୍ରସଙ୍ଗ ସହ ଯୋଡ଼ି ଅଯଥା ଭୟର ବାତାବରଣ ସୃଷ୍ଟି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫ଏ ଉଚ୍ଛେଦ କିମ୍ବା ରାଜ୍ୟକୁ ୩ ଭାଗରେ ବିଭକ୍ତ କରିବାର କୌଣସି ଯୋଜନା ନାହିଁ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା ଓମାର କହିଛନ୍ତି। ତେବେ ଏନେଇ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ସ୍ପଷ୍ଟ କରିନ୍ତୁ ବୋଲି ସେ ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ବିବୃତି ଦାବିରେ ସୋମବାର ପାର୍ଲାମେଣ୍ଟରେ ଏନ୍‌ସି ସଦସ୍ୟମାନେ ପ୍ରସ୍ତାବ ଆଣିବେ। ରାଜ୍ୟର ଜନସାଧାରଣ ଭାବାବେଗକୁ ନିୟନ୍ତ୍ରଣରେ ରଖି ଶାନ୍ତ ରହିବାକୁ ଓମାର ନିବେଦନ କରିଛନ୍ତି।
ସୁରକ୍ଷାଗତ କାରଣରୁ ଅମରନାଥ ଯାତ୍ରା ସ୍ଥଗିତ ରହିବା ସହିତ ଯାତ୍ରୀମାନଙ୍କୁ ତୁରନ୍ତ ଫେରିଯିବା ପାଇଁ ରାଜ୍ୟ ସରକାର ଶୁକ୍ରବାର ପରାମର୍ଶ ଦେଇଥିବାବେଳେ ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଜିଲାରେ ହେଉଥିବା ୪୩ ଦିନିଆ ମଚୈଲ ମାତା ଯାତ୍ରାକୁ ଶନିବାର ସ୍ଥଗିତ ରଖାଯାଇଛି। ଏହି ଯାତ୍ରାରେ ନ ଯିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଯେଉଁମାନେ ଯାତ୍ରାରେ ବାହାରିଛନ୍ତି ସେମାନଙ୍କୁ ଫେରିଯିବା ପାଇଁ କୁହାଯାଇଛି। ସୁରକ୍ଷା କାରଣରୁ ଏହି ଯାତ୍ରାକୁ ସ୍ଥଗିତ ରଖାଗଲା ବୋଲି କିସ୍ତଓ୍ବାରର ଡେପୁଟି କମିଶନର ଅଙ୍ଗରାଜ୍‌ ସିଂ ରଣା କହିଛନ୍ତି। ଜୁଲାଇ ୨୫ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ସେପ୍ଟେମ୍ବର ୫ରେ ଶେଷ ହୋଇଥାନ୍ତା। ସାରା ଦେଶରୁ ଲକ୍ଷାଧିକ ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି।
ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶନିବାର ସକାଳୁ ହଜାର ହଜାର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଉପତ୍ୟକା ଛାଡ଼ିବା ଆରମ୍ଭ କରିଛନ୍ତି। ଆବଶ୍ୟକତାକୁ ଅନୁଭବ କରି ବାୟୁସେନା ଯାତ୍ରୀ ପରିବହନରେ ନିଜ ବିମାନକୁ ନିୟୋଜିତ କରିଛି। ବିଭିନ୍ନ ପର୍ଯ୍ୟଟନ ସ୍ଥଳରୁ ଯାତ୍ରୀଙ୍କୁ ଶ୍ରୀନଗର ପର୍ଯ୍ୟନ୍ତ ଆଣିବା ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବସ୍‌ ପଠାଯାଇଛି। ଶୁକ୍ରବାର କଶ୍ମୀରରେ ୨୨ ହଜାର ପର୍ଯ୍ୟନ୍ତ ପର୍ଯ୍ୟଟକ ଥିବାବେଳେ ସେଥିରୁ ଅଧିକାଂଶ ଶ୍ରୀନଗରରେ ପହଞ୍ଚତ୍ଲେଣି କିମ୍ବା ଉପତ୍ୟକା ଛାଡ଼ିଦେଲେଣି ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ନିସାର ଓ୍ବାନି କହିଛନ୍ତି।
ଯାତ୍ରା ଅଧାରୁ ଫେରିବାକୁ ପଡୁଥିବାରୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ରାଜ୍ୟ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହେବ ବୋଲି କଶ୍ମୀର ଚାମ୍ବର ଅଫ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀରକୁ ଭ୍ରମଣରେ ନ ଯିବା ଲାଗି ବ୍ରିଟେନ ଓ ଜର୍ମାନୀ ପକ୍ଷରୁ ଏହାର ନାଗରିକମାନଙ୍କୁ ବାରଣ କରାଯାଇଛି। ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସେଠାକୁ ନ ଯିବା ଲାଗି ଉଭୟ ଦେଶର ସରକାର ଆଡଭାଇଜରି ଜାରି କରି ନାଗରିକ ମାନଙ୍କୁ ସତର୍କ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?