Posted inଖେଳ

ପ୍ରତ୍ୟାବର୍ତ୍ତନ ପାଇଁ ଘରୋଇ କ୍ରିକେଟରେ ରାଇନାଙ୍କ ପ୍ରଦର୍ଶନ ପର୍ଯ୍ୟାପ୍ତ ନ ଥିଲା: ଏମ୍‌ଏସ୍‌କେ ପ୍ରସାଦ

ନୂଆଦିଲ୍ଲୀ,୫।୫ (ପି.ଟି.): ଭାରତୀୟ ପୂର୍ବତନ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ପୂର୍ପତନ ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦ। ଚୟନକର୍ତ୍ତାମାନେ ରାଇନାଙ୍କୁ ଅଣଦେଖା କରିଛନ୍ତ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ପ୍ରସାଦ ଖଣ୍ଡନ କରିଛନ୍ତି। ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ରାଇନା ଘରୋଇ କ୍ରିକେଟରେ ଅଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ବୋଲି ସେ କହିଛନ୍ତି।

୩୩ ବର୍ଷୀୟ ରାଇନା ୨୨୬ଟି ଦିନିକିଆଓ ୭୮ ଟି୨୦ ଓ ୧୮ଟି ଟେଷ୍ଟ ଖେଳିଛନ୍ତି। ୨୦୧୮ ଜୁଲାଇରେ ସେ ଶେଷଥର ପାଇଁ ଇଂଲଣ୍ଡରେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଗତବର୍ଷ ନେଦରଲାଣ୍ଡ୍ସରେ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିଲା। ରାଇନା ଏବେ ତାଙ୍କ ଫେଭରାଇଟ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛନ୍ତି। ତେବେ କରୋନା ଭାଇରସ ସଂକ୍ରମଣ ଓ ଲକ୍‌ ଡାଉନ୍‌ କାରଣରୁ ଆଇପିଏଲ୍‌ ସ୍ଥଗିତ ରହିଛି।
ଭିଭିଏସ୍‌ ଲକ୍ଷ୍ମଣ ୧୯୯୯ରେ ଜାତୀୟ ଦଳରୁ ବାଦ୍‌ ପଡିଥିଲେ। ତେବେ ଘରୋଇ କ୍ରିକେଟରେ ସେ ୧୪୦୦ ରନ ସଂଗ୍ରହ କରି ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ରାଇନା ଏଭଳି ପ୍ରଦର୍ଶନ କରି ନ ଥିଲେ ବୋଲି ପ୍ରସାଦ କହିଛନ୍ତି। କିଛି ଦିନ ତଳେ ରାଇନା ସିନିୟର ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚୟନକର୍ତ୍ତା ଅଧିକ ଦାୟିତ୍ୱବାନ ହେବା ଉଚିତ୍‌ ବୋଲି ମନ୍ତବ୍ୟ ଦେଇଥିଲେ। ୨୦୧୮-୧୯ ସିସେନରେ ୫ଟି ରଣଜୀ ମ୍ୟାଚ୍‌ ଖେଳି ମାତ୍ର ୨୪୩ ରନ ସଂଗ୍ରହ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ।

ଆଇପିଏଲ୍‌ରେ ତାଙ୍କର ଭଲ ରେକର୍ଡ ରହିଥିଲେ ମଧ୍ୟ ୨୦୧୯ରେ ସେ ୧୭ଟି ମ୍ୟାଚ୍‌ ଖେଳି ୩୮୩ ରନ ସଂଗ୍ରହ କରିଥିଲେ। ତେଣୁ ରାଇନାଙ୍କ ପ୍ରଦର୍ଶନ ପର୍ଯ୍ୟାପ୍ତ ନ ଥିଲା। ଅନ୍ୟପଟେ ଯୁବ ଖେଳାଳିମାନେ ଅପେକ୍ଷାକୃତ ଭଲ ଖେଳି ପ୍ରଭାବିତ କରିବାରେ ସଫଳ ହୋଇଥିଲେ।

କିଛିଦିନ ତଳେ ରାଇନା ୟୁଟ୍ୟୁବ ଶୋ’ ‘ସ୍ପୋଟର୍‌ସ ଟକ୍‌’ରେ ତାଙ୍କୁ କାହିଁକି ବାଦ୍‌ ଦିଆଗଲା ସେ ନେଇ ଚୟନକର୍ତ୍ତାକୁ ପ୍ରଶ୍ନ ପଚାରିଥିଲେ। ତେବେ ଏଭଳି ଅଭିଯୋଗ ସତ୍ୟ ନୁହଁ । ଏନେଇ ରାଇନାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛି ବୋଲି ସେ କହିଛନ୍ତି। ପୂର୍ବତନ ଅଲରାଉଣ୍ଡର ମହେନ୍ଦ୍ର ଅମରନାଥ ଏକାଧିକ ବାର ଦଳରୁ ବାଦ୍‌ ପଡିଥିଲେ ମଧ୍ୟ ଘରୋଇ କ୍ରିକେଟରେ ଭଲ ଖେଳି ସବୁଥର ପ୍ରତ୍ୟାବର୍ତ୍ତନ କରିଥିଲେ ବୋଲି ପ୍ରସାଦ କହିଛନ୍ତି। ତେଣୁ ରାଇନାଙ୍କୁ ଅଭିଯୋଗ ଠିକ୍‌ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରହଙ୍କ ବଡ଼ ସଂଯୋଗ: ଏହି ୫ ରାଶିଙ୍କୁ ମିଳିବ ଧନଠାରୁ କ୍ୟାରିୟର ପର୍ଯ୍ୟନ୍ତ ଲାଭ

୨୮ ଅଗଷ୍ଟ ୨୦୨୬ ଦିନଟି ପଞ୍ଜିକା ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି…

‘ଇମ୍ରାନ ଖାନଙ୍କୁ ମାରିଦେବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର’, ବଡ଼ ଦାବି କଲେ ପୁଅ

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ଼ ଅଭିଯୋଗ ଆସିଛି । ଇମ୍ରାନ ଖାନଙ୍କ ଦୁଇ ପୁଅ କାସିମ ଖାନ ଓ ସୁଲେମାନ ଖାନ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri