Posted inଖେଳ

ପ୍ରତ୍ୟାବର୍ତ୍ତନ ପାଇଁ ଘରୋଇ କ୍ରିକେଟରେ ରାଇନାଙ୍କ ପ୍ରଦର୍ଶନ ପର୍ଯ୍ୟାପ୍ତ ନ ଥିଲା: ଏମ୍‌ଏସ୍‌କେ ପ୍ରସାଦ

ନୂଆଦିଲ୍ଲୀ,୫।୫ (ପି.ଟି.): ଭାରତୀୟ ପୂର୍ବତନ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ପୂର୍ପତନ ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦ। ଚୟନକର୍ତ୍ତାମାନେ ରାଇନାଙ୍କୁ ଅଣଦେଖା କରିଛନ୍ତ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ପ୍ରସାଦ ଖଣ୍ଡନ କରିଛନ୍ତି। ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ରାଇନା ଘରୋଇ କ୍ରିକେଟରେ ଅଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ବୋଲି ସେ କହିଛନ୍ତି।

୩୩ ବର୍ଷୀୟ ରାଇନା ୨୨୬ଟି ଦିନିକିଆଓ ୭୮ ଟି୨୦ ଓ ୧୮ଟି ଟେଷ୍ଟ ଖେଳିଛନ୍ତି। ୨୦୧୮ ଜୁଲାଇରେ ସେ ଶେଷଥର ପାଇଁ ଇଂଲଣ୍ଡରେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଗତବର୍ଷ ନେଦରଲାଣ୍ଡ୍ସରେ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିଲା। ରାଇନା ଏବେ ତାଙ୍କ ଫେଭରାଇଟ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛନ୍ତି। ତେବେ କରୋନା ଭାଇରସ ସଂକ୍ରମଣ ଓ ଲକ୍‌ ଡାଉନ୍‌ କାରଣରୁ ଆଇପିଏଲ୍‌ ସ୍ଥଗିତ ରହିଛି।
ଭିଭିଏସ୍‌ ଲକ୍ଷ୍ମଣ ୧୯୯୯ରେ ଜାତୀୟ ଦଳରୁ ବାଦ୍‌ ପଡିଥିଲେ। ତେବେ ଘରୋଇ କ୍ରିକେଟରେ ସେ ୧୪୦୦ ରନ ସଂଗ୍ରହ କରି ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ରାଇନା ଏଭଳି ପ୍ରଦର୍ଶନ କରି ନ ଥିଲେ ବୋଲି ପ୍ରସାଦ କହିଛନ୍ତି। କିଛି ଦିନ ତଳେ ରାଇନା ସିନିୟର ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚୟନକର୍ତ୍ତା ଅଧିକ ଦାୟିତ୍ୱବାନ ହେବା ଉଚିତ୍‌ ବୋଲି ମନ୍ତବ୍ୟ ଦେଇଥିଲେ। ୨୦୧୮-୧୯ ସିସେନରେ ୫ଟି ରଣଜୀ ମ୍ୟାଚ୍‌ ଖେଳି ମାତ୍ର ୨୪୩ ରନ ସଂଗ୍ରହ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ।

ଆଇପିଏଲ୍‌ରେ ତାଙ୍କର ଭଲ ରେକର୍ଡ ରହିଥିଲେ ମଧ୍ୟ ୨୦୧୯ରେ ସେ ୧୭ଟି ମ୍ୟାଚ୍‌ ଖେଳି ୩୮୩ ରନ ସଂଗ୍ରହ କରିଥିଲେ। ତେଣୁ ରାଇନାଙ୍କ ପ୍ରଦର୍ଶନ ପର୍ଯ୍ୟାପ୍ତ ନ ଥିଲା। ଅନ୍ୟପଟେ ଯୁବ ଖେଳାଳିମାନେ ଅପେକ୍ଷାକୃତ ଭଲ ଖେଳି ପ୍ରଭାବିତ କରିବାରେ ସଫଳ ହୋଇଥିଲେ।

କିଛିଦିନ ତଳେ ରାଇନା ୟୁଟ୍ୟୁବ ଶୋ’ ‘ସ୍ପୋଟର୍‌ସ ଟକ୍‌’ରେ ତାଙ୍କୁ କାହିଁକି ବାଦ୍‌ ଦିଆଗଲା ସେ ନେଇ ଚୟନକର୍ତ୍ତାକୁ ପ୍ରଶ୍ନ ପଚାରିଥିଲେ। ତେବେ ଏଭଳି ଅଭିଯୋଗ ସତ୍ୟ ନୁହଁ । ଏନେଇ ରାଇନାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛି ବୋଲି ସେ କହିଛନ୍ତି। ପୂର୍ବତନ ଅଲରାଉଣ୍ଡର ମହେନ୍ଦ୍ର ଅମରନାଥ ଏକାଧିକ ବାର ଦଳରୁ ବାଦ୍‌ ପଡିଥିଲେ ମଧ୍ୟ ଘରୋଇ କ୍ରିକେଟରେ ଭଲ ଖେଳି ସବୁଥର ପ୍ରତ୍ୟାବର୍ତ୍ତନ କରିଥିଲେ ବୋଲି ପ୍ରସାଦ କହିଛନ୍ତି। ତେଣୁ ରାଇନାଙ୍କୁ ଅଭିଯୋଗ ଠିକ୍‌ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri