ପୂର୍ବତଟ ରେଳପଥର ୨୬୧ କୋଚ୍‌ ହେବ ଆଇସୋଲେଶନ ସେଣ୍ଟର

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଭାଇରସ୍‌ କୋଭିଡ୍‌-୧୯ ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳପଥ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନଠାରୁ ଆରମ୍ଭ କରି ଅସହାୟଙ୍କୁ ଖାଦ୍ୟ ଯୋଗାଇବା ସହ ମାସ୍କ ଓ ସାନିଟାଇଜର ଯୋଗାଣ ଉପରେ ଗୁରୁତ୍ୱ ଦେଇଛି। ସେହିଭଳି କରୋନା ସଂକ୍ରମିତଙ୍କ ପାଇଁ ଟ୍ରେନ୍‌ର କୋଚ୍‌ଗୁଡ଼ିକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅନୁଯାୟୀ ପୂର୍ବତଟ ରେଳପଥ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୨୬୧ କୋଚ୍‌କୁ କ୍ୱାରାଣ୍ଟାଇନ୍‌ ଓ ଆଇସୋଲେଶନ ଫ୍ୟାସିଲିଟି ସେଣ୍ଟରରେ ପରିଣତ କରାଯିବ। ପୂର୍ବତଟ ରେଳପଥ ଅଧୀନ ବିଭିନ୍ନ କୋଚିଂ ଡିପୋଟ୍‌ ଏବଂ ଓ୍ବାର୍କଶପ୍‌ରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ରୂପାନ୍ତରଣ କାର୍ଯ୍ୟ କରାଯିବ। ମଞ୍ଚେଶ୍ୱରସ୍ଥିତ ଓ୍ବାର୍କଶପ୍‌ରେ ୫୧ କୋଚ୍‌, ପୁରୀ କୋଚିଂ ଡିପୋରେ ୩୯, ଭୁବନେଶ୍ୱରରେ ୪୬, ସମ୍ବଲପୁରରେ ୩୨, ବିଶାଖାପାଟଣାରେ ୬୦ ଏବଂ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ୩୩ କୋଚ୍‌ରେ ଏହି ବ୍ୟବସ୍ଥା ଉପଲବ୍ଧ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି।
ଏପ୍ରିଲ୍‌ ୨ ସୁଦ୍ଧା ୨୩ କୋଚ୍‌କୁ ଆଇସୋଲେଶନ ଓ କ୍ୱାରାଣ୍ଟାଇନ୍‌ରେ ରୂପାନ୍ତରଣ କରାଯାଇଛି। ମଞ୍ଚେଶ୍ୱର ଓ ଖୋର୍ଦ୍ଧା ରୋଡ୍‌ରେ ଗୋଟିଏ ଲେଖାଏ, ପୁରୀରେ ୫, ଭୁବନେଶ୍ୱର ଓ ସମ୍ବଲପୁରରେ ୬ଟି ଲେଖାଏ ଏବଂ ବିଶାଖାପାଟଣାରେ ୪ଟି କୋଚ୍‌ର କାମ ଶେଷ ହୋଇଛି। ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ରହିବା ଲାଗି ଆବଶ୍ୟକ ସମସ୍ତ ସୁବିଧା ଏଠାରେ ଉପଲବ୍ଧ କରାଯାଇଛି। ଝରକାଗୁଡ଼ିକରେ ମଶାରୀ ଲଗାଯାଇଥିବାବେଳେ ପ୍ରତି କୋଚ୍‌ରେ ଗୋଟିଏ ବାଥ୍‌ରୁମ୍‌ ଓ ୩ ଶୌଚାଳୟ, ଲିକୁଇଡ୍‌ ଶପ୍‌ ଡିସ୍‌ପେନ୍ସର, ଡଷ୍ଟବିନ୍‌, ଚାର୍ଜିଂ ପଏଣ୍ଟ, ବେଡ୍‌ଶିଟ୍‌ ଓ ତକିଆ, ପ୍ଲାଷ୍ଟିକ୍‌ କର୍ଟନ ଆଦି ଆବଶ୍ୟକ ବ୍ୟବସ୍ଥା ହୋଇଛି। ଏହାବ୍ୟତୀତ ଅକ୍ସିଜେନ୍‌ ସିଲିଣ୍ଡର ଓ ଆବଶ୍ୟକ ସମସ୍ତ ମେଡିକାଲ ଫ୍ୟାସିଲିଟି ମଧ୍ୟ ରହିଛି। ପ୍ରତି କୋଚ୍‌ର ପ୍ରଥମ କ୍ୟାବିନ୍‌କୁ ପାରାମେଡିକାଲ ଅଞ୍ଚଳଭାବେ ବ୍ୟବହାର କରାଯିବ ଓ ବାକି ସମସ୍ତ କ୍ୟାବିନ୍‌ରେ ରୋଗୀ ରହିବେ। ଅନ୍ୟସବୁଠି ରୂପାନ୍ତରଣ କାମ ସମ୍ପୂର୍ଣ୍ଣଭାବେ ଶେଷ ହେବାପରେ ଏହାକୁ ଟ୍ରେନ୍‌ ଇଞ୍ଜିନ ସହ ଯୋଡ଼ାଯାଇ ବିଭିନ୍ନ ଷ୍ଟେଶନରେ ରଖାଯିବ। ସେଠାରେ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଚିକିତ୍ସା ସେବା ଉପଲବ୍ଧ ହେବ। ଭୁବନେଶ୍ୱରରେ ୩ ଟ୍ରେନ୍‌, ଖୋର୍ଦ୍ଧା ରୋଡ୍‌ରେ ୨, ସମ୍ବଲପୁରରେ ୨, ଟିଟିଲାଗଡ଼ରେ ଗୋଟିଏ, ବିଶାଖାପାଟଣାରେ ୩, କଟକ ଓ ବିଜୟନଗରମ୍‌ରେ ଗୋଟିଏ ଲେଖାଏ ଏବଂ ପୁରୀ ଷ୍ଟେଶନରେ ୨ଟି କ୍ୱାରାଣ୍ଟାଇନ ଟ୍ରେନ୍‌ ରହିବ। ଆସନ୍ତା୧୫ ସୁଦ୍ଧା ସମସ୍ତ କାମ ସାରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିଦ୍ୟୁତ୍‌ରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଅସହ୍ୟ ଗରମରେ ରୋଗୀ ହନ୍ତସନ୍ତ

ଅମରପାଲି,୧୧ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍‌…

ଖୁସିରେ ଗଦଗଦ ହୋଇ ମୋଦିଙ୍କୁ ଏମିତି ମେସେଜ୍‌ କରିଦେଲେ ଟ୍ରମ୍ପ: ଚାହିଁ ରହିଗଲା ସାରା ବିଶ୍ୱ

ନୂଆଦିଲ୍ଲୀ,୧୧।୬:ଲଗାତର ଅଧିକ ଦିନ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ରେକର୍ଡକୁ ବୁଧବାର ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିକ୍ରମ କରିଛନ୍ତି। ୨୦୧୪ ମେ’…

ନିୟମଗିରିକୁ ପୁଣି ଫେରିଲେ ହାତୀପଲ, କଦଳୀ ବଗିଚା ନଷ୍ଟ କରିବା ସହ…

କଲ୍ୟାଣସିଂହପୁର,୧୧ା୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳକୁ ପୁଣି ଫେରିଛନ୍ତି ହାତୀପଲ। କଲ୍ୟାଣସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତର ଲମ୍ବା ନ୍‌ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ବୁଧବାର…

ସମସ୍ୟା ଘେରରେ କେସିଙ୍ଗା ରେଳ ଷ୍ଟେଶନ: ସମାଧାନ ଦାବି କଲା ଜିଲା ରେଳଯାତ୍ରୀ ସଂଘ

କେସିଙ୍ଗା,୧୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ ପକ୍ଷରୁ ସମ୍ବଲପୁର ଡିଭିଜନର ଡିଆରଏମ ସୁବାସ…

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

ଆଜିଠୁ ସିଜେପିର ଦେଶବ୍ୟାପୀ ବିକ୍ଷୋଭ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା…

ନୂଆଦିଲ୍ଲୀ,୧୦ା୬(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଏବଂ ସିବିଏସ୍‌ଇ ପରୀକ୍ଷା ଅନିୟମିତତାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍‌ରୋଚ ଜନତା ପାର୍ଟି (ସିଜେପି) ଗୁରୁବାରଠାରୁ…

ପୁଣି ହର୍ମୁଜ ବନ୍ଦ: ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା

ଓ୍ବାଶିଂଟନ୍‌/ତେହରାନ,୧୧।୬: ଏକ ଆପାଚେ ହେଲିକପ୍ଟର ଖସାଇ ଦିଆଯିବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଆମେରିକା…

ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ, ତୁରନ୍ତ କାର୍ଯ୍ୟ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ମହାକାଳପଡ଼ା,୧୧ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ବ୍ଲକ ସଭା ଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri