ପୂର୍ବତଟ ରେଳପଥର ୨୬୧ କୋଚ୍‌ ହେବ ଆଇସୋଲେଶନ ସେଣ୍ଟର

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଭାଇରସ୍‌ କୋଭିଡ୍‌-୧୯ ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳପଥ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନଠାରୁ ଆରମ୍ଭ କରି ଅସହାୟଙ୍କୁ ଖାଦ୍ୟ ଯୋଗାଇବା ସହ ମାସ୍କ ଓ ସାନିଟାଇଜର ଯୋଗାଣ ଉପରେ ଗୁରୁତ୍ୱ ଦେଇଛି। ସେହିଭଳି କରୋନା ସଂକ୍ରମିତଙ୍କ ପାଇଁ ଟ୍ରେନ୍‌ର କୋଚ୍‌ଗୁଡ଼ିକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅନୁଯାୟୀ ପୂର୍ବତଟ ରେଳପଥ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୨୬୧ କୋଚ୍‌କୁ କ୍ୱାରାଣ୍ଟାଇନ୍‌ ଓ ଆଇସୋଲେଶନ ଫ୍ୟାସିଲିଟି ସେଣ୍ଟରରେ ପରିଣତ କରାଯିବ। ପୂର୍ବତଟ ରେଳପଥ ଅଧୀନ ବିଭିନ୍ନ କୋଚିଂ ଡିପୋଟ୍‌ ଏବଂ ଓ୍ବାର୍କଶପ୍‌ରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ରୂପାନ୍ତରଣ କାର୍ଯ୍ୟ କରାଯିବ। ମଞ୍ଚେଶ୍ୱରସ୍ଥିତ ଓ୍ବାର୍କଶପ୍‌ରେ ୫୧ କୋଚ୍‌, ପୁରୀ କୋଚିଂ ଡିପୋରେ ୩୯, ଭୁବନେଶ୍ୱରରେ ୪୬, ସମ୍ବଲପୁରରେ ୩୨, ବିଶାଖାପାଟଣାରେ ୬୦ ଏବଂ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ୩୩ କୋଚ୍‌ରେ ଏହି ବ୍ୟବସ୍ଥା ଉପଲବ୍ଧ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି।
ଏପ୍ରିଲ୍‌ ୨ ସୁଦ୍ଧା ୨୩ କୋଚ୍‌କୁ ଆଇସୋଲେଶନ ଓ କ୍ୱାରାଣ୍ଟାଇନ୍‌ରେ ରୂପାନ୍ତରଣ କରାଯାଇଛି। ମଞ୍ଚେଶ୍ୱର ଓ ଖୋର୍ଦ୍ଧା ରୋଡ୍‌ରେ ଗୋଟିଏ ଲେଖାଏ, ପୁରୀରେ ୫, ଭୁବନେଶ୍ୱର ଓ ସମ୍ବଲପୁରରେ ୬ଟି ଲେଖାଏ ଏବଂ ବିଶାଖାପାଟଣାରେ ୪ଟି କୋଚ୍‌ର କାମ ଶେଷ ହୋଇଛି। ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ରହିବା ଲାଗି ଆବଶ୍ୟକ ସମସ୍ତ ସୁବିଧା ଏଠାରେ ଉପଲବ୍ଧ କରାଯାଇଛି। ଝରକାଗୁଡ଼ିକରେ ମଶାରୀ ଲଗାଯାଇଥିବାବେଳେ ପ୍ରତି କୋଚ୍‌ରେ ଗୋଟିଏ ବାଥ୍‌ରୁମ୍‌ ଓ ୩ ଶୌଚାଳୟ, ଲିକୁଇଡ୍‌ ଶପ୍‌ ଡିସ୍‌ପେନ୍ସର, ଡଷ୍ଟବିନ୍‌, ଚାର୍ଜିଂ ପଏଣ୍ଟ, ବେଡ୍‌ଶିଟ୍‌ ଓ ତକିଆ, ପ୍ଲାଷ୍ଟିକ୍‌ କର୍ଟନ ଆଦି ଆବଶ୍ୟକ ବ୍ୟବସ୍ଥା ହୋଇଛି। ଏହାବ୍ୟତୀତ ଅକ୍ସିଜେନ୍‌ ସିଲିଣ୍ଡର ଓ ଆବଶ୍ୟକ ସମସ୍ତ ମେଡିକାଲ ଫ୍ୟାସିଲିଟି ମଧ୍ୟ ରହିଛି। ପ୍ରତି କୋଚ୍‌ର ପ୍ରଥମ କ୍ୟାବିନ୍‌କୁ ପାରାମେଡିକାଲ ଅଞ୍ଚଳଭାବେ ବ୍ୟବହାର କରାଯିବ ଓ ବାକି ସମସ୍ତ କ୍ୟାବିନ୍‌ରେ ରୋଗୀ ରହିବେ। ଅନ୍ୟସବୁଠି ରୂପାନ୍ତରଣ କାମ ସମ୍ପୂର୍ଣ୍ଣଭାବେ ଶେଷ ହେବାପରେ ଏହାକୁ ଟ୍ରେନ୍‌ ଇଞ୍ଜିନ ସହ ଯୋଡ଼ାଯାଇ ବିଭିନ୍ନ ଷ୍ଟେଶନରେ ରଖାଯିବ। ସେଠାରେ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଚିକିତ୍ସା ସେବା ଉପଲବ୍ଧ ହେବ। ଭୁବନେଶ୍ୱରରେ ୩ ଟ୍ରେନ୍‌, ଖୋର୍ଦ୍ଧା ରୋଡ୍‌ରେ ୨, ସମ୍ବଲପୁରରେ ୨, ଟିଟିଲାଗଡ଼ରେ ଗୋଟିଏ, ବିଶାଖାପାଟଣାରେ ୩, କଟକ ଓ ବିଜୟନଗରମ୍‌ରେ ଗୋଟିଏ ଲେଖାଏ ଏବଂ ପୁରୀ ଷ୍ଟେଶନରେ ୨ଟି କ୍ୱାରାଣ୍ଟାଇନ ଟ୍ରେନ୍‌ ରହିବ। ଆସନ୍ତା୧୫ ସୁଦ୍ଧା ସମସ୍ତ କାମ ସାରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri