ପୁସ୍ତକମେଳାକୁ ନେଇ ସାହିତି୍ୟକ ମହଲରେ ଅସନ୍ତୋଷ

ଅନୁଗୋଳ ଅଫିସ୍‌, ୫।୩ – ଅନୁଗୋଳରେ ଚାଲିଥିବା ଜିଲାସ୍ତରୀୟ ପୁସ୍ତକମେଳାକୁ ନେଇ ଅନେକ ସାହିତି୍ୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ବ୍ୟାନରରେ ଏକ ଏନ୍‌ଜିଓ ପକ୍ଷରୁ ଏହାର ଆୟୋଜନ କରାଯାଇଥିବା ବେଳେ ବହୁ ଷ୍ଟଲ ଫାଙ୍କା ପଡ଼ିଛି। ଅଧିକ ସଂଖ୍ୟକ ପ୍ରକାଶକ କାହିଁକି ଏଠାକୁ ଆସୁ ନାହାନ୍ତି ତାହା ସହରବାସୀ ବୁଝିପାରୁ ନ ଥିବାବେଳେ ଜିଲା ସାହିତ୍ୟ ସଂସଦକୁ ମଧ୍ୟ ଏଥିରେ ପ୍ରତ୍ୟକ୍ଷଭାବେ ସାମିଲ କରାଯାଉ ନାହିଁ। ସେହିପରି ଜିଲା ପ୍ରଶାସନ କେବଳ ଅର୍ଥ ପ୍ରଦାନ କରି ଚୁପ୍‌ଚାପ ବସିଯାଉଥିବାରୁ ଅନ୍ୟ ଜିଲାରେ ହେଉଥିବା ପୁସ୍ତକ ମେଳା ପରି ଏହା ସେତେଟା ସୁନ୍ଦର ହୋଇପାରୁ ନ ଥିବା ସାଧାରଣରେ ଆଲୋଚନା ହେଉଛି।
ସହରବାସୀଙ୍କ କହିବା ଅନୁଯାୟୀ, ପ୍ରଶାସନର ସହଯୋଗରେ ଏକ ଏନ୍‌ଜିଓ ପକ୍ଷରୁ ଦୀର୍ଘବର୍ଷ ହେଲା ଜିଲା ଏପରି ପୁସ୍ତକ ମେଳା ଆୟୋଜନ ହୋଇଆସୁଛି। ଜିଲା ସଂସ୍କୃତି ବିଭାଗ ଏଥିରେ ଜଡ଼ିତ ରହୁଥିଲେ ବି ସେପରି ଆଖି ଦୃଶିଆ ପ୍ରକାଶକ ମେଳା ପ୍ରତି ଆକୃଷ୍ଟ ହୋଇପାରୁ ନାହାନ୍ତି। ତଥାପି ଯେଉଁ କେତେଜଣ ପ୍ରକାଶକ ଆସୁଛନ୍ତି ସେମାନଙ୍କଠାରୁ ଷ୍ଟଲ ବାବଦ ଭଡ଼ା ଆଦାୟ କରାଯାଉଛି। ଜିଲା ସାହିତ୍ୟ ସଂସଦର କୌଣସି ଭୂମିକା ରହୁନାହିଁ। କେବଳ ଦିନଟିଏ ସଭାକାର୍ଯ୍ୟ ଓ କବିତା ପାଠ ପାଇଁ ରଖାଯାଇଛି। ଅନ୍ୟ ଜିଲାମାନଙ୍କରେ ପୁସ୍ତକମେଳା ଆୟୋଜନରେ ଜିଲା ସାହିତ୍ୟ ସଂସଦ ସହ ଅନ୍ୟ ବିଭାଗର ପ୍ରତ୍ୟକ୍ଷ ଅବଦାନ ରହୁଥିବାବେଳେ ଅନୁଗୋଳରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଉଛି। ଏହାକୁ ନେଇ ସାହିତି୍ୟକଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ତେଣୁ ପୁସ୍ତକମେଳା ବାବଦରେ ପ୍ରଶାସନ ଦେଉଥିବା ୪୦ରୁ ୫୦ ହଜାର ଟଙ୍କାର ସୁଫଳ ସେପରି ମିଳୁ ନ ଥିବା କୁହାଯାଉଛି। ଏ ନେଇ ଜିଲା ସାହିତ୍ୟ ସଂସଦର ଜଣେ ସଦସ୍ୟ କହିଛନ୍ତି, ପ୍ରଶାସନର ସହଯୋଗ ରହିଲେ ଜିଲା ସଂସ୍କୃତି ବିଭାଗ ସହ ମିଶି ଜିଲା ସାହିତ୍ୟ ସଂସଦ ଏହାକୁ ଭଲ ଭାବେ ଆୟୋଜନ କରିପାରିବ। କିନ୍ତୁ ସେପରି କୌଣସି ସହଯୋଗ କି ଆଲୋଚନା ପାଇଁ ସଂସଦକୁ ଡକାଯାଉ ନାହିଁ। ତେବେ ସାହିତ୍ୟ ସଂସଦର କେତେଜଣଙ୍କୁ ପରୋକ୍ଷ ଭାବେ ଏହି ଆୟୋଜନରେ ରଖାଯାଇଛି। ଆୟୋଜକ ଏନ୍‌ଜିଓ ସଂସ୍ଥାର ମୁଖ୍ୟ କହିଛନ୍ତି, ଚଳିତବର୍ଷ ୪୫ଟି ଷ୍ଟଲ ଖୋଲିଛି। ସେଥିରୁ ବର୍ତ୍ତମାନ ସୁଦ୍ଧା ୧୨ଟି ଷ୍ଟଲ ପୂରଣ ହୋଇଛି। ଗତବର୍ଷ ମଧ୍ୟ ମାତ୍ର ୧୮ରୁ ୨୦ଟି ଷ୍ଟଲ ପୂରା ହୋଇଥିଲା। ମେଳା ଆୟୋଜନରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କୌଣସି ସହଯୋଗ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲା ସଂସ୍କୃତି ଅଧିକାରୀ ଜଗଦୀଶ ରାୟ କହିଛନ୍ତି, ବିଭାଗ ପକ୍ଷରୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗତବର୍ଷ ମଧ୍ୟ ସମାନ ଅର୍ଥ ଦିଆଯାଇଥିଲା। ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ଏ ବିଷୟରେ ଚିନ୍ତା କରିନାହିଁ। ଏହାକୁ ଏକ ଏନ୍‌ଜିଓ ଦୀର୍ଘ ବର୍ଷ ହେବ ଆୟୋଜନ କରୁଛି। କିନ୍ତୁ ଜିଲା ପ୍ରଶାସନର ନାମ କାହିଁକି ଲେଖାଯାଉଛି ତାହା ଜାଣିହେଉ ନାହିଁ। ନିକଟରେ ତାଳଚେର ଓ କଣିହଁାରେ ଅନୁଷ୍ଠିତ ପୁସ୍ତକମେଳାର ଆୟୋଜନ ଅତି ସୁନ୍ଦର ହୋଇଥିଲା। କିନ୍ତୁ ଅନୁଗୋଳ ପୁସ୍ତକମେଳା ଉଦ୍‌ଘାଟନୀ ସନ୍ଧ୍ୟାରେ ମାତ୍ର ୪ରୁ ୫ଜଣ ପ୍ରକାଶକ ଆସିଥିଲେ। ଚଳିତବର୍ଷ କିଛି କରିହେବ ନାହିଁ। ତଥାପି ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଆସନ୍ତାବର୍ଷ କିପରି ଏହାକୁ ସୁନ୍ଦର ଭାବେ ଆୟୋଜନ କରାଯାଇପାରିବ, ସେ ନେଇ ବିଚାର କରାଯିବ ବୋଲି ଜିଲାପାଳ ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri