ପୁସ୍ତକମେଳାକୁ ନେଇ ସାହିତି୍ୟକ ମହଲରେ ଅସନ୍ତୋଷ

ଅନୁଗୋଳ ଅଫିସ୍‌, ୫।୩ – ଅନୁଗୋଳରେ ଚାଲିଥିବା ଜିଲାସ୍ତରୀୟ ପୁସ୍ତକମେଳାକୁ ନେଇ ଅନେକ ସାହିତି୍ୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ବ୍ୟାନରରେ ଏକ ଏନ୍‌ଜିଓ ପକ୍ଷରୁ ଏହାର ଆୟୋଜନ କରାଯାଇଥିବା ବେଳେ ବହୁ ଷ୍ଟଲ ଫାଙ୍କା ପଡ଼ିଛି। ଅଧିକ ସଂଖ୍ୟକ ପ୍ରକାଶକ କାହିଁକି ଏଠାକୁ ଆସୁ ନାହାନ୍ତି ତାହା ସହରବାସୀ ବୁଝିପାରୁ ନ ଥିବାବେଳେ ଜିଲା ସାହିତ୍ୟ ସଂସଦକୁ ମଧ୍ୟ ଏଥିରେ ପ୍ରତ୍ୟକ୍ଷଭାବେ ସାମିଲ କରାଯାଉ ନାହିଁ। ସେହିପରି ଜିଲା ପ୍ରଶାସନ କେବଳ ଅର୍ଥ ପ୍ରଦାନ କରି ଚୁପ୍‌ଚାପ ବସିଯାଉଥିବାରୁ ଅନ୍ୟ ଜିଲାରେ ହେଉଥିବା ପୁସ୍ତକ ମେଳା ପରି ଏହା ସେତେଟା ସୁନ୍ଦର ହୋଇପାରୁ ନ ଥିବା ସାଧାରଣରେ ଆଲୋଚନା ହେଉଛି।
ସହରବାସୀଙ୍କ କହିବା ଅନୁଯାୟୀ, ପ୍ରଶାସନର ସହଯୋଗରେ ଏକ ଏନ୍‌ଜିଓ ପକ୍ଷରୁ ଦୀର୍ଘବର୍ଷ ହେଲା ଜିଲା ଏପରି ପୁସ୍ତକ ମେଳା ଆୟୋଜନ ହୋଇଆସୁଛି। ଜିଲା ସଂସ୍କୃତି ବିଭାଗ ଏଥିରେ ଜଡ଼ିତ ରହୁଥିଲେ ବି ସେପରି ଆଖି ଦୃଶିଆ ପ୍ରକାଶକ ମେଳା ପ୍ରତି ଆକୃଷ୍ଟ ହୋଇପାରୁ ନାହାନ୍ତି। ତଥାପି ଯେଉଁ କେତେଜଣ ପ୍ରକାଶକ ଆସୁଛନ୍ତି ସେମାନଙ୍କଠାରୁ ଷ୍ଟଲ ବାବଦ ଭଡ଼ା ଆଦାୟ କରାଯାଉଛି। ଜିଲା ସାହିତ୍ୟ ସଂସଦର କୌଣସି ଭୂମିକା ରହୁନାହିଁ। କେବଳ ଦିନଟିଏ ସଭାକାର୍ଯ୍ୟ ଓ କବିତା ପାଠ ପାଇଁ ରଖାଯାଇଛି। ଅନ୍ୟ ଜିଲାମାନଙ୍କରେ ପୁସ୍ତକମେଳା ଆୟୋଜନରେ ଜିଲା ସାହିତ୍ୟ ସଂସଦ ସହ ଅନ୍ୟ ବିଭାଗର ପ୍ରତ୍ୟକ୍ଷ ଅବଦାନ ରହୁଥିବାବେଳେ ଅନୁଗୋଳରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଉଛି। ଏହାକୁ ନେଇ ସାହିତି୍ୟକଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ତେଣୁ ପୁସ୍ତକମେଳା ବାବଦରେ ପ୍ରଶାସନ ଦେଉଥିବା ୪୦ରୁ ୫୦ ହଜାର ଟଙ୍କାର ସୁଫଳ ସେପରି ମିଳୁ ନ ଥିବା କୁହାଯାଉଛି। ଏ ନେଇ ଜିଲା ସାହିତ୍ୟ ସଂସଦର ଜଣେ ସଦସ୍ୟ କହିଛନ୍ତି, ପ୍ରଶାସନର ସହଯୋଗ ରହିଲେ ଜିଲା ସଂସ୍କୃତି ବିଭାଗ ସହ ମିଶି ଜିଲା ସାହିତ୍ୟ ସଂସଦ ଏହାକୁ ଭଲ ଭାବେ ଆୟୋଜନ କରିପାରିବ। କିନ୍ତୁ ସେପରି କୌଣସି ସହଯୋଗ କି ଆଲୋଚନା ପାଇଁ ସଂସଦକୁ ଡକାଯାଉ ନାହିଁ। ତେବେ ସାହିତ୍ୟ ସଂସଦର କେତେଜଣଙ୍କୁ ପରୋକ୍ଷ ଭାବେ ଏହି ଆୟୋଜନରେ ରଖାଯାଇଛି। ଆୟୋଜକ ଏନ୍‌ଜିଓ ସଂସ୍ଥାର ମୁଖ୍ୟ କହିଛନ୍ତି, ଚଳିତବର୍ଷ ୪୫ଟି ଷ୍ଟଲ ଖୋଲିଛି। ସେଥିରୁ ବର୍ତ୍ତମାନ ସୁଦ୍ଧା ୧୨ଟି ଷ୍ଟଲ ପୂରଣ ହୋଇଛି। ଗତବର୍ଷ ମଧ୍ୟ ମାତ୍ର ୧୮ରୁ ୨୦ଟି ଷ୍ଟଲ ପୂରା ହୋଇଥିଲା। ମେଳା ଆୟୋଜନରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କୌଣସି ସହଯୋଗ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲା ସଂସ୍କୃତି ଅଧିକାରୀ ଜଗଦୀଶ ରାୟ କହିଛନ୍ତି, ବିଭାଗ ପକ୍ଷରୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗତବର୍ଷ ମଧ୍ୟ ସମାନ ଅର୍ଥ ଦିଆଯାଇଥିଲା। ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ଏ ବିଷୟରେ ଚିନ୍ତା କରିନାହିଁ। ଏହାକୁ ଏକ ଏନ୍‌ଜିଓ ଦୀର୍ଘ ବର୍ଷ ହେବ ଆୟୋଜନ କରୁଛି। କିନ୍ତୁ ଜିଲା ପ୍ରଶାସନର ନାମ କାହିଁକି ଲେଖାଯାଉଛି ତାହା ଜାଣିହେଉ ନାହିଁ। ନିକଟରେ ତାଳଚେର ଓ କଣିହଁାରେ ଅନୁଷ୍ଠିତ ପୁସ୍ତକମେଳାର ଆୟୋଜନ ଅତି ସୁନ୍ଦର ହୋଇଥିଲା। କିନ୍ତୁ ଅନୁଗୋଳ ପୁସ୍ତକମେଳା ଉଦ୍‌ଘାଟନୀ ସନ୍ଧ୍ୟାରେ ମାତ୍ର ୪ରୁ ୫ଜଣ ପ୍ରକାଶକ ଆସିଥିଲେ। ଚଳିତବର୍ଷ କିଛି କରିହେବ ନାହିଁ। ତଥାପି ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଆସନ୍ତାବର୍ଷ କିପରି ଏହାକୁ ସୁନ୍ଦର ଭାବେ ଆୟୋଜନ କରାଯାଇପାରିବ, ସେ ନେଇ ବିଚାର କରାଯିବ ବୋଲି ଜିଲାପାଳ ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri