Posted inଜାତୀୟ

ମହାରାଷ୍ଟ୍ରରେ ପୁଣି କୋଲ୍ଡ ୱାର୍‌! ଏହି କାରଣକୁ ନେଇ ଫଡନଭିସ-ଶିନ୍ଦେଙ୍କ ମଧ୍ୟରେ ଚାଲିଛି କ୍ଷମତା ଲଢ଼େଇ

ମୁମ୍ବାଇ,୨୭।୧୦:ମହାରାଷ୍ଟ୍ରରେ କ୍ଷମତାସୀନ ମହାୟୁତି ମେଣ୍ଟ ଏବେ ରାଜନୈତିକ ଭାବେ ମଜଭୁତ ସ୍ଥିତିରେ ଥିବା ଦେଖାଯାଉଛି। କିନ୍ତୁ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ବଢ଼ୁଥିବା ମତଭେଦ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ମରାଠା ସଂରକ୍ଷଣ ଆନ୍ଦୋଳନକୁ ନେଇ ବିବାଦୀୟ ଅଡିଓ କ୍ଲିପ, ଏକନାଥ ଶିନ୍ଦେଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବା ଦାବି, କୋଙ୍କଣ ଅଞ୍ଚଳରେ ସହଯୋଗୀ ଦଳର ନେତାଙ୍କ ମଧ୍ୟରେ ବିବାଦ ଏବଂ ଅର୍ଥ ବିଭାଗକୁ ନେଇ ଅଜିତ ପାୱାର ଗୋଷ୍ଠୀର ଚାପ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି।

ଏହି ଘଟଣାଗୁଡ଼ିକୁ ନେଇ ଏବେ ଏକ ବଡ଼ ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ କ୍ଷମତାକୁ ନେଇ ନିରବ ଲଢ଼େଇ ଚାଲିଛି କି? ନା ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣ ପୂର୍ବରୁ ସହଯୋଗୀ ଦଳଗୁଡ଼ିକ ନିଜ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରୁଛନ୍ତି?

ମରାଠା ସଂରକ୍ଷଣ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ପାଟିଲଙ୍କ ଦ୍ୱାରା ଏକ କଥିତ ଅଡିଓ କ୍ଲିପ ସାର୍ବଜନୀନ କରାଯିବା ପରେ ମହାୟୁତି ମେଣ୍ଟରେ ଅସନ୍ତୋଷ ଚର୍ଚ୍ଚା ଜୋର ଧରିଥିଲା। ଏହି କ୍ଲିପ୍‌ରେ ଏକନାଥ ସିନ୍ଦେଙ୍କ ସହ ଜଡ଼ିତ ୫୦୦ କୋଟି ଟଙ୍କାର କଥିତ କାରବାର ସମ୍ପର୍କରେ ଦାବି କରାଯାଇଥିବା କୁହାଯାଇଛି। ଏଥିସହ ଭାଜପାର ସୋସିଆଲ ମିଡିଆ ଟିମ ସହ ଜଡ଼ିତ କିଛି ବ୍ୟକ୍ତି ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା।

ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ଫଡନଭିସ ମୁମ୍ବାଇ ପୋଲିସ ମାଧ୍ୟମରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିବା ରିପୋର୍ଟରେ କୁହାଯାଇଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହି ପଦକ୍ଷେପ ମାଧ୍ୟମରେ ସରକାର ମାମଲାକୁ ଗୁରୁତ୍ୱର ସହ ନେଉଥିବା ସନ୍ଦେଶ ଦେବା ସହ ପ୍ରଶାସନିକ ନିୟନ୍ତ୍ରଣ ନିଜ ହାତରେ ରଖିବାକୁ ଚାହୁଁଥିବା ସଙ୍କେତ ଦେଇଛନ୍ତି। ତେବେ ଅଡିଓ କ୍ଲିପ୍‌ରେ ଥିବା ଦାବିଗୁଡ଼ିକର ସତ୍ୟତା ତଦନ୍ତ ଓ ପ୍ରମାଣ ଉପରେ ନିର୍ଭର କରିବ।
ମହାୟୁତି ମେଣ୍ଟର ଆଭ୍ୟନ୍ତରୀଣ ରାଜନୀତିକୁ ଆହୁରି ଚର୍ଚ୍ଚାକୁ ଆଣିଛି ଶିବସେନାର ଶିନ୍ଦେ ଗୋଷ୍ଠୀର କିଛି ବରିଷ୍ଠ ନେତାଙ୍କ ବୟାନ। ଦଶହରା ରାଲିରେ ରାମଦାସ କଦମ ଓ ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ପରି ନେତା ଏକନାଥ ଶିନ୍ଦେଙ୍କୁ ମହାରାଷ୍ଟ୍ରର ଭବିଷ୍ୟତ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରିଥିଲେ।ଶିନ୍ଦେ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ମହାୟୁତିର ଲୋକପ୍ରିୟତା ଓ ସଫଳତାର ପ୍ରମୁଖ କାରଣ ବୋଲି ଏହି ନେତାମାନେ ଦର୍ଶାଇଥିଲେ।

ରାଜନୈତିକ ମହଲରେ ଏହି ବୟାନକୁ କେବଳ ପ୍ରଶଂସା ଭାବେ ନୁହେଁ, ବରଂ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ପଦ ଉପରେ ଶିନ୍ଦେ ଗୋଷ୍ଠୀ ନିଜର ଦାବି ଜାରି ରଖିବାକୁ ଚାହୁଁଥିବାର ସଙ୍କେତ ଭାବେ ମଧ୍ୟ ଦେଖାଯାଉଛି।

ମହାୟୁତିର ଅସନ୍ତୋଷ କେବଳ ଶୀର୍ଷ ନେତୃତ୍ୱ ମଧ୍ୟରେ ସୀମିତ ନାହିଁ। କୋଙ୍କଣ ଅଞ୍ଚଳରେ ଶିବସେନା ଓ ଅଜିତ ପାୱାରଙ୍କ ଏନ୍‌ସିପି ଗୋଷ୍ଠୀର ନେତାମାନଙ୍କ ମଧ୍ୟରେ ମନ୍ତ୍ରୀ ପଦ, ବିକାଶ ପାଣ୍ଠି ଓ ସ୍ଥାନୀୟ ରାଜନୈତିକ ପ୍ରଭାବକୁ ନେଇ ବିବାଦ ସାମ୍ନାକୁ ଆସିଛି। ଶିବସେନାର ମନ୍ତ୍ରୀ ଭାରତଶେଠ ଗୋଗାୱଲେ, ବିଧାୟକ ମହେନ୍ଦ୍ର ଥୋରଭେ ଓ ମହେନ୍ଦ୍ର ଦଳଭି ଏନ୍‌ସିପି ନେତା ତଥା ସାଂସଦ ସୁନୀଲ ତଟକରେଙ୍କୁ ନେଇ ବିଭିନ୍ନ ସମୟରେ ସାର୍ବଜନୀନ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି-୨୦ ପାଇଁ ପ୍ଲେଇିଂ ଏକାଦଶରେ ୩ ବଡ଼ ପରିବର୍ତ୍ତନ; ଏହି ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୧୦: ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୱେଲିଂଟନର ହେନରୀ ଷ୍ଟାଡିୟମରେ, ପ୍ରଥମେ ବ୍ୟାଟିଂ କରିବା ଅପେକ୍ଷା ପରେ ବ୍ୟାଟିଂ କରି (ଲକ୍ଷ୍ୟ…

ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜନୀତି ନୁହେଁ….

ଭୁବନେଶ୍ୱର: କୋରାପୁଟ ଜିଲାର କୋଟିଆ ନେଇ ଦୀର୍ଘଦିନ ଧରି ଆନ୍ତଃରାଜ୍ୟ ସୀମା ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ…

OSRTC ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପରଜଙ୍ଗ,୨୭।୧୦ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼କମର–ପାଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆମ୍ବପଳାଶ ଶ୍ମଶାନ ନିକଟରେ ଓଏସ୍‌ଆର୍‌ଟିସି ବସ୍‌ ଧକ୍କାରେ ଜଣେ ବାଇକ୍‌…

୩୦ ଛକା, ୨୭ ଚୋକା..ଟି-୨୦ରେ ବିସ୍ଫୋରକ ତ୍ରିଶତକ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୧୦: କ୍ରିକେଟ ପଡ଼ିଆରେ ଜଣେ ଯୁବ ଖେଳାଳିଙ୍କ ବିସ୍ଫୋରକ ପ୍ରଦର୍ଶନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀ ସ୍କୁଲ୍ସ ଟି-୨୦ ଲିଗ୍‌ରେ ଆର୍ଯ୍ୟନ ଶର୍ମା ଏଭଳି ଏକ…

ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ, ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା,୨୭।୧୦ (ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଖୋର୍ଦ୍ଧା ଜିଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି…

ଦୀପାବଳିରେ ପୁଣି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ‘ମୋହରା’, ଟକ୍କର ଦେବକି ରଣବୀର କପୁରଙ୍କ ‘ରାମାୟଣ’କୁ…

ମୁମ୍ବାଇ,୨୭।୧୦: ଏହି ଦୀପାବଳିରେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବିଶାଳ ବଜେଟ ବିଶିଷ୍ଟ ପ୍ରୋଜେକ୍ଟଟି…

ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?