ପୁରୁଷୋତ୍ତମପୁରରେ ଅଗ୍ନିକାଣ୍ଡ ଘଟଣା: କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଡିଏଲ୍‌ଏସ୍‌ ସଚିବଙ୍କ ନିର୍ଦ୍ଦେଶ

ପୁରୁଷୋତ୍ତମପୁର,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେ.ଏନ୍‌ ପୁର ଗ୍ରାମରେ ଗତ ୧୦ ତାରିଖରେ ଅଗ୍ନିକାଣ୍ଡ ଘଟି ଦମୟନ୍ତୀ ପ୍ରଧାନଙ୍କ ଘର ଜଳିଯାଇଥିଲା। ଏନେଇ ଗତ ୧୧ ତାରିଖରେ ଧରିତ୍ରୀ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌) ସଚିବ ବିଜୟ କୁମାର ଦାଶ ଘଟଣାକୁ ଗୁରୁତର ସହ ନେଇ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ଲାଗି ପୁରୁଷୋତ୍ତମପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଡିଏମ୍‌ ଛତ୍ରପୁର ଓ ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାରପତି ତଥା ତାଲୁକା ସ୍ତରୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଏହି ଚିଠିକୁ ନେଇ ପୁରୁଷୋତ୍ତମପୁର ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିଚାରପତି ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ ଚିଠି ମାଧ୍ୟମରେ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଅବଗତ କରାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ବ୍ୟକ୍ତି, ଖୋଜାଖୋଜି ପରେ ମିଳିଲା ତାଙ୍କ…

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଲ୍ଲୀ ଗ୍ରାମର ପୋଖରୀରୁ ରବିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

୨୯ ଦିନରେ ପହଞ୍ଚିଲା ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ପଟୁଆରରେ ସହର ପରିକ୍ରମା କଲେ ମା‘

ଛତ୍ରପୁର, ୧।୬ (ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟା ଦେବୀ ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୋମବାର ଯାତ୍ରାର…

ଦୋକାନ ତାଲା ଭାଙ୍ଗି ଟଙ୍କା-ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ: ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଛତ୍ରପୁର,୧।୬(ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ଲୋୟର ବସ ଷ୍ଟାଣ୍ଡଠାରେ ସୋମବାର ଭୋରରୁ ଏକ ଦୋକାନରୁ କିଛି ଦୁର୍ବୃତ୍ତ ଚୋରି କରିବା ଖବର…

ତମାଖୁ ସେବନଠାରୁ ଦୂରେଇ ରହିବାକୁ ଆହ୍ବାନ: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ…

ଭଞ୍ଜନଗର,୧।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାରେ ରବିବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏଥିରେ ଶାଖାର ସଂଯୋଜିକା ସନ୍ତୋସିନୀ…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା: ଚକଡ଼ି ଦେଲେ ଘୁଷୁରୀ ଚରାଇବାକୁ ଯାଇଥିବା ଯୁବକ, ପରେ…

ଦିଗପହଣ୍ଡି,୧|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ…

ଥାନାରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗ; ଦେହରେ ଗରମ ପାଣି ଢାଳି ଲଙ୍କାଗୁଣ୍ଡ ଫିଙ୍ଗିଦେଲେ, ଚାଲିଗଲା ଜୀବନ

କବିସୂର୍ଯ୍ୟନଗର,୧।୬(କୃପାସିନ୍ଧୁ ସ୍ବାଇଁ): କବିସୂର୍ଯ୍ୟନଗର ପୋଲିସ ନାଁରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଥାନା ଭିତରେ ଯୁବକଙ୍କୁ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri