ପୁରାତନ ମୂର୍ତ୍ତି ସଂରକ୍ଷଣ ପ୍ରତି ଏଏସ୍‌ଆଇର ନିଘା ନାହିଁ: ଭଙ୍ଗା ଗୋଇଠିରେ ଯମୁନା ମୂର୍ତ୍ତି

ପୁରୀ ଅଫିସ,୧୨।୧୨: ଶ୍ରୀମନ୍ଦିର ଏକ ପୁରାତନ କୀର୍ତ୍ତିରାଜି। ଏହାର ପ୍ରତିଟି ଅଂଶରେ ଐତିହ୍ୟ ଭରି ରହିଛି। ଏହା ପରିସରସ୍ଥ କୌଣସି ମନ୍ଦିର ହେଉ ଅବା ମୂର୍ତ୍ତିର ସୁରକ୍ଷା ଏବଂ ସଂରକ୍ଷଣ ଜରୁରୀ। ହେଲେ ଏହି ଦାୟିତ୍ୱରେ ଥିବା ଏଏସ୍‌ଆଇ ଅନେକ ସମୟରେ ଅବହେଳା କରୁଛି। ଫଳରେ ଅନେକ ମୂର୍ତ୍ତି ଭଗ୍ନ ଅବସ୍ଥାରେ ଥିଲେ ମଧ୍ୟ ତାହାର ସଂରକ୍ଷଣ କରାଯାଉ ନାହିଁ। ଏମିତି କି ଅନେକ ଜାଗାରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପଥର ନଷ୍ଟ ହେଉଥିଲେ ମଧ୍ୟ ସେଠାରେ ସାଦା ପଥର ବସାଯାଉଛି। ବାଇଶପାହାଚ ଉପର ଗୁମୁଟରେ ଥିବା ଯମୁନା ମୂର୍ତ୍ତିର ଗୋଇଠି ଭାଙ୍ଗି ଅସୁନ୍ଦର ଲାଗୁଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଫଳରେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଐତିହ୍ୟପ୍ରେମୀ।
ଶ୍ରୀମନ୍ଦିର ପରିସରରେ ବହୁ ମନ୍ଦିର ଅଛି। ଏଥିରେ ବିଭିନ୍ନ ଦେବଦେବୀ ଉପାସିତ ହେଉଛନ୍ତି। ଏହାବ୍ୟତୀତ ପାର୍ଶ୍ୱ ଦେବଦେବୀ ବି ରହିଛନ୍ତି। ଗୁମୁଟ ହେଉ କି ମେଘନାଦ ପାଚେରି ସବୁଠି ଭରି ରହିଛି ଐତିହ୍ୟ କୀର୍ତ୍ତିରାଜି। ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ ଶ୍ରଦ୍ଧାଳୁଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ହେଲେ ଧୀରେ ଧୀରେ ଅନେକ ମୂର୍ତ୍ତି ଭାଙ୍ଗିରୁଜି ନଷ୍ଟ ହେଉଥିଲେ ମଧ୍ୟ ଏହାର ସଂରକ୍ଷଣ କରାଯାଉ ନାହିଁ। ଠିକଣା ସମୟରେ ମରାମତି ହେଲେ ମୂର୍ତ୍ତିର ସୁରକ୍ଷା ଓ ସଂରକ୍ଷଣ କରାଯାଇପାରନ୍ତା। ମାତ୍ର ଦାୟିତ୍ୱରେ ଥିବା ଏଏସ୍‌ଆଇର ଅବହେଳା ଯୋଗୁ ଅନେକ ନଷ୍ଟ ହୋଇଯାଉଛି। ଯେମିତି ନଷ୍ଟ ହେବାକୁ ବସିଛି ବାଇଶପାହାଚ ଉପର ଗୁମୁଟରେ ଥିବା ଯମୁନା ମୂର୍ତ୍ତି। ଗୁମୁଟର ଦୁଇ ପାର୍ଶ୍ୱ ସ୍ତମ୍ଭରେ ମଗର ଓ କଚ୍ଛପ ବାହନରେ ଦଣ୍ଡାୟମାନ କରିଛନ୍ତି ଗଙ୍ଗା ଏବଂ ଯମୁନା ମୂର୍ତ୍ତି। ଏହି ପ୍ରସ୍ତର ମୂର୍ତ୍ତି ଦ୍ୱୟର ଉଚ୍ଚତା ପ୍ରାୟ ୩ ଫୁଟ ଲେଖାଏ ହେବ। ମୂର୍ତ୍ତି ଦ୍ୱୟ ଅତ୍ୟନ୍ତ କମନୀୟ ଓ ଅତି ପାଖରୁ ଦୃଶ୍ୟମାନ ହୋଇଥାଏ। ଏହା ଓଡ଼ିଶୀ ପାରମ୍ପରିକ ଶୈଳୀରେ ନିର୍ମିତ। ଏମାନଙ୍କ ମଧ୍ୟରୁ ଯମୁନା ମୂର୍ତ୍ତିର ଭଙ୍ଗୀରେ ଥିବା ଦକ୍ଷିଣ ପାଦର ଗୋଇଠି ଭାଙ୍ଗିଯାଇଛି। ଆଘାତଜନିତ ହେଉ ଅବା ଅନ୍ୟ କୌଣସି କାରଣରୁ ଏହା ଭାଙ୍ଗି ଯାଇଥିଲେ ମଧ୍ୟ ଏଏସ୍‌ଆଇ ମରାମତି କରୁନାହିଁ। ଏହାକୁ ନେଇ ଐତିହ୍ୟପ୍ରେମୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଓଡ଼ିଶା ଐତିହ୍ୟ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ କହିଛନ୍ତି, ଗଙ୍ଗା ଯମୁନା ମୂର୍ତ୍ତି ବାଇଶପାହାଚ ଉପର ଗୁମୁଟର ଶୋଭାବର୍ଦ୍ଧନ କରୁଛନ୍ତି। ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ଏମାନେ ବେଶ୍‌ ଗୁରୁତ୍ୱ ବହନ କରୁଛନ୍ତି। ଯମୁନା ମୂର୍ତ୍ତି ଗୋଇଠି ଭାଙ୍ଗିବା ଫଳରେ ଏହା ଦୁର୍ବଳ ହୋଇପଡ଼ିବା ସ୍ବାଭାବିକ। ଭାଙ୍ଗିଯାଇଥିବା ସ୍ଥାନର ଉପର ଅଂଶ ଭାଙ୍ଗିଯାଇପାରେ। ତୁରନ୍ତ ମରାମତି କରା ନ ଗଲେ ନିକଟ ଭବିଷ୍ୟତରେ ଏହି ଐତିହ୍ୟ ସମ୍ପନ୍ନ କୀର୍ତ୍ତି ନଷ୍ଟ ହେବା ସମ୍ଭାବନା ରହିଛି। ଶ୍ରୀମନ୍ଦିରରେ ଅନେକ ମୂର୍ତ୍ତି ଏହିଭଳି ଅବସ୍ଥାରେ ରହିଥିଲେ ମଧ୍ୟ ଗଙ୍ଗା ଯମୁନା ମୂର୍ତ୍ତି ଅଳ୍ପ ଉଚ୍ଚରେ ରହିଥିବାରୁ ଭକ୍ତମାନଙ୍କ ନଜରକୁ ଆସିଥାଏ ବୋଲି ନନ୍ଦ କହିଛନ୍ତି। ଏ ସମ୍ପର୍କରେ ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି, ଏହା ଆମ ନଜରକୁ ଆସି ନ ଥିଲା। ଏହାର ଅନୁଧ୍ୟାନ କରାଯାଇ ଖୁବ୍‌ ଶୀଘ୍ର ମରାମତି ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri