Odisha Elections 2024

ପିଣ୍ଡି ଉପରେ ବସିଥିବା ବେଳେ କୂଅରେ ଖସିପଡ଼ିଲେ, ଯୁବକ ମୃତ

ଡେରାବିଶ,୧୭।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ଆରିପଦା ଗ୍ରାମରେ ସୋମବାର ରାତିରେ କୂଅରେ ପଡ଼ିଯିବା ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିଖିଳ ପରିଜା(୪୪)। ପୋଲିସ ସୂଚନାନୁଯାୟୀ, ଘର ପାଖରେ ଥିବା ଏକ କୂଅ ପିଣ୍ଡି ଉପରେ ବସିଥିବା ବେଳେ ନିଖିଳ କୂଅରେ ପଡ଼ି ଯାଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ନିଖିଳଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମଙ୍ଗଳବାର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ନିଖିଳଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହା କଲେ ଡାଇରେକ୍ଟ ଆଟାକ୍‌ , ତାମିଲନାଡୁରୁ ଲଢିଥା’ନ୍ତେ ନବୀନ, ହେଲେ…

ନିମାପଡ଼ା, ୨୮।୫: ନିମାପଡ଼ା ସଭାରୁ ଡାଇରେକ୍ଟ ଆଟାକ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସଭାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ ସ୍ବରରେ...

ଲୁହାରଡ୍‌ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ : ଏସ୍‌ପି

ସୋନପୁର,୨୮।୪(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଟାଉନ ପୋଲିସ ଏକ ଲୁହାରଡ ବୋଝେଇ ଟ୍ରକ୍‌ରେ ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ...

ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ, ରାତି ସାଢ଼େ ୮ଟା ପରେ ଦୋକାନ ବଜାର ବନ୍ଦ

ଗଞ୍ଜାମ,୨୮।୫: ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ । ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ ୮ଟା ପରେ ସବୁ ଦୋକାନ ବଜାର...

୭ ଲକ୍ଷ କୋଟି ଟଙ୍କା ଖାଇଗଲେ ନବୀନ ବାବୁଙ୍କ ବାବୁଭାୟା: ଶାହା

ଚାନ୍ଦବାଲି,୨୮।୫:ଭଦ୍ରକ ଜିଲା ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ସଭାରେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ...

ରତ୍ନଭଣ୍ଡାର ଚାବି ଗଲା କୁଆଡ଼େ: ନବୀନଙ୍କୁ ଶାହାଙ୍କ ପ୍ରଶ୍ନ

ଚାନ୍ଦବାଲି,୨୮।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଚାନ୍ଦବାଲିଠାରେ ଏକ ଜନସଭା କରି ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରତ୍ନ...

ଏତିକି ଆସନ ଜିତି ଓଡ଼ିଶାରେ ସରକାର ଗଢିବ ଭାଜପା: ଶାହାଙ୍କ ଭବିଷ୍ୟବାଣୀ

ଚାନ୍ଦବାଲି,୨୮।୫: ୨୦୨୪ ନିର୍ବାଚନ ଲାଗି କେନ୍ଦ୍ରୀୟ ନେତାମାନେ ଭାଜପା ପାଇଁ ପ୍ରଚାର କରିବାକୁ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ଯୁବକ ଥିବେ, ଓଡ଼ିଆ କହୁଥିବେ, ଜଗନ୍ନାଥଙ୍କ ଭକ୍ତ ହିଁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ :ଶାହା

ଭଦ୍ରକ,୨୮।୫: ଭଦ୍ରକ ଚାନ୍ଦବାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଜନସଭାକୁ ସମ୍ବୋଧିତ କରି ଓଡ଼ିଶାରେ ଭାଜପା ସରକାର ଗଢ଼ିବା ସହ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ...

ବିଜେଡି ନେତାଙ୍କୁ ହତ୍ୟା: ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

ଛେଣ୍ଡିପଦା,୨୮।୫: ଅନୁଗୋଳ ଜିଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri