Posted inଖେଳ

ପାକିସ୍ତାନ ହକି ଖେଳାଳି ସ୍ମଗ୍‌ଲିଂ ସାମଗ୍ରୀ ଆଣିଥିଲେ

କରାଚୀ, ୧ା୬(ପି.ଟି.):୧୯୮୩ରେ ହଂକଂ ଟୁର୍‌ରୁ ଫେରିବା ବେଳେ ପାକିସ୍ତାନ ହକି ଦଳର କେତେଜଣ ସଦସ୍ୟ ମୂଲ୍ୟବାନ ସାମଗ୍ରୀ ଚୋରାରେ ଦେଶକୁ ଆଣିଥିଲେ। ବହୁବର୍ଷ ପରେ ଏହି ଅଭିଯୋଗ ଆଣିଛନ୍ତି ତତ୍କାଳୀନ ହକି ଅଧିନାୟକ ହନିଫ୍‌ ଖାଁ। କେତେଜଣ ଟିମ୍‌ ଅଫିସିଆଲ ମଧ୍ୟ ଏହି କାର୍ଯ୍ୟରେ ଲିପ୍ତ ଥିଲେ। ୧୯୮୩ରେ ହଂକଂରେ ଏକ ଇଣ୍ଟରନ୍ୟାଶନାଲ ଇଭେଣ୍ଟରେ ଭାଗନେଇ ଆମେ ଫେରୁଥିଲୁ। ସ୍ମଗ୍‌ଲିଂ ସାମଗ୍ରୀ ମଧ୍ୟରେ କାର୍‌ ସ୍ପେୟାର ପାଟର୍‌ସ, ଭିସିଆର, ଗ୍ଲାସଫ୍ରେମ ରହିଥିଲା। ସେ ସମୟରେ ଏସବୁ ଦେଶକୁ ସ୍ମଗ୍‌ଲିଂ କରି ଆଣିବାରେ କଟକଣା ରହିଥିଲା। ଟିମ୍‌ର ଲଗେଜ ଭିତରେ ଏସବୁ ଆସିଥିଲା ବୋଲି ହନିଫ୍‌ ଦାବି କରିଛନ୍ତି। ସେ ସମୟରେ ଏହାର ମୂଲ୍ୟ ୧୫ ନିୟୁତ ଟଙ୍କା ହେବ। ବହିଃଶୁଳ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ହୋଇଥିବା ଏକ ତଦନ୍ତ ଦ୍ୱାରା ଜଣାପଡ଼ିଥିଲା ଯେ, ଟିମ୍‌ର କେତେଜଣ ଖେଳାଳି ଓ ଅଫିସିଆଲ ସ୍ମଗ୍‌ଲିଂ ର଼୍ୟାକେଟ୍‌ରେ ସମ୍ପୃକ୍ତ। ମାତ୍ର କୌଣସି କାରଣରୁ ଏହି ଖବରକୁ ସେ ସମୟରେ ଚପାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ହନିଫ୍‌ କିଛିବର୍ଷ ହେଲା ଜାତୀୟ ଦଳର ମୁଖ୍ୟ କୋଚ୍‌ ଓ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଦୁର୍ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା…

ଗ୍ରାହକଙ୍କୁ ବଡ଼ ଝଟ୍‌କା! ଆହୁରି ମହଙ୍ଗା ହେବ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର, କେନ୍ଦ୍ର ସରକାର ସ୍ପଷ୍ଟ କରି କହିଲେ…..

ନୂଆଦିଲ୍ଲୀ,୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଭାରତରେ ଲୋକମାନେ ମଧ୍ୟ ମୂଲ୍ୟ ବୃଦ୍ଧିର ଶିକାର ହେଉଛନ୍ତି । ଗତ କିଛି ଦିନ ମଧ୍ୟରେ…

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଭିଜିଲାନ୍ସ ହାବୁଡ଼ରେ ପଡିଗଲେ ମନରେଗା ସହାୟିକା, ବିଲ୍‌ କରାଇ ଦେବା କହି ନେଉଥିଲେ ଏତେ ଟଙ୍କା ଲାଞ୍ଚ

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜଳବିଭାଜିକା ବିଭାଗର କର୍ମଚାରୀ ତଥା ମନରେଗା ସହାୟିକା ପ୍ରିୟଙ୍କା ଜେନା। ଫାର୍ମ ପଣ୍ଡ କାମରେ ବିଲ୍‌ କରାଇ ଦେବା…

କଳାଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର, ୮।୬: ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ ସୋମବାର ଅପରାହ୍ନରେ ପୁଣିଥରେ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ କାଳବୈଶାଖୀ ମାଡ଼ି…

ଗୋଇସରରେ ଜଳକଷ୍ଟ:ପାଣି ପାଇଁ ଧାରଣା ଦେଲେ ମହିଳା

ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ତାତି ଥମିବାର ନାଁ ନେଉ ନାହିଁ। ଘରେ ହେଉ ଅବା ବାହାରେ ଯେଉଁଠି ରହିଲେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସ୍ଥଳେ…

ହାତୀ ଛୁଆର ମିଳିଲା କଙ୍କାଳ: ତାରସିଂ ରେଞ୍ଜରେ ୩ ମାସରେ ୩ ହାତୀ ମୃତ୍ୟୁ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜ ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଘଞ୍ଚ ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ…

ଧାନ ଉଠାଇବା ଦାବିରେ ସିଏସ୍‌ଓ ଅଫିସରେ ପଶିଲେ ଚାଷୀ, ସିଏସ୍‌ଓ କହିଲେ-ଖୁବ୍‌ଶୀଘ୍ର…

ବଲାଙ୍ଗୀର, ୮।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ମଣ୍ଡି ଓ ନଅଗାଁ (ଖ) ମଣ୍ଡିରେ ଧାନକିଣା ଅଚଳାବସ୍ଥା ଏବଂ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri