ପାଇପ ଲାଇନ ପାଇଁ ରାସ୍ତା ଖୋଳିଦେଲେ, ଲୋକେ ହୀନସ୍ତା

ଯୋଡ଼ା, ୧୮।୧(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡା ସହରରେ ଜନ ସ୍ବାସ୍ଥ୍ୟ ବିଭାଗର ମନମୁଖୀ ରାସ୍ତା ଖୋଳା ଯୋଗୁ କଂକ୍ରିଟ ରାସ୍ତା ଖରାପ ହେବା ସହିତ ଯାତାୟାତ ଲାଗି ଜନସାଧାରଣ ହଇରାଣ ହେଉଛନ୍ତି। ଯୋଡା ସହରର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ପାଇପଲାଇନ୍‌ ମରାମତି ନିମନ୍ତେ ପୌରପାଳିକା ଦ୍ୱାରା ନିର୍ମିତ କଂକ୍ରିଟ ଏବଂ ଫ୍ଲାଏ ଆସ୍‌ ଇଟା ନିର୍ମିତ ରାସ୍ତାଗୁଡିକୁ ଖୋଳାଯାଇଛି। ପାଇପ ଲାଇନ ମରାମତି କରିବା ପରେ କେତେକ ସ୍ଥାନରେ ମାଟି ପୂରଣ କରାଯାଉଥିବା ବେଳେ ଅନେକ ସ୍ଥାନରେ ଖୋଲା ଭାବେ ଛାଡି ଦିଆଯାଉଛି। ବାଇକ୍‌, ଛୋଟ ଗାଡି ଉକ୍ତ ରାସ୍ତା ଦେଇ ଯାତାୟାତ କରିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ସହରରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଛକ, ଯୋଡା ମାର୍କେଟ୍‌ ମୁସଲିମ୍‌ ବସ୍ତି, ଶ୍ରୀ ଗଣେଶ ସପିଂ ମହଲ ସାମନା ଆଦି ସ୍ଥାନରେ ବିଭାଗ ପକ୍ଷରୁ ମାଟି ଖୋଳାଯାଇଥିବାରୁ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି। ମୁସଲିମ୍‌ ବସ୍ତିର ମୁଦ୍ଦସିର୍‌, ସିପୁନ୍‌ ଦାସ, ବବୁଲ ଆଲମ, ଏମ.ଡି ବବଲୁ, ସଞ୍ଜୟ କାରୁଆ ଓ ମୁକେଶ ମହାକୁଡ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖ ରାସ୍ତାକୁ ଦୀର୍ଘ ୨୦ଦିନରୁ ଊର୍ଦ୍ଧ୍ୱ ହେବ ମାଟି ଖୋଳି ଛାଡି ଦିଆଯାଇଛି। ଏହି ଖାଲରେ କିଛି ଦିନ ତଳେ ଜଣେ ବାଇକ୍‌ ଆରୋହୀ ପଡି କ୍ଷତାକ୍ତ ହୋଇଥିଲେ । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାସ୍ତାର ମାଟି ଖୋଳା ସ୍ଥାନରେ କଂକ୍ରିଟ ରାସ୍ତା କିମ୍ବା ଫ୍ଲାଏ ଆସ୍‌ ଇଟାକୁ ଠିକ୍‌ ଭାବରେ କାମ ନ କରି କେବଳ ଗର୍ତ୍ତ ଉପରେ ଭଙ୍ଗା ଇଟା ଓ ମାଟି ଘୋଡାଇ ଦେଇ ଚାଲିଯାଉଥିବା ସମୀର କୁମାର ଦାସ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପାଇପ ଲାଇନ୍‌ ସଂଯୋଗ ଦେବା ଏବଂ ପାଇପଲାଇନ ମରାମତି ପାଇଁ ଜନସ୍ବାସ୍ଥ୍ୟ ବିଭାଗ ରାସ୍ତା ଖୋଳିପାରିବ ଏବଂ ଖୋଳାଯାଇଥିବା ରାସ୍ତାକୁ ବିଭାଗ ପକ୍ଷରୁ ଠିକ୍‌ ଭାବେ ମରାମତି କରାଯିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏନେଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁକୁ ଚାଲାଣ ଅଭିଯୋଗ, ୨ ଜଣ ବାନ୍ଧିଲା ପୋଲିସ, ଆଦିବାସୀ ଯୁବତୀଯୁବକଙ୍କୁ ପ୍ରଲୋଭନ ଦେଖାଇ…

ହାଟଡିହୀ/ଆନନ୍ଦପୁର/ ବଞ୍ଚୋ/ ଛେନାପଦି , ୧୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ/ ନିରାକାର ପରିଡା): ଆଦିବାସୀ କିଶୋର କିଶୋରୀ କିଶୋରଙ୍କୁ ପ୍ରଲୋଭନ ଦେଖାଇ ତାମିଲନାଡୁକୁ ଚାଲାଣ…

କାଳବୈଶାଖୀର ତାଣ୍ଡବ : ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ବଞ୍ଚୋ, ୧୧।୬ :(ପ୍ରଦୋଷ ବିଶ୍ୱାଳ ): କାଳବୈଶାଖୀର ପ୍ରଭାବରେ ଆନନ୍ଦପୁର ପୌରାଞ୍ଚଳର ମାଳିସାହି ନିକଟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବା ଫଳରେ କରଞ୍ଜିଆଭଦ୍ରକ ରାସ୍ତାରେ କିଛି…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

ରହସ୍ୟଘେରରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…

ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

ଏକ୍ସପାୟାରୀ ମେଡିସିନ ଖାଇ ଆଶାକର୍ମୀଙ୍କ ଝିଅଙ୍କ ମୃତ୍ୟୁ ଅଭିଯୋଗ, ANM ସେଣ୍ଟରରୁ ଯାଇ ଆଣିଥିଲେ ମେଡିସିନ

କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri