ପାଇଖାନା ନିର୍ମାଣ ଅର୍ଥ ଆଣିବାକୁ ଯାଇଥିଲେ : ଦିବ୍ୟାଙ୍ଗଙ୍କୁ ଧକ୍କା ମାରିଲେ ବିଡିଓ

ସେମିଳିଗୁଡ଼ା, ୨୧।୬(ସ୍ବ.ପ୍ର.) : ପାଇଖାନା ନିର୍ମାଣ ଅର୍ଥ ଆଣିବା ପାଇଁ କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଳକ କାର୍ଯ୍ୟାଳୟକୁ ଯାଇଥିବା ଜଣେ ଦିବ୍ୟାଙ୍ଗଙ୍କୁ ସ୍ଥାନୀୟ ବିଡିଓ ଅସଭ୍ୟ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଧରି ପୀଡ଼ିତ ଦିବ୍ୟାଙ୍ଗ ଜଣକ ନ୍ୟାୟ ପାଇଁ ଗୁରୁବାର ଥାନାର ଦ୍ୱାରସ୍ଥ ହେବା ସହ ବିଡିଓଙ୍କ ନାଁରେ ଏତଲା ଦେଇଛନ୍ତି। ବିଡିଓ ତ୍ରିନାଥ ମାଝି ପ୍ରତିକ୍ରିୟା ଦେଇ କହିଛନ୍ତି, ଚନ୍ଦ୍ର ଖରାଙ୍କୁ ପେମେଣ୍ଟ ଦିଆସରିଛି। କିନ୍ତୁ ସେ ବାରମ୍ବାର ଅଫିସ୍‌ରେ ଆସି କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ପୂର୍ବରୁ ଏନେଇ ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲୁ। ସେ ମାଓବାଦୀଙ୍କ ସହ ସମ୍ପର୍କ ଥିବା କହି ବାରମ୍ବାର ଧମକ ଦେଉଛନ୍ତି। ଗୁରୁବାର ପୁଣିଥରେ ଅଫିସ୍‌କୁ ଆସି କାମରେ ବାଧା ଦେବାରୁ କର୍ମଚାରୀଙ୍କୁ କହି ମୁଁ ତାଙ୍କୁ ଅଫିସ୍‌ରୁ ବାହାର କରିଛି।
ସୂଚନା ଅନୁଯାୟୀ, ସେମିଳିଗୁଡ଼ା ବ୍ଲକ ସୋରିଷପଦର ପଞ୍ଚାୟତ ମୁଷାଗୁଡ଼ା ଗ୍ରାମର ଚନ୍ଦ୍ର ଖରା ଗରିବ ଶ୍ରେଣୀର ହୋଇଥିବା ବେଳେ ବଡ଼ କଷ୍ଟରେ ପରିବାର ଗୁଜୁରାଣ କରନ୍ତି। ସ୍ବଚ୍ଛ ଭାରତ ମିଶନ ଯୋଜନାରେ ଶୌଚାଳୟ ନିର୍ମାଣ କରିବା ପରେ ଏହି କାର୍ଯ୍ୟାଦେଶ ପାଇଁ ପ୍ରଶାସନ ପାଖରୁ ସେ ନିର୍ମାଣ ବାବଦକୁ ୧୨ ହଜାର ଟଙ୍କା ପାଇବାର ଥିଲା। ଏହି ଟଙ୍କା ନେବା ପାଇଁ ସେ ବହୁବାର ବିଡିଓଙ୍କ ପାଖକୁ ଆସି ନିରାଶ ହୋଇ ଫେରୁଥିଲେ। ଗୁରୁବାର ପୁଣି ଥରେ ଚନ୍ଦ୍ର ଖରା ବକେୟା ଅର୍ଥ ପ୍ରଶାସନଠାରୁ ପାଇବା ପାଇଁ ସେମିଳିଗୁଡ଼ା ବିଡିଓ ତ୍ରିନାଥ ମାଝିଙ୍କ ପାଖକୁ ଆସିଥିଲେ। କିନ୍ତୁ ବିଡିଓ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଫିସ୍‌ରୁ ବାହାରିଯିବାକୁ କହିଥିଲେ। ସେ ନ ଶୁଣିବାରୁ ବିଡିଓ ତାଙ୍କୁ ଧକ୍କା ଓ ମାଡ଼ ମାରିବା ଯୋଗୁ ସେ ଆହତ ହୋଇଥିବା ନେଇ ସେମିଳିଗୁଡ଼ା ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ସୁନାବେଡ଼ା ଏସ୍‌ଡିପିଓ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ସୁନାବେଡ଼ା ଆଇଆଇସିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri