ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ନଭେମ୍ବର ୧୨ ତାରିଖ ଗୁରୁବାର ମଙ୍ଗଳ ସିଂହ ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କୁ ସାହସ, ଶକ୍ତି, ଦୃଢ଼ ସଂକଳ୍ପ, ଆତ୍ମବିଶ୍ୱାସ, ସମ୍ପତ୍ତି ଓ ପରିଚାଳନା କ୍ଷମତାର ପ୍ରତୀକ ଭାବେ ବିବେଚନା କରାଯାଏ। ସିଂହ ରାଶିରେ ମଙ୍ଗଳଙ୍କ ଏହି ଗୋଚର ବଡ଼ ଲକ୍ଷ୍ୟ ହାସଲ କରିବାର ଉତ୍ସାହ ଓ ଆକାଂକ୍ଷା ବଢ଼ାଇପାରେ।
ଜ୍ୟୋତିଷୀୟ ଆକଳନ ଅନୁସାରେ, ଏହି ଗୋଚର କ୍ୟାରିୟର, ବ୍ୟବସାୟ, ଆର୍ଥିକ ସ୍ଥିତି ଓ ବ୍ୟକ୍ତିଗତ ଜୀବନରେ ନୂଆ ସୁଯୋଗ ଆଣିପାରେ। ତେବେ ସବୁ ରାଶି ଉପରେ ଏହାର ପ୍ରଭାବ ସମାନ ରହିବ ନାହିଁ।
ମେଷ- ମଙ୍ଗଳଦେବ ଏହି ରାଶିର ପଞ୍ଚମ ଭାବରେ ଗୋଚର କରିବେ। ଏହି ସମୟରେ ଶିକ୍ଷା, କଳା ଓ ବୃତ୍ତିଗତ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଛାତ୍ରୀଛାତ୍ରମାନେ ନିରନ୍ତର ପରିଶ୍ରମ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରନ୍ତି। ଚାକିରି କରୁଥିବା ଲୋକଙ୍କୁ ନିଜ ଦକ୍ଷତା ପ୍ରମାଣ କରିବା ସହ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। କଳା କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିପାରେ। ପ୍ରେମ ସମ୍ପର୍କରେ ଉତ୍ସାହ ବଢ଼ିବ। ତେବେ ଅଯଥା ବିବାଦ ଓ ବିପଦପୂର୍ଣ୍ଣ ନିବେଶରୁ ଦୂରେଇ ରୁହନ୍ତୁ।
ମିଥୁନ-ମଙ୍ଗଳଦେବ ଏହି ରାଶିର ତୃତୀୟ ଭାବରେ ଗୋଚର କରିବେ। ଏହା ଆପଣଙ୍କ ସାହସ, ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପକୁ ବଢ଼ାଇପାରେ। ଲକ୍ଷ୍ୟ ପୂରଣ କରିବା ସହ ଦୀର୍ଘଦିନ ଧରି ଅଟକି ରହିଥିବା କାମ ଶେଷ କରିବାକୁ ଅଧିକ ସକ୍ରିୟ ହୋଇପାରନ୍ତି । ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ୱ ଓ ନିଜ ଦକ୍ଷତା ଦେଖାଇବାର ସୁଯୋଗ ମିଳିପାରେ। ବ୍ୟବସାୟୀମାନେ ପ୍ରଚାର, ବିକ୍ରି ଓ ଯୋଗାଯୋଗ ମାଧ୍ୟମରେ ଲାଭବାନ ହୋଇପାରନ୍ତି।
ସିଂହ- ମଙ୍ଗଳଦେବ ଆପଣଙ୍କ ରାଶିର ପ୍ରଥମ ଭାବରେ ପ୍ରବେଶ କରିବେ। ଏହାଦ୍ୱାରା ଆତ୍ମବିଶ୍ୱାସ, ସାହସ ଓ ନେତୃତ୍ୱ କ୍ଷମତା ବଢ଼ିପାରେ। ବ୍ୟକ୍ତିଗତ ଓ ବୃତ୍ତିଗତ ଲକ୍ଷ୍ୟ ହାସଲ କରିବାକୁ ଆପଣ ଅଧିକ ଦୃଢ଼ ସଂକଳ୍ପବଦ୍ଧ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ନୂଆ ପଦକ୍ଷେପ ନେବାର ସୁଯୋଗ ମିଳିପାରେ।
ତୁଳା-ମଙ୍ଗଳଦେବ ତୁଳା ରାଶିର ଏକାଦଶ ଭାବରେ ଗୋଚର କରିବେ। ଏହା ଆୟ, ଲାଭ, ବନ୍ଧୁତା ଓ ବୃତ୍ତିଗତ ସମ୍ପର୍କରେ ବୃଦ୍ଧି ଆଣିପାରେ। ଆର୍ଥିକ ଉନ୍ନତି ପାଇଁ ଏହି ସମୟ ଅନୁକୂଳ ରହିପାରେ। ଆୟର ନୂଆ ଉତ୍ସ ଖୋଜିବା ସହ ବୃତ୍ତିଗତ ସମ୍ପର୍କ ମାଧ୍ୟମରେ ଲାଭ ପାଇପାରନ୍ତି। ଚାକିରିଜୀବୀଙ୍କୁ ବରିଷ୍ଠ ଅଧିକାରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିପାରେ।
ବିଛା- ମଙ୍ଗଳଦେବ ଆପଣଙ୍କ ରାଶିର ସ୍ୱାମୀ ଏବଂ ସେ ଆପଣଙ୍କ ରାଶିର ଦଶମ ଭାବରେ ଗୋଚର କରିବେ। ଏହା ଆପଣଙ୍କ ବୃତ୍ତିଗତ ଜୀବନରେ ନୂଆ ଗତି ଆଣିପାରେ। କ୍ୟାରିୟର ଲକ୍ଷ୍ୟ ପୂରଣ କରିବା ପାଇଁ ଆପଣ ଅଧିକ ଆକାଂକ୍ଷୀ ଓ ଦୃଢ଼ ସଂକଳ୍ପବଦ୍ଧ ହୋଇପାରନ୍ତି। ଚାକିରିଜୀବୀଙ୍କୁ ପଦୋନ୍ନତି, ପରିଚାଳନା କ୍ଷେତ୍ରରେ ସୁଯୋଗ କିମ୍ବା ଅତିରିକ୍ତ ଦାୟିତ୍ୱ ମିଳିପାରେ।
ଧନୁ- ମଙ୍ଗଳଦେବ ଆପଣଙ୍କ ରାଶିର ନବମ ଭାବରେ ଗୋଚର କରିବେ। ଏହି ସମୟରେ ଉଚ୍ଚଶିକ୍ଷା, ଦୀର୍ଘ ଯାତ୍ରା, ଜ୍ଞାନ ଓ ବୃତ୍ତିଗତ ଉନ୍ନତି ସହ ଜଡ଼ିତ ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାର ଲକ୍ଷ୍ୟ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି। ଶିକ୍ଷା କିମ୍ବା ଚାକିରି ପାଇଁ ବିଦେଶ ଯିବାକୁ ଯୋଜନା କରୁଥିବା ବ୍ୟକ୍ତିମାନେ ନିଜ ଉଦ୍ୟମକୁ ତ୍ୱରାନ୍ୱିତ କରିପାରନ୍ତି।
ମୀନ-ଚାକିରି, ପ୍ରତିଯୋଗିତା ଓ ବୃତ୍ତିଗତ ଆହ୍ୱାନର ମୁକାବିଲା କରିବାରେ ସହାୟକ ହୋଇପାରେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଅଧିକ ଏକାଗ୍ର ଓ ଶୃଙ୍ଖଳିତ ହୋଇପାରନ୍ତି। ପୁରୁଣା ଋଣ ପରିଶୋଧ କରିବା କିମ୍ବା ଅଟକି ରହିଥିବା ବିବାଦର ସମାଧାନ ପାଇଁ ଆପଣ ବ୍ୟବହାରିକ ପଦକ୍ଷେପ ନେଇପାରନ୍ତି।

