ପାଇଖାନା ନିର୍ମାଣ ଅର୍ଥ ଆଣିବାକୁ ଯାଇଥିଲେ : ଦିବ୍ୟାଙ୍ଗଙ୍କୁ ଧକ୍କା ମାରିଲେ ବିଡିଓ

ସେମିଳିଗୁଡ଼ା, ୨୧।୬(ସ୍ବ.ପ୍ର.) : ପାଇଖାନା ନିର୍ମାଣ ଅର୍ଥ ଆଣିବା ପାଇଁ କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଳକ କାର୍ଯ୍ୟାଳୟକୁ ଯାଇଥିବା ଜଣେ ଦିବ୍ୟାଙ୍ଗଙ୍କୁ ସ୍ଥାନୀୟ ବିଡିଓ ଅସଭ୍ୟ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଧରି ପୀଡ଼ିତ ଦିବ୍ୟାଙ୍ଗ ଜଣକ ନ୍ୟାୟ ପାଇଁ ଗୁରୁବାର ଥାନାର ଦ୍ୱାରସ୍ଥ ହେବା ସହ ବିଡିଓଙ୍କ ନାଁରେ ଏତଲା ଦେଇଛନ୍ତି। ବିଡିଓ ତ୍ରିନାଥ ମାଝି ପ୍ରତିକ୍ରିୟା ଦେଇ କହିଛନ୍ତି, ଚନ୍ଦ୍ର ଖରାଙ୍କୁ ପେମେଣ୍ଟ ଦିଆସରିଛି। କିନ୍ତୁ ସେ ବାରମ୍ବାର ଅଫିସ୍‌ରେ ଆସି କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ପୂର୍ବରୁ ଏନେଇ ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲୁ। ସେ ମାଓବାଦୀଙ୍କ ସହ ସମ୍ପର୍କ ଥିବା କହି ବାରମ୍ବାର ଧମକ ଦେଉଛନ୍ତି। ଗୁରୁବାର ପୁଣିଥରେ ଅଫିସ୍‌କୁ ଆସି କାମରେ ବାଧା ଦେବାରୁ କର୍ମଚାରୀଙ୍କୁ କହି ମୁଁ ତାଙ୍କୁ ଅଫିସ୍‌ରୁ ବାହାର କରିଛି।
ସୂଚନା ଅନୁଯାୟୀ, ସେମିଳିଗୁଡ଼ା ବ୍ଲକ ସୋରିଷପଦର ପଞ୍ଚାୟତ ମୁଷାଗୁଡ଼ା ଗ୍ରାମର ଚନ୍ଦ୍ର ଖରା ଗରିବ ଶ୍ରେଣୀର ହୋଇଥିବା ବେଳେ ବଡ଼ କଷ୍ଟରେ ପରିବାର ଗୁଜୁରାଣ କରନ୍ତି। ସ୍ବଚ୍ଛ ଭାରତ ମିଶନ ଯୋଜନାରେ ଶୌଚାଳୟ ନିର୍ମାଣ କରିବା ପରେ ଏହି କାର୍ଯ୍ୟାଦେଶ ପାଇଁ ପ୍ରଶାସନ ପାଖରୁ ସେ ନିର୍ମାଣ ବାବଦକୁ ୧୨ ହଜାର ଟଙ୍କା ପାଇବାର ଥିଲା। ଏହି ଟଙ୍କା ନେବା ପାଇଁ ସେ ବହୁବାର ବିଡିଓଙ୍କ ପାଖକୁ ଆସି ନିରାଶ ହୋଇ ଫେରୁଥିଲେ। ଗୁରୁବାର ପୁଣି ଥରେ ଚନ୍ଦ୍ର ଖରା ବକେୟା ଅର୍ଥ ପ୍ରଶାସନଠାରୁ ପାଇବା ପାଇଁ ସେମିଳିଗୁଡ଼ା ବିଡିଓ ତ୍ରିନାଥ ମାଝିଙ୍କ ପାଖକୁ ଆସିଥିଲେ। କିନ୍ତୁ ବିଡିଓ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଫିସ୍‌ରୁ ବାହାରିଯିବାକୁ କହିଥିଲେ। ସେ ନ ଶୁଣିବାରୁ ବିଡିଓ ତାଙ୍କୁ ଧକ୍କା ଓ ମାଡ଼ ମାରିବା ଯୋଗୁ ସେ ଆହତ ହୋଇଥିବା ନେଇ ସେମିଳିଗୁଡ଼ା ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ସୁନାବେଡ଼ା ଏସ୍‌ଡିପିଓ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ସୁନାବେଡ଼ା ଆଇଆଇସିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri