ପର୍ଯ୍ୟଟନ, ହୋଟେଲ ଶିଳ୍ପକୁ ବଡ଼ ଝଟକା

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): କରୋନା ଯୋଗୁ ବିପୁଳ କ୍ଷତି ସହିଥିବା ରାଜ୍ୟର ହୋଟେଲ ଏବଂ ଟ୍ରାଭେଲ ଟ୍ରେଡ୍‌ ଇଣ୍ଡଷ୍ଟ୍ରି ଆଗାମୀ ଦିନରେ ଆହୁରି କ୍ଷତିଗସ୍ତ ହେବା ଆଶଙ୍କା କରାଯାଉଛି। ଲକ୍‌ଡାଉନ୍‌ ଯୋଗୁ ହୋଟେଲ ଶିଳ୍ପକୁ ବଡ଼ ଝଟ୍‌କା ଲାଗିଛି। ସେହିପରି ଫନୀ ଯୋଗୁ ୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ସହିଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଏଥର ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ଯାଉଛି। ଓଡ଼ିଶାକୁ ବାର୍ଷିକ ପ୍ରାୟ ୧.୫ କୋଟି ପର୍ଯ୍ୟଟକ ଆସୁଥିବାବେଳେ ଏମାନଙ୍କ ମଧ୍ୟରୁ ବିଦେଶୀଙ୍କ ସଂଖ୍ୟା ଲକ୍ଷାଧିକ ରହିଥାଏ। ସେହିଭଳି ଅନ୍ୟ ରାଜ୍ୟରୁ ପ୍ରାୟ ୫୮ ଲକ୍ଷ ଓ ରାଜ୍ୟ ଭିତରୁ ୮୫ ଲକ୍ଷ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଇଥାନ୍ତି। ହେଲେ କରୋନା ଓ ଲକ୍‌ଡାଉନ୍‌ ପାଇଁ ପର୍ଯ୍ୟଟନସ୍ଥଳୀ ଖାଁଖଁା ହୋଇପଡିଥିବାବେଳେ ହୋଟେଲ ଶିଳ୍ପ ଠପ୍‌ ହୋଇଯାଇଛି। ଲକ୍‌ଡାଉନ୍‌ ସରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପର ପୁନରୁତ୍ଥାନ ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)। ଉଭୟ ଦୀର୍ଘମିଆଦି ଓ ସ୍ବଳ୍ପମିଆଦି ସ୍ତରରେ ବିକାଶ ଲାଗି ପ୍ରସ୍ତାବ ଦିଆଯାଇଛି। ବିଶେଷକରି ମାଇସ୍‌ ଟୁରିଜିମ୍‌କୁ ଫୋକସ୍‌ କରିବା ସହ ରାଜ୍ୟର ପ୍ରମୁଖ କର୍ପୋରେଟ୍‌ ସଂସ୍ଥା ନିଜର ସେମିନାର, ମିଟିଂ, କନ୍‌ଫରେନ୍ସ ଭଳି ବଡ଼ ବଡ଼ କାର୍ଯ୍ୟକ୍ରମକୁ ଆଗାମୀ ୨ ବର୍ଷ ପାଇଁ ରାଜ୍ୟ ମଧ୍ୟରେ ଥିବା ହୋଟେଲଗୁଡ଼ିକରେ ଆୟୋଜନ କରିବାକୁ ଅନୁରୋଧ କରାଯାଇଛି।
ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ଲାଗି ଓଡ଼ିଶା ସୁରକ୍ଷିତ ବୋଲି ରାଜ୍ୟ ସରକାର ଏବଂ ରାଜ୍ୟ ପର୍ଯ୍ୟଟନ ଏକ ବ୍ୟାପକ କ୍ୟାମ୍ପେନ୍‌ କରିବା ଆବଶ୍ୟକ। ନୂଆ ଟୁରିଜମ୍‌ ପଲିସି ଆଣି ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରାଯିବା ଉଚିତ୍‌। ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ସହ ଏଚ୍‌ଆର୍‌ଏଓ ସଦସ୍ୟଙ୍କୁ ନେଇ ଏକ ସ୍ବତନ୍ତ୍ର କୋଭିଡ୍‌ ଟାକ୍ସଫୋର୍ସ ଗଠନ କରି ତା’ ମାଧ୍ୟମରେ ସ୍ବତନ୍ତ୍ର ସହାୟତା ପ୍ୟାକେଜ୍‌ ପ୍ରସ୍ତୁତ କରିବାକୁ ମତ ରଖିଛି ଆସୋସିଏଶନ। ଆଗାମୀ ଦିନରେ ବିଏମ୍‌ସି, ଶକ୍ତି ବିଭାଗ, ଅର୍ଥ ଓ ସମବାୟ ବିଭାଗ ଭଳି ବିଭିନ୍ନ ବିଭାଗ ସହ ଆସୋସିଏଶନ ଆଲୋଚନା କରିବ ବୋଲି ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ. କେ. ମହାନ୍ତି କହିଛନ୍ତି। ପର୍ଯ୍ୟଟନ ସଚିବ ବିଶାଳ ଦେବ ଟେଲି କନ୍‌ଫରେନ୍ସ ଯୋଗେ ଆସୋସିଏଶନ ସଦସ୍ୟଙ୍କ ସହ ଆଲୋଚନା କରିଥିବାରୁ ଏଚ୍‌ଆର୍‌ଏଓ କୃତଜ୍ଞତା ଜଣାଇଛି। ଏଥିସହ ୩ ମାସ ପରିବର୍ତ୍ତେ ୧ ବର୍ଷ ପର୍ଯ୍ୟନ୍ତ ହୋଟେଲ ଶିଳ୍ପକୁ ଋଣ ଓ ସମସ୍ତ ଇଏମ୍‌ଆଇ କୋହଳ କରିବାକୁ ଅନୁରୋଧ କରାଯାଇଛି। ପରିସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ବ୍ୟାଙ୍କ୍‌ଗୁଡ଼ିକୁ କୋହଳ ନୀତି ଅବଲମ୍ବନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ଉଚିତ୍‌। ଏହାବ୍ୟତୀତ ହୋଟେଲ ଶିଳ୍ପ ଉପରୁ ଜିଏସ୍‌ଟି ଓ ଏସ୍‌ଜିଏସ୍‌ଟି ନିଆ ନ ଯାଉ। ବିଏମ୍‌ସି ହୋଲ୍ଡିଂ ଟ୍ୟାକ୍ସ, ବାର୍‌ ଲାଇସେନ୍ସ ଫି, ଗ୍ରାଉଣ୍ଡ୍‌ ୱାଟର ଫି, ଇଲେକ୍ଟ୍ରିସିଟି ଫି ଆଦିକୁ କିଛି ମାସ ପାଇଁ ଛାଡ଼ କରାଯାଉ। କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ଦରମା ଦେବାକୁ ଓଡ଼ିଶା ଶ୍ରମିକ ମଙ୍ଗଳ ପାଣ୍ଠିରୁ ସହାୟତା ପ୍ରଦାନ କରିବାକୁ ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri