ପରିସ୍ଥିତିରେ ପେଷା ପରିବର୍ତ୍ତନ

ସମ୍ବଲପୁର,୧।୪(ବ୍ୟୁରୋ)-କରୋନା କଟକଣା ଓ ପରେ ଲକ୍‌ ଡାଉନ ଘୋଷଣା ହେବାପରେ ସମଗ୍ର ଦୋକାନ, ବଜାର ବନ୍ଦ ହୋଇଯାଇଛି । ଔଷଧ, ପନିପରିବା, ମାଂସ, ମାଛ, ଅଣ୍ଡା, କିରାନା ଦୋକାନକୁ ଛାଡି ଦେଲେ ପ୍ରାୟ ସମସ୍ତ ଦୋକାନ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ରହିଛି । ଏଭଳି ପରିସ୍ଥିତିରେ ଲୋକମାନେ ନିଜର ଜୀବନଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡିଛି । ଏଭଳି ସ୍ଥିତିରେ ପରିବାରରେ ଦିମୁଠା ଖାଇବା ପାଇଁ କଷ୍ଟକର ହୋଇପଡିଛି । ତେଣୁକରି ବ୍ୟବସାୟୀମାନେ ନିଜ ବୃତ୍ତିରେ ପରିବର୍ତ୍ତନ କରିଛନ୍ତି। ସମ୍ବଲପୁର ମହାନଗର ନିଗମ ମାନେଶ୍ୱର ଅଞ୍ଚଳର ଜଣେ ଜଳଖିଆ ଦୋକାନୀ ବିକାଶ ସାହୁ ତାଙ୍କର ବୃତ୍ତି ପରିବର୍ତ୍ତନ କରିଛନ୍ତି । ସେ ଏବେ ଜଳଖିଆ ବିକ୍ରି କରୁଥିବା ଠେଲାରେ ଫଳମୂଳ ବିକ୍ରି କରୁଛନ୍ତି । କଦଳୀ, ଅଙ୍ଗୁର, ସେଓ ବିକ୍ରି କରି ଦ୍ୱିପଇସା ରୋଜଗାର କରୁଛନ୍ତି । ଏ ସମ୍ପର୍କରେ ସେ କହିଛନ୍ତି ଯେ, ପୂର୍ବରୁ ଜଳଖିଆ ଦୋକାନରେ ପ୍ରତିଦିନ ୪ ରୁ ୫ ହଜାର ଟଙ୍କା ବିକ୍ରି ହେଉଥିଲା । ସେଥିରୁ ଭଲ ଦ୍ୱିପଇସା ଲାଭ ମିଳୁଥିଲା । ହେଲେ ଏବେ ଫଳ ଦୋକାନ କରିଛନ୍ତି। ସେମିତି ବିକ୍ରି ହେଉନାହିଁ କି ଲାଭ ହେଉନାହିଁ । ଦ୍ୱିପଇସା ଯାହା ରୋଜଗାର ହେଉଛି, ସେଥିରେ ସନ୍ତୁଷ୍ଟ ହେବାକୁ ପଡୁଛି । ବସି ରହିବା ଅପେକ୍ଷା କିଛି ରୋଜଗାର ହୋଇଯିବା ଆଶା ନେଇ ଫଳ ଦୋକାନ ଖୋଲିଛନ୍ତି ବୋଲି ବିକାଶ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ସାମ୍ନାକୁ ଆସିଲା ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର: ଦେଖିବାକୁ…

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଏହି ଟ୍ରେନ୍‌ଟି ଗୁଜରାଟରେ ପ୍ରଥମଥର ପାଇଁ ଚାଲିବାକୁ ଯାଉଛି। ଏଥିରେ ଏକ କେଶର ରଙ୍ଗ(ଗେରୁଆ) ରହିବ।…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri